Advertisment

ଏଥର କର୍ଣ୍ଣାଟକରେ ଚାଲିବ କି କଂଗ୍ରେସର ରାଜ୍‌ ?

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, କଂଗ୍ରେସକୁ ବହୁତ ମିଳିଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Karnataka Election Results 2023

Karnataka Election Results 2023

Advertisment

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଜାରି ରହିଛି। ମୋଟ୍ ୨୨୪ ବିଧାନସଭା ଆସନ ପାଇଁ ମତ ହୋଇଥିବା ବେଳେ ଭୋଟ୍‌ ଗଣତି ପାଇଁ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, କଂଗ୍ରେସକୁ ବହୁତ ମିଳିଥିବା ଜଣାପଡ଼ିଛି। ୨୨୪ ଆସନରୁ କଂଗ୍ରେସ ୧୧୭ ଆସନରେ ଆଗୁଆ ଥିବାବେଳେ ବିଜେପି ୭୭, ଜେଡିଏସ୍‌ ୨୪ ଓ ଅନ୍ୟାନ୍ୟ ପାର୍ଟି ୫ ଆସନରେ ଆଗୁଆ ରହିଛି। 

Advertisment

ମ୍ୟାଜିକ୍‌ ନମ୍ବର ୧୧୩ ଥିବାବେଳେ କଂଗ୍ରେସ ଲାଟେଷ୍ଟ ଟ୍ରେଣ୍ଡ୍‌ ଅନୁସାରେ ୧୧୭ ଆସନରେ ଆଗୁଆ ଥିବା ଜଣାପଡ଼ିବା ପରେ ଦିଲ୍ଲୀ ଓ କର୍ଣ୍ଣାଟକ ସମେତ ଅନ୍ୟ ସ୍ଥାନରେ କଂଗ୍ରେସ କାର୍ଯ୍ୟାଳୟରେ ସେଲିବ୍ରେସନ ଆରମ୍ଭ ହୋଇଛି। 

ସୂଚନାଥାଉ କି, ଗତ ୧୦ ତାରିଖରେ ହୋଇଥିବା ନିର୍ବାଚନରେ ୭୩.୧୯%  ଭୋଟ୍‌ ପଡ଼ିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିନି। ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ୍‌ କହୁଛି। କଂଗ୍ରେସକୁ କଡ଼ା ଟକ୍କର ଦେଇ ବିଜେପି ଦ୍ୱିତୀୟ ସ୍ଥାନରେ ରହିବ। ଏହା ମଧ୍ୟରେ ପୁଣିଥରେ କିଙ୍ଗ୍ ମେକର ସାଜି ପାରେ ଜେଡିଏସ।

Advertisment

ଏଚ୍‌ଡି କୁମାରସ୍ୱାମୀଙ୍କ ପାର୍ଟି ଜେଡିଏସ୍‌ କହିଛି, କଂଗ୍ରେସ ଓ ବିଜେପି ଉଭୟ ସେମାନଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ବିଜେପି ଏହାକୁ ଖଣ୍ଡନ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି, ଆମେ କୌଣସି ପାର୍ଟି ସହ ସମ୍ପର୍କ କରି ନାହୁଁ।  

Karnataka Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ