Advertisment

G-20ରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର; ଧନ୍ୟବାଦଟିଏ ଦେଲେନି ରାଜ୍ୟ ସରକାର

ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଅଦ୍ୟତନ ହୋଇଛି
undefined

G20 Summit 2023

Advertisment

G-20 ସମ୍ମିଳନୀରେ ଓଡ଼ିଶାର କଳା, ସଂସ୍କୃତି ଓ ଅସ୍ମିତାକୁ ମିଳିଲା ଅଗ୍ରାଧିକାର । ହେଲେ ରାଜ୍ୟ ସରକାର କିନ୍ତୁ ଏଯାଏଁ ଏଥିପାଇଁ କେନ୍ଦ୍ରକୁ ଧନ୍ୟବାଦଟିଏ ବି ଦେଇନାହାନ୍ତି । ଧନ୍ୟବାଦ ଦେବାରେ ଏତେ କାର୍ପଣ୍ୟତା କାହିଁକି ବୋଲି ପ୍ରଶ୍ନ ଉଠାଇଛି ବିଜେପି । ଅନ୍ୟପଟେ ରାଷ୍ଟ୍ରପତି ଡାକିଥିବା ରାତ୍ରି ଭୋଜନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଯିବା ନେଇ ବି ତେଜିଛି ରାଜନୀତି । ସେପଟେ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିବା ଓ ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ କୋଣାର୍କ ଚକ୍ର ଜି-୨୦ରେ ସ୍ଥାନ ପାଇବା ଗର୍ବର ବିଷୟ ବୋଲି ଦର୍ଶାଇଛନ୍ତି ।

Advertisment

ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଅନ୍ୟପଟେ ବିଦେଶୀ ଅତିଥିଙ୍କୁ ଓଡ଼ିଶା ଷ୍ଟଲକୁ ଆକର୍ଷିତ କରିଥିଲା ପିପିଲି ଚାନ୍ଦୁଆ, ପଟ୍ଟଚିତ୍ର, ସମ୍ବଲପୁରୀ ବସ୍ତ୍ର ଭଳି ସାମଗ୍ରୀ । ଏହାବାଦ୍ ପାରଂପରିକ ସମ୍ବଲପୁରୀ ଗୀତ ଡାଲଖାଇର ତାଳେ ତାଳେ ନାଚି ଉଠିଥିଲେ ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟାଲିନା ।

ଉତ୍କଳୀୟ କଳାର ଉତ୍କର୍ଷ ବିଶ୍ୱନେତାଙ୍କୁ କରିଛି ବିମୋହିତ । ଓଡ଼ିଶାର ସଂସ୍କୃତି ଓ ଅସ୍ମିତାକୁ ବିଶ୍ୱ ଦରବାରରେ ମିଳିଛି ସମ୍ମାନ । ଜି-ଟ୍ୱେଣ୍ଟି ଭଳି ବିଶ୍ୱମଂଚରେ ଓଡ଼ିଶାର ଐତିହ୍ୟ, କଳାକୁ ବେଶ୍ ପ୍ରାଧାନ୍ୟ ଦିଆଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ଏବେ ଚାରିଆଡେ ପ୍ରଂଶସା । ହେଲେ ଓଡ଼ିଶା ସରକାର କିନ୍ତୁ କେନ୍ଦ୍ରର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ତ ଦୂରର କଥା ଏଯାଏଁ ଧନ୍ୟବାଦଟିଏ ବି ଦେଇନାହାନ୍ତି । ଯାହାକୁ ନେଇ ଉଠିଛି ପ୍ରଶ୍ନ । ଧନ୍ୟବାଦ ଦେବାକୁ କାହିଁକି ଏତେ କାର୍ପଣ୍ୟତା ? କେବଳ ସେତିକି ନୁହେଁ ଶନିବାର ସଂଧ୍ୟାରେ ଜି-ଟ୍ୱେଣ୍ଟି ଅତିଥିଙ୍କ ପାଇଁ ଆୟୋଜିତ ନୈଶ୍ୟ ଭୋଜି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ନିମନ୍ତ୍ରଣ କରିଥିଲେ ମଧ୍ୟ ସେଥିରେ ସେ ଯୋଗ ଦେଇନଥିଲେ ।

Advertisment

ବିହାର, ଝାରଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ବିରୋଧୀ ଦଳ ଦ୍ୱାରା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାତ୍ରିଭୋଜନକୁ ଯାଇଥିବା ବେଳେ, ନବୀନ କାହିଁକି ଗଲେ ନାହିଁ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି, ଇନଫିୟରର କଂପ୍ଳେକ୍ସ ବା ନିଜକୁ ନ୍ୟୁନ ମନେ କରି ନବୀନ ରାତ୍ରିଭୋଜନକୁ ଯାଇନଥିବା ସେ ମନେ କରୁଛନ୍ତି । ନବୀନ କେବେଳ ଧନ୍ୟବାଦ ନେଇ ଜାଣନ୍ତି, କିନ୍ତୁ କେବେ ଦେଇ ଜାଣନ୍ତି ନାହିଁ ବୋଲି କହି ସେ ସମାଲୋଚନା କରିଛନ୍ତି । ଅନ୍ୟପଟେ କଂଗ୍ରେସ୍ କହିଛି, ବିଜେଡି-ବିଜେପି ମିଶିକି ଅଛନ୍ତି, କିନ୍ତୁ କେହି କାହକୁ ସହି ପାରୁନାହାନ୍ତି । ଏସବୁ ଅଭିଯୋଗର ଜବାବ ରଖିଛି ବିଜେଡି ।

କୋଣାର୍କ ଚକ୍ର ଜି-ଟ୍ବେଣ୍ଟି ସମ୍ମିଳନୀରେ ସ୍ଥାନ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ଏହା ଓଡ଼ିଶା ପାଇଁ ଏକ ଗୌରବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍ ଧରିବା ପରେ ବହୁ ବିଳମ୍ବରେ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ୍ ମିଡିଆ

Advertisment

ଆକାଉଣ୍ଟରେ କୋଣାର୍କ ଚକ୍ର ଜି-୨୦ରେ ସ୍ଥାନ ପାଇବା ଗର୍ବର ବିଷୟ ବୋଲି ଲେଖି ଏକ ଭିଡିଓ ସେୟାର କରିଛନ୍ତି । ସେପଟେ କେନ୍ଦ୍ର ସରକାର ଓଡ଼ିଶାର କଳା
ସଂସ୍କୃତିକୁ ବେଶ ଗୁରୁତ୍ୱ ଦେଇଛନ୍ତି । କୋଣାର୍କ ଚକ୍ର ଜି-ଟେଣ୍ଟି ସମ୍ମିଳନୀରେ ସ୍ଥାନ ପାଇବା ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ବିଶିଷ୍ଟ ସ୍ଥପତି ସୁଦର୍ଶନ ସାହୁ । ରାଜନୈତିକ ସମୀକ୍ଷକ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ରର ଏଭଲି ପଦକ୍ଷେପ ପାଇଁ ପ୍ରଂଶସା କରିବା କଥା ।

CM Naveen Patnaik Konark Sun Temple G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ