Advertisment

ରାତି ପାହିଲେ ମତଦାନ; ୧୦ ରାଜ୍ୟ, ୨ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ତୟାରି। ଇଭିଏମ ସହ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ ଅଧିକାରୀ। ତୃତୀୟ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ସମସ୍ତ ବୁଥରେ ପହଞ୍ଚିସାରିଛନ୍ତି ପୋଲିଂ ଅଧିକାରୀ ଓ ଅନ୍ୟ କର୍ମଚାରୀ।

author-image
Manoranjan Behera
General Elections 2024

General Elections 2024

ରାତି ପାହିଲେ ଗଣତନ୍ତ୍ରର ମହାପର୍ବର ତୃତୀୟ ପର୍ଯ୍ୟାୟରେ ସାମିଲ ହେବ ସାରା ଦେଶ। ମତଦନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଂଚିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଭୋଟିଂ ହେବାକୁ ଥିବା ସମସ୍ତ ବୁଥରେ ପହଞ୍ଚିସାରିଛନ୍ତି ପୋଲିଂ ପାର୍ଟି। ଭୋଟରଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ୧୦ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ମତଦାନ।

Advertisment

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ତୟାରି। ଇଭିଏମ ସହ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ ଅଧିକାରୀ। ତୃତୀୟ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ସମସ୍ତ ବୁଥରେ ପହଞ୍ଚିସାରିଛନ୍ତି ପୋଲିଂ ଅଧିକାରୀ ଓ ଅନ୍ୟ କର୍ମଚାରୀ। ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପାଇଁ କରାଯାଇଛି ବିଶେଷ ବ୍ୟବସ୍ଥା। କିଛି ସ୍ଥାନରେ ହିଟ ୱେଭକୁ ଦୃଷ୍ଟିରେ ରଖି ସବୁ ସୁବିଧା ଯୋଗାଇ ଦିାଆଯାଇଛି। ଭୋଟିଂ ପ୍ରକ୍ରିୟା ପାଇଁ ଉଦ୍ଦିଷ୍ଟ ସମସ୍ତ ଉପକରଣଗୁଡିକର ଭଲକି ତନଖି କରି ପୁରା ପ୍ରସ୍ତୁତ ପୋଲିଂ ପାର୍ଟି। ଗଣତନ୍ତ୍ରର ଏହି ମହାନ ପର୍ବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପୋଲିଂ ଅଧିକାରୀଙ୍କ ମନରେ ବି ଭରିରହିଛି ଉତ୍ସାହ।

ଏପଟେ ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରଯିବା ସହ ଆହୁରି କଡାକଡି କରାଯାଇଛି। ମତଦାନ କେନ୍ଦ୍ର ଆଖପାଖରେ ପୋଲିସ ପଇଁତରା ମାରିବାସହ, ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ ମଧ୍ୟ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳମନଙ୍କରେ ଗାଡି, ମଟରକୁ ଅଟକାଇ କଡାକଡି ବାଏ ଯାଞ୍ଚ କରାଯାଉଛି।

Advertisment

ତୃତୀୟ ଚରଣ ଭୋଟିଂରେ ଉତ୍ତର ପୂର୍ବ ରାଜ୍ୟ ଆସାମରେ ୪ ଟି ଆସନ ଲାଗି ମତଦାନ ହେବ। ସେହିଭଳି ବିହାର-୫, ଛତିଶଗଡ଼-୭, ଗୋଆ-୨, ଗୁଜରାଟ-୨୫, କର୍ଣ୍ଣାଟକ-୧୪, ମଧ୍ୟପ୍ରଦେଶ- ୮, ମହାରାଷ୍ଟ୍ର-୧୧, ଉତ୍ତର ପ୍ରଦେଶ-୧୦, ପଶ୍ଚିମବଙ୍ଗରେ ୪ ଆସନ ସହ ଦାଦ୍ରା ଏବଂ ନଗର ହାବେଳି-୧, ଡାମନ୍ ଏବଂ ଡିୟୁ-୧ ଲାଗି ଭୋଟ ପଡିବ। ଏହି ପର୍ଯ୍ୟାୟରେ ହେବାକୁ ଥିବା ଜାମ୍ମୁ ଓ କାଶ୍ମୀରର ଗୋଟିଏ ଆସନ ପାଇଁ ମତଦାନ ପରବର୍ତ୍ତୀ ଚରଣକୁ ଘୁଞ୍ଚା ଯାଇଛି।

ତୃତୀୟ ପର୍ଯ୍ୟାୟରେ କେଉଁ ହେବିୱେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମଧ୍ୟପ୍ରଦେଶର ଗୁନାରୁ ଲଢୁଛନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ମଧ୍ୟପ୍ରଦେଶ ଭିଦିଶାରୁ ନିର୍ବାଚନ ଲଢୁଛନ୍ତି ଶିବରାଜ ସିଂଚୌହ୍ୱାନ। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟପ୍ରଦେଶ ରାଜଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି। ମହାରାଷ୍ଟ୍ର ବାରାମତିରୁ ସୁପ୍ରିୟା ସୁଲେଙ୍କର ମଧ୍ୟ କାଲି ଭାଗ୍ୟପରୀକ୍ଷା ହେବ।

ପଶ୍ଚିମବଙ୍ଗର ବହରମପୁରରୁ ମୈଦାନରେ ଅଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ଉତ୍ତର ପ୍ରଦେଶ ମୈନପୁରୀରୁ ଲଢୁଛନ୍ତି ଅଖିଶେଳ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ। କର୍ଣ୍ଣାଟକ ଧରୱାଡରୁ ନିର୍ବାଚନ ଲଢୁଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରାର୍ଥୀ ହୋଇଛନ୍ତି। ଆସାମ ଧୁବରୀରୁ ନିର୍ବାଚନ ଲଢୁଛନ୍ତି ଏଆଇୟୁଡିଏଫ୍ ନେତା ବଦରୁଦ୍ଦିନ ଅଜମଲ।

General Elections 2024
Advertisment
Advertisment