Advertisment

ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ଆଜିଠୁ ନାମାଙ୍କନ

ବିହାରରେ ମାର୍ଚ୍ଚ ୩୦ରେ ନାମାଙ୍କନ ଯାଞ୍ଚ ହେବ। ବାକି ରାଜ୍ୟରେ ୨୮ ମାର୍ଚ୍ଚରେ ନାମାଙ୍କନ ଯାଞ୍ଚ ହେବ। ବିହାରରେ ଏପ୍ରିଲ ୨ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ।

ଅଦ୍ୟତନ ହୋଇଛି
Lok Sabha Election Nomination process begins

Lok Sabha Election Nomination process begins

Advertisment

ଏପ୍ରିଲ ୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ନିର୍ବାଚନ କମିଶନ ପକ୍ଷରୁ ଆଜି ବିଧିବଦ୍ଧ ଗେଜେଟ ନୋଟିଫିକେସନ ଆସିଛି। ଏହା ସହିତ ଆଜିଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେବ। ବିହାରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହେଉଛି ମାର୍ଚ୍ଚ ୨୮ ତାରିଖ। ଅନ୍ୟ ରାଜ୍ୟ ପାଇଁ ଏହା ୨୭ ତାରିଖ।

Advertisment

ବିହାରରେ ମାର୍ଚ୍ଚ ୩୦ରେ ନାମାଙ୍କନ ଯାଞ୍ଚ ହେବ। ବାକି ରାଜ୍ୟରେ ୨୮ ମାର୍ଚ୍ଚରେ ନାମାଙ୍କନ ଯାଞ୍ଚ ହେବ। ବିହାରରେ ଏପ୍ରିଲ ୨ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ବାକି ରାଜ୍ୟରେ ଏହି ସମୟ ସୀମା ହେଉଛି ୩୦ ମାର୍ଚ୍ଚ। ସେହି ଦିନ ସଂଧ୍ୟାରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଏପ୍ରିଲ ୧୯ରେ ହେବ ଭୋଟ ଓ ଗଣତି ହେବ ଜୁନ୍ ୪ ତାରିଖରେ।

ଅଧିକ ପଢ଼ନ୍ତୁ: ଠାକରେଙ୍କୁ ଚେକ୍ ଦେବାକୁ ଠାକରେ ଅସ୍ତ୍ର, ବିଜେପି ସହ ମେଣ୍ଟ କରିବେ ରାଜ ଠାକ୍‌ରେ

Advertisment

ଏପ୍ରିଲ ୧୯ ରେ ପ୍ରଥମ ପର୍ଯ୍ୟାୟରେ ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ମତଦାନ ହେବ।ଏହି ପର୍ଯ୍ୟାୟରେ ତାମିଲନାଡୁର ୩୯ଟି ଯାକ ଆସନ, ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ଉତ୍ତରାଖଣ୍ଡ, ଆସାମ, ମହାରାଷ୍ଟ୍ରର ୫ଟି ଲେଖାଏଁ, ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ଅରୁଣାଚଳ ପ୍ରଦେଶ, ମଣିପୁର ଓ ମେଘାଳୟର ୨ଟି ଲେଖାଏଁ ଏବଂ ଛତିଶଗଡ଼, ମିଜୋରମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର, ଜାମ୍ମୁ କାଶ୍ମୀର, ଲାକ୍ଷାଦ୍ବୀପ ଓ ପୁଡୁଚେରିର ଗୋଟିଏ ଲେଖାଏଁ ଆସନ ରହିଛି।

Nomination Filing Loksabha General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ