Advertisment

'ହାଇକମାଣ୍ତ ଚାହିଁଲେ ମୋ ସ୍ୱାମୀଙ୍କ ଇଚ୍ଛା ପୂରଣ ହୋଇପାରିବ'

ଦଳ ଚାହିଁଲେ ସେ ପ୍ରାର୍ଥୀ ହେବେ ଓ ସ୍ୱର୍ଗତ ସ୍ୱାମୀଙ୍କ ଅଧୁରା ସ୍ବପ୍ନ ପୂରଣ ପାଇଁ ଚେଷ୍ଟା କରିବେ ବୋଲି ଅଳକା କହିଛନ୍ତି । କିଶୋରଙ୍କ ପରଲୋକ ଯୋଗୁଁ ବ୍ରଜରାଜନଗର ଆସନ ଖାଲି ପଡ଼ିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Kishor Mohanty and Alaka Mohanty

Kishor Mohanty and Alaka Mohanty

ଟିକେଟ୍ ଆଶାୟୀ କିଶୋର ମହାନ୍ତିଙ୍କ ପତ୍ନୀ ଉପନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବ୍ରଜରାଜନଗରରେ ହେବାକୁ ଥିବା ଉପନିର୍ବାଚନରେ ଦଳ ହାଇକମାଣ୍ଡ ଯଦି ଚାହିଁବେ, ସେ ପ୍ରାର୍ଥୀ ହେବେ ବୋଲି କହିଛନ୍ତି । ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପୌର ନିର୍ବାଚନରେ ଭୋଟ୍ ଦେବାକୁ ଆସିଥିବାବେଳେ ଦିବଂଗତ କିଶୋରଙ୍କ ଅଳକା ନିଜ ମନର କଥା କହିଛନ୍ତି ।

Advertisment

ଦଳ ଚାହିଁଲେ ସେ ପ୍ରାର୍ଥୀ ହେବେ ଓ ସ୍ୱର୍ଗତ ସ୍ୱାମୀଙ୍କ ଅଧୁରା ସ୍ବପ୍ନ ପୂରଣ ପାଇଁ ଚେଷ୍ଟା କରିବେ ବୋଲି ଅଳକା କହିଛନ୍ତି । କିଶୋରଙ୍କ ପରଲୋକ ଯୋଗୁଁ ବ୍ରଜରାଜନଗର ଆସନ ଖାଲି ପଡ଼ିଛି । ଗତ ଡିସେମ୍ବର ୩୦ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ହୃଦଘାତରେ କିଶୋରଙ୍କ ପରଲୋକ ଘଟିଥିଲା ।

ସୂଚନାଯୋଗ୍ୟ, ହୃଦଘାତ ହେବାରୁ ଗତ ଡିସେମ୍ବର ୩୧ ତାରିଖରେ ଝାରସୁଗୁଡ଼ାର ଏକ ଘରୋଇ ମେଡ଼ିକାଲ୍‌ରେ ଆଖି ବୁଜିଥିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି। ତାଙ୍କ ମୃତ୍ୟୁ ପରଠୁ ବ୍ରଜରାଜନଗର ଆସନ ଖାଲି ପଡ଼ିଛି।

Advertisment

କିଶୋର ମହାନ୍ତି ଓଡ଼ିଶା ବିଧାନସଭାରେ  ବାଚସ୍ପତି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଥିଲେ। ସେ ୩ ଥର ଝାରସୁଗୁଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ୨୦୦୯ରୁ ୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ କିଶୋର। କିନ୍ତୁ ଗତ ସାଧାରଣ ନିର୍ବାଚନରେ ସେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Municipal Election 2022 Brajanagar
Advertisment
Advertisment