Advertisment

ଭାଷା ପ୍ରୀତି ନା ଭୋଟ୍ ବ୍ୟାଙ୍କ ରାଜନୀତି ? ବିଧାନସଭାରେ ପ୍ରଥମ ଥର କୋଶଳୀରେ ପ୍ରଶ୍ନୋତ୍ତର

ସାନ୍ତାଳୀରେ ବିଧାୟକଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା । ବାଚସ୍ପତିଙ୍କ ବାରଣ ସତ୍ତ୍ବେ ସ୍ଥାନୀୟ ଭାଷା ବ୍ୟବହାରକୁ ନେଇ ପ୍ରଶ୍ନ ।

ଅଦ୍ୟତନ ହୋଇଛି
Odisha Politics

Odisha Politics

Advertisment

କୋଶଳୀରେ ପ୍ରଶ୍ନ କୋଶଳୀରେ ଉତ୍ତର। ଶୀତ ଅଧିବେଶନର ଚତୁର୍ଥ ଦିନରେ ଆଜି ଦେଖିବାକୁ ମିଳିଥିଲା କିଛି ଏମିତି ରୋଚକ ଦୃଶ୍ୟ। ଶିଳ୍ପ ବିଭାଗର ପ୍ରଶ୍ନତ୍ତୋର ଚାଲୁଥିବା ବେଳେ କୋଶଳୀ ଭାଷାରେ ପ୍ରଶ୍ନ ପଚାରିଥିଲେ ପଶ୍ଚିମ ଓଡିଶାର ହେଭିୱେଟ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଆଉ ସମାନ ଢଙ୍ଗରେ କୋଶଳୀରେ ଉତ୍ତର ରଖିଥିଲେ ଉପକୂଳିଆ ନେତା ତଥା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ।

Advertisment

ଖାଲି ନରସିଂହ ନୁହେଁ ରେଢାଖୋଲ ବିଜେଡି ବିଧାୟକ ରୋହିତ ପୂଜାରୀ ମଧ୍ୟ କୋଶଳୀ ଭାଷାରେ ସମ୍ବଲପୁରରେ ଶିଳ୍ପ ସମ୍ଭନ୍ଧିତ ଏକ ପ୍ରଶ୍ନ ପଚାରିଥିଲେ।

ଅନୁରୂପ ଭାବେ ଆଦିବାସୀ ଜମି ହସ୍ତାନ୍ତର କ୍ୟାବିନେଟ ନିଷ୍ପତ୍ତି ପ୍ରତ୍ୟହାର ଦାବିରେ ମୁଲତବୀ ଆଲୋଚନା ବେଳେ ସାନ୍ତାଳୀ ଭାଷାରେ ଗୃହରେ ନିଜ ଯୁକ୍ତି ବାଢିଥିଲେ ବିଜେପି ବିଧାୟକ ନବ ମାଝୀ। ତେବେ ଶୀତ ଅଧିବେଶନରେ ନେତାଙ୍କ ଏମିତି ମାତୃଭାଷାରେ ବିବୃତି ରାଜ୍ୟ ରାଜନୀତିକୁ ଗରମ କରିଛି। ପ୍ରଶ୍ନ ଉଠିଛୁ ହଠାତ୍ କାହିଁକି ନେତାଙ୍କ ଏମିତି ମାତୃଭାଷା ପ୍ରେମ। ଆଗରୁ କାହିଁକି ନିଜ ନିଜ ମାତୃଭାଷାରେ କହୁନଥିଲେ ବିଧାୟକ ମାନେ। ଏହା ନେତାଙ୍କ ଆଞ୍ଚଳିକ ଭାଷା ପ୍ରୀତି, ନା ଭୋଟ୍ ରାଜନୀତି।

Advertisment

କିଛି ଦିନ ତଳେ ଓଲିଉଡ୍‌ରେ ବିବାଦକୁ ନେଇ ମନୋଜ ମିଶ୍ରଙ୍କୁ ବ୍ୟାନ କରିବା ପରେ ତେଜିଥିଲା କୋଶଳ ଆନ୍ଦୋଳନ। ଏପରିକି ଓଡ଼ିଶା ବିଭାଜନ କଥା ମଧ୍ୟ ଉଠିଥିଲା। ନିଜେ ନରସିଂହ ମିଶ୍ର ମଧ୍ୟ ପଶ୍ଚିମ ଓଡ଼ିଶାକୁ ଅବହେଳା ଅଭିଯୋଗ କରି ଏହି ପ୍ରସଙ୍ଗକୁ ଆଗକୁ ନେଇଥିଲେ। ଏମିତିକି ଗୃହ ଆରମ୍ଭ ପୂର୍ବରୁ ସେ କୋଶଳୀ ଭାଷାରେ ବିଧାନସଭାରେ କହିବାକୁ ଅନୁମତି ଲୋଡିଥିଲେ ।

ତେବେ ସମସ୍ତଙ୍କୁ ନିଜ ମାତୃଭାଷାରେ କହିବାରେ ଅନୁମତି ଅଛି ହେଲେ ବିଧାନସଭାରେ କୋଶଳୀ ରିପୋର୍ଟର ନଥିବାରୁ ରେକର୍ଡିଂ କରିବାରେ ସମସ୍ୟା ହେବ ବୋଲି କହିଥିଲେ ବାଚସ୍ପତି। ତା ସତ୍ତ୍ୱେ ବି ଗୃହ ଆରମ୍ଭରୁ କୋଶଳୀ ଭାଷାର ପ୍ରୟୋଗ ଆରମ୍ଭ କରିଥିଲେ ନରସିଂହ। ଏମିତି କି ପ୍ରଥମ ଦିନରେ ଶୋକ ପ୍ରସ୍ତାବ ବେଳେ ମଧ୍ୟ ମଝିରେ ମଝିରେ କୋଶଳୀର ବ୍ୟବହାର କରିଥିଲେ। ହେଲେ ଆଜି ଖୋଦ୍ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ କୋଶଳୀ ଭାଷା ପ୍ରୟୋଗ କରିବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ଏବେ ବଡ଼ ପ୍ରଶ୍ନ, ନେତାଙ୍କ ଏମିତି ଆଚରଣ ଓଡ଼ିଶା ବିଭାଜନକୁ ଦାନା ଯୋଗାଉନି ତ ।

Advertisment
BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ