Lalu Yadav's Action On Tej Pratap
ବଡ଼ ପୁଅ ତେଜ ପ୍ରତାପଙ୍କୁ RJDରୁ ବହିଷ୍କାର କଲେ ଲାଲୁ ଯାଦବ । ୬ ବର୍ଷ ପାଇଁ ଲାଲୁ ନିଜ ପୁଅକୁ ଦଳରୁ ବହିଷ୍କାର କରିଥିବା ଜଣାପଡିଛି । ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ସେ ଏପରି କରିଥିବା କହିଛନ୍ତି । ଖାଲି ସେତିକି ନୁହେଁ, ପରିବାରରୁ ବିଦା କରିଥିବା ନେଇ ବି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ସୂଚନା ଦେଇଛନ୍ତି । RJD ସୁପ୍ରିମୋ ଲାଲୁ ଯାଦବ ଉଲ୍ଲେଖ କରିଛନ୍ତି, "ଜୀବନରେ ନୈତିକ ମୂଲ୍ୟବୋଧକୁ ଅବହେଳା କରିବା ଦ୍ୱାରା ସାମୂହିକ କ୍ଷତି ସହିବାକୁ ପଡୁଛି । ଆଚରଣ, ଗତିବିଧି, ପାରିବାରିକ ମୂଲ୍ୟବୋଧ, ଦାୟିତ୍ୱ ଓ ସଂସ୍କାର ଆଦିରେ ଅବହେଳାକୁ ଦୃଷ୍ଟିରେ ରଖି ମୋ ବଡ ପୁଅକୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରୁଛି । ପରିବାରରୁ ମଧ୍ୟ ବିଦା କରିଥିବାର ସେ କହିଛନ୍ତି । ବର୍ତ୍ତମାନଠାରୁ ଦଳ ଓ ପରିବାରରେ ତା'ର କୌଣସି ଭୂମିକା ରହିବ ନାହିଁ । ଯଦି କୌଣସି ବ୍ୟକ୍ତି ତା ସହ ସମ୍ପର୍କ ରଖିବାକୁ ଚାହାନ୍ତି ତେବେ ସେହି ନିର୍ଣ୍ଣୟ ସେମାନେ ହିଁ ନେବେ ।"
ସୂଚନା ଯୋଗ୍ୟ,ଗତକାଲି(ଶନିବାର) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପଙ୍କ ଆକାଉଣ୍ଟରୁ ଅନୁଷ୍କା ଯାଦବଙ୍କ ସହ ଫଟୋ ସେୟାର ହୋଇଥିଲା । ପରେ ତେଜ ପ୍ରତାପ ଏସବୁ ସଂଶୋଧନ କରିବା ସହ ଆକାଉଣ୍ଟ ହ୍ୟାକ୍ ହୋଇଥିବା କହିଥିଲେ । ତେଜ ପ୍ରତାପ ପୂର୍ବରୁ ବିବାହିତ ହୋଇଥିବାବେଳେ ଉଭୟ ପତି ପତ୍ନୀଙ୍କ ପାରିବାରିକ ବିବାଦ ଲାଗି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748170934.jpg)