ପୋଲିସ ସହ ଜୋରଦାର ଧସ୍ତାଧସ୍ତି ! ଦୁଲ୍‌ଦାଲ୍ ମାଡ଼ ହେଲା ଅଣ୍ଡା-ଟମାଟ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ ଆଜି ଏଭଳି ନିଷ୍ପତ୍ତି ନେଇଛି ଛାତ୍ର କଂଗ୍ରେସ । ପ୍ରତିବାଦ କରିବା ସହ ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ସଂଗଠନ ।

NSUI Protest

ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ପକ୍ଷରୁ ଆରମ୍ଭ ହେଲା ଅଣ୍ଡା, ଟମାଟୋ ମାଡ଼ ପର୍ବ । ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ପୋଲିସ ଅଟକାଇବାରୁ ପୋଲିସକୁ ଅଣ୍ଡା, ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ । ନବୀନ ନିବାସ ଅଭିମୁଖେ ଛାତ୍ର କଂଗ୍ରେସର କର୍ମୀମାନେ ଯାଉଥିବା ବେଳେ ପରେଷ୍ଟ ପାର୍କ ପାଖରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଯାହାଫଳରେ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଟପିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ ।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ ଆଜି ଏଭଳି ନିଷ୍ପତ୍ତି ନେଇଛି ଛାତ୍ର କଂଗ୍ରେସ । ପ୍ରତିବାଦ କରିବା ସହ ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ସଂଗଠନ ।