Advertisment

VK Pandian Odisha Politics Conspiracy: ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ; କହିଲେ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଧନ୍ୟବାଦ କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର କହିଛନ୍ତି, ପୁରୁଷୋତ୍ତମ ଦେବ ଜଗନ୍ନାଥ ଓ ବଳଭଦ୍ରଙ୍କ ସହାୟତାରେ କାଞ୍ଚି ବିଜୟ କରି ରାଜକୁମାରୀକୁ ବିବାହ କରିଥିଲେ।

pandian

pandian

Advertisment

ପାଣ୍ଡିଆନ ପୁରୁଷୋତ୍ତମ ଦେବଙ୍କ ବଦଲା ନେବାକୁ ଓଡ଼ିଶା ଆସିଥିଲେ। କିଛି ଏଭଳି ଢଙ୍ଗରେ ଭିକେ ପାଣ୍ଡିଆନଙ୍କ ଉପରେ ନିଶାନା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଧନ୍ୟବାଦ କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର କହିଛନ୍ତି, ପୁରୁଷୋତ୍ତମ ଦେବ ଜଗନ୍ନାଥ ଓ ବଳଭଦ୍ରଙ୍କ ସହାୟତାରେ କାଞ୍ଚି ବିଜୟ କରି ରାଜକୁମାରୀକୁ ବିବାହ କରିଥିଲେ। ଏହାର ବଦଲା ନେବାକୁ ଭିକେ ପାଣ୍ଡିଆନ ଓଡ଼ିଶା ଆସିଥିଲେ। ଏଠାକୁ ଆସି ସେ ପ୍ରଥମେ ଓଡିଆ ଝିଅକୁ ବାହାହେଲେ। ତା’ପରେ ଜଗନ୍ନାଥଙ୍କୁ ବଦନାମ କରିବାକୁ ତାଙ୍କ ନାମରେ ଉସୁନା ଅରୁଆ ଚାଉଳ ମିଶାଇ ଘରୁ ଘରୁ ମାଗିଲେ।

ଅଧିକ ପଢ଼ନ୍ତୁ: ସମାଜବାଦୀ ପାର୍ଟିରେ ଯୋଗ ଦେବେ ଶ୍ରୀକାନ୍ତ ! ଅଖିଳେଶଙ୍କୁ ଭେଟିବା ପରେ ବଢିଲା ସମ୍ଭାବନା

Advertisment

ନିଜେ ଉଡ଼ା ଜାହାଜରେ ବୁଲି ବୁଲି ନବୀନ ବାବୁଙ୍କୁ ଦୁଇଟି ଯାଗାରେ ଠିଆ କରାଇଲେ। ଦୁଇଟି ଯାଗାରେ ସେ ଜିତିଥିଲେ। ଗୋଟିଏରେ ପାଣ୍ଡିଆନ ଜିତି ଉପମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟ ଚଳାଇଥାନ୍ତେ। ଆଉ, ରାଜ୍ୟକୁ ଲୁଟି ବଦଲା ପୂରା କରିଥାନ୍ତେ। ହେଲେ ପ୍ରଭୁ ଜଗନ୍ନାଥ ଏହାକୁ କରାଇ ଦେଲେ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।

ପାଣ୍ଡିଆନ ଓଡ଼ିଶା ରାଜ୍ୟକୁ ଉପଭୋଗ କରିବାର ଚକ୍ରାନ୍ତ ଥିଲା॥ ହେଲେ ଜଗନ୍ନାଥ କରାଇଦେଲେ ନାହିଁ। ମୁଁ ସେଥିପାଇଁ କହୁଛି, ଏହି ସରକାର ଜଗନ୍ନାଥ ଆଣିଛନ୍ତି। ମୋର ବିଶ୍ୱାସ ନଥିଲା ଆମେ ସରକାର କରିବୁ ବୋଲି। ହେଲେ ଗୋଟିଏ ଲୋକର ବିଶ୍ୱାସ ଥିଲା, ସେ ହେଉଛନ୍ତି ମନମୋହନ ସାମଲ। ଏକୁଟିଆ ଲଢ଼ିବୁ, ଏକଟୁଆ ସରକାର ଆଣିବୁ ବୋଲି ସେ କହୁଥିଲେ। ସେଥିପାଇଁ ମ୍ୟାନ ଅଫ୍‌ ଦି ମ୍ୟାଚ ହେଉଛନ୍ତି ମନମୋହନ ସାମଲ।

Advertisment

ତେବେ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଏଭଳି ମନ୍ତବ୍ୟ ଉପରେ ପାଣ୍ଡିଆନ୍ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ବିପର୍ଯ୍ୟୟ ପରେ ବିଜେଡିରେ ଅସମ୍ଭାଳ କି ବିଦ୍ରୋହ ? ୧୫ ସାଙ୍ଗଠନିକ ଜିଲ୍ଲା ପାଇଁ ଛିଣ୍ଡିଲାନି ସଭାପତି ଅଙ୍କ

BJD BJP VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ