BJP Leader Jayanarayan Mishra
ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମାନସିକ ବିକୃତ କହିବା ଘଟଣାରେ ସେ ମାନହାନୀ ମୋକଦ୍ଦମା ରୁଜୁ କରିପାରନ୍ତି। ଏନେଇ ଓଟିଭି ଖୋଲାକଥାରେ ସେ ସୂଚନା ଦେଇଛନ୍ତି।
ଜୟନାରାୟଣ କହିଛନ୍ତି, ‘ମୋତେ କେଉଁ ରୋଗ ହୋଇଛି, କି ଚିକିତ୍ସା ହେଉଛି ସରକାର ଜାଣିଛନ୍ତି। ଚିକିତ୍ସା ପାଇଁ ଯାଇ ମୁଁ ଉତ୍କଳ ଭବନରେ ରହୁଥିଲି। କିଡନୀ ରୋଗ ପାଇଁ ଯାଇଛି, ଟ୍ରାନ୍ସପ୍ଲାଣ୍ଟ ହେବ ସରକାର ଜାଣିଥିଲେ।’ ଚିକିତ୍ସା ପାଇଁ ଯିବାକୁ ମୋତେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁମତି ଦେଇଛନ୍ତି। ଏହା ସତ୍ତ୍ୱେ ଯଦି ଜାଣି ପାରୁନାହାନ୍ତି, ତେବେ ମେଣ୍ଟାଲ ଡିଜ୍ଅର୍ଡର ତାଙ୍କର’ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।
ସେ କହିଥିଲେ, ‘ବାଚସ୍ପତି ଶାସକ ଦଳର କଣ୍ଢେଇ ଭଳି କାମ କରୁଛନ୍ତି । ବାଚସ୍ପତି ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ ରହିବା ଉଚିତ୍’। ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା ଜୟନାରାୟଣ କହିଛନ୍ତି।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1696062705.jpg)