Advertisment

ଓଡ଼ିଶା ରାଜନୀତିରେ ‘ମାହଲ ମାଣ୍ଡା’ ! ଲାଗିଲା ବିଜେପି-ବିଜେଡି କଳି

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କାଠଗଡ଼ାରେ ରାଜ୍ୟ ସରକାର । ଭୁବନେଶ୍ୱର ପରେ ସମ୍ବଲପୁରରେ ବି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ ।

Odisha Politics

Odisha Politics

Advertisment

ଓଡ଼ିଶା ରାଜନୀତିରେ ମହାଲ ମାଣ୍ଡା ଚର୍ଚ୍ଚା। କନିଷ୍ଠ ଶିକ୍ଷକ ନିଯୁକ୍ତି କେଳେଙ୍କାରୀରେ କିଏ ସେହି ମହାଲ ମାଣ୍ଡା ? ପୁରା ପ୍ରସଙ୍ଗରେ ଏବେ କାଠଗଡ଼ାରେ ରାଜ୍ୟ ସରକାର । କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ଅନ୍ତରୀଣ ଆଦେଶ ଦେଇଛନ୍ତି ହାଇକୋର୍ଟ । ୨୪ ତାରିଖ ଶୁଣାଣି ପର୍ଯ୍ୟନ୍ତ ଚୂଡାନ୍ତ ଚୟନ ଏବଂ ନିଯୁକ୍ତି ଉପରେ ଲାଗିଛି ରୋକ୍ । ସନ୍ଦେହ ଘେରରେ ରାଜ୍ୟ ସରକାରଙ୍କ ଭୂମିକା।

Advertisment

ଏସବୁ ଭିତରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ରାଜନୀତି। ଗତକାଲି ଭୁବନେଶ୍ୱରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରଠାରେ ପୁଣି ବର୍ଷିଛନ୍ତି। 

ଗତକାଲି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରୀୟ ସଂସ୍ଥା Educational Consultants India Limited ବା ଏଡିସିଲ୍ ଦ୍ୱାରା ପରୀକ୍ଷା କରିଯାଇଥିଲେ ସୁଦ୍ଧା କାହିଁକି ଧର୍ମେନ୍ଦ୍ର ଏହାକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଆଉ ଆଜି ପ୍ରଣବଙ୍କ ଅଭିଯୋଗ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଏଡିସିଲ୍ ର କାମ ନୁହେଁ ଇଣ୍ଟରଭ୍ୟୁ କରିବା । National Testing Agency-NTA ଏହି କାମ କରୁଛି ।ଏଡିସିଲ୍ ବାହାନା ନେଇ କେହି ଓଡିଆ ପିଲାଙ୍କ ନିଯୁକ୍ତିରେ ଅସ୍ପଷ୍ଟତା ନଆଣନ୍ତୁ ବୋଲି କହି କଡା ସମାଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କୁ ।

Advertisment

ଜୁନିୟର ଟିଚର ନିଯୁକ୍ତି ନେଇ ରାଜନୈତିକ ବୟାନ ବାଜି ଜୋର ଧରିଛି। ବିଜେପି କହିଛି ରାଜ୍ୟରେ ଫେକ୍ ଗଭର୍ଣ୍ଣାନ୍ସ ଚାଲିଛି। ଯାହାର ଉଦାହରଣ ହେଲା ନିଯୁକ୍ତିରେ ଅନିୟମିତତା। ସେପଟେ ଶିକ୍ଷକ ନିଯୁକ୍ତି ଘୋଟାଲାକୁ ନେଇ କଂଗ୍ରେସ କହିଚି ପରୀକ୍ଷା ପରିଚାଳନାରେ ସ୍ପଷ୍ଟତା ଆସିିବା ଦରକାର। ବିଜେଡି କହିଛି କିଏ ଫେକ୍ ତାହା ସମସ୍ତେ ଜାଣିଛନ୍ତି।

କେତେବେଳେ ପ୍ରଶ୍ନ ପତ୍ର ଲିକ୍‍, ପୁଣି କେତେବେଳେ ଫେକ୍ ସାର୍ଟିଫିକେଟ ରାକେଟ୍। ନିଯୁକ୍ତି ଓ ବେକାରୀକୁ ନେଇ ସବୁ ବେଳେ ବିବାଦରେ ରହି ଆସୁଛନ୍ତି ନବୀନ ସରକାର। ଜୁନିଅର ଶିକ୍ଷକ ନିଯୁକ୍ତିରେ ଘୋଟାଲା ଅଭିଯୋଗ ପରେ ଏବେ ପୁଣି ହରଡ ଘଣା ରେ ପଡିଛନ୍ତି ।

Advertisment

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ