Advertisment

ଷ୍ଟେଜ୍ ଉପରେ କାନ୍ଦିଲେ ନବଙ୍କ ଝିଅ, କହିଲେ- ‘କେବେ ଭାବି ନଥିଲି ବାପାଙ୍କ ନାଁ ପୂର୍ବରୁ ସ୍ୱର୍ଗତଃ ଲାଗିବ’

ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ାବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Naba Das Daughter Crying During Shraddhanjali Sabha

Late Minister Naba Das Daughter Crying

Advertisment

ଆଜି ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ପୂର୍ବରୁ ଗତକାଲି ଦିବଙ୍ଗତ ନେତା ନବ ଦାସଙ୍କ ପୁଅ ବିଶାଲ ଓ ଝିଅ ଦୀପାଳି ଦାସ ପ୍ରସ୍ତୁତିର ତଦାରଖ କରିଥିଲେ।

Advertisment

ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ା ବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା: ପ୍ରଦୀପ ପୁରୋହିତ

Advertisment

ଶ୍ରଦ୍ଧାଞ୍ଜଳି ସଭାରେ ଷ୍ଟେଜ ଉପରେ ଭାଷଣ ଦେବାବେଳେ ବାପାଙ୍କୁ ମନେ ପକାଇ ନବଙ୍କ ଝିଅ ଦୀପାଳି କାନ୍ଦିଥିଲେ। କାନ୍ଦି କାନ୍ଦି ସେ କହିଥିଲେ, ‘ମୁଁ କେବେ ଭାବି ନଥିଲି ମୋ ବାପାଙ୍କ ନାଁ ପୂର୍ବରୁ ସ୍ୱର୍ଗତଃ ଲଗାଇବାକୁ ପଡ଼ିବ। ହେଲେ ଆଜି ଲଗାଇବାକୁ ପଡ଼ୁଛି। ଯେତେବେଳେ ବି ମୁଁ ଷ୍ଟେଜ୍‌କୁ ଆସୁଥିଲି କିଛି କହିବା ପାଇଁ, ପଛରେ ବାପା ବସି ମୋ ଭାଷଣ ଶୁଣୁଥିଲେ ଆଉ କହୁଥିଲେ, ଦୀପାଳି ତୁ ଭଲ କହୁଛୁ। ହେଲେ ଆଜି ସେ ମୋ ପାଖରେ ନାହାନ୍ତି। କିନ୍ତୁ ମୁଁ ଜାଣିଛି ଆଜିବି ସେ ମୋ ପଛ ଆଡ଼େ ଛିଡ଼ା ହୋଇଛନ୍ତି। ଆଜି ବି ମୁଁ ଯାହା କହିବି ସବୁ ସେ ଶୁଣୁଛନ୍ତି। ଆଉ ସବୁବେଳେ ବାପା ମୋ ସହ ଅଛନ୍ତି।’ 

Advertisment

ନବଙ୍କ ଝିଅ ଆହୁରି କହିଛନ୍ତି ଯେ, ‘ଯେତେବେଳେ ମୁଁ ବାପାଙ୍କୁ ହରାଇଲି, ମୋତେ ଲାଗିଲା ମୁଁ ଅନାଥ ହୋଇଗଲି। ମୋ ବାପା ମରିଯାଇଛନ୍ତି କିନ୍ତୁ ମୋତେ ଗୋଟିଏ ବଡ ପରିବାର ଦେଇ ଯାଇଛନ୍ତି।’

Naba Das Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ