Advertisment

Suspension: କର୍ଣ୍ଣାଟକ ବିଧାନସଭାରେ ୧୮ ବିଜେପି ବିଧାୟକଙ୍କୁ ୬ ମାସ ସସପେଣ୍ଡ, ଟେକି ଟେକି ଆଣିଲେ

ବିଶୃଙ୍ଖଳିତ ଆଚରଣ ପାଇଁ କର୍ଣ୍ଣାଟକ ବାଚସ୍ପତି ୟୁଟି ଖାଡେର ୧୮ ବିଧାୟକଙ୍କୁ ଗୃହରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଧାୟକ ବାହାରକୁ ନଯିବାରୁ ଶେଷରେ ମାର୍ଶାଲ ଲଗାଇ ଟେକି ଟେକି ସେଠୁ ବହାରକୁ ବାହାର କରିଛନ୍ତି।

ଅଦ୍ୟତନ ହୋଇଛି
MLAs Suspended

MLAs Suspended

Advertisment

ବିଧାୟକଙ୍କୁ ବିଧାନସଭାରୁ ଟେକି ଟେକି ବାହାରକୁ କାଢ଼ିଲେ। ଏପରି କିଛି ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି କର୍ଣ୍ଣାଟକ ବିଧାନସଭାରେ। କର୍ଣ୍ଣାଟକର କଂଗ୍ରେସ ସରକାର ‘୬୦ ପ୍ରତିଶତ କମିଶନ୍’ ନେଉଥିବା ଅଭିଯୋଗରେ ବିରୋଧ ପ୍ରଦର୍ଶନ କରୁଥିଲେ ବିଜେପି ବିଧାୟକ। ହନିଟ୍ରାପ ବିବାଦ ଓ ଠିକା କାମରେ ମୁସଲିମଙ୍କୁ ୪ ପ୍ରତିଶତ କାମ ଦେବା ସଂପର୍କିତ ବିଲକୁ ବିରୋଧ କରୁଥିଲେ ବିଜେପି ବିଧାୟକ। ଗୃହ ଭିତରେ ହଟ୍ଟଗୋଳ ଓ ନାରାବାଜି ଚାଲିଥିଲା। କେତେ ଜଣ ବିଧାୟକ ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ଏହି ହଟ୍ଟଗୋଳ ସମୟରେ ଏକ ଅର୍ଥ ବିଲ୍ ଗୃହୀତ ହୋଇଥିଲା ।

Advertisment

ବିଶୃଙ୍ଖଳିତ ଆଚରଣ ପାଇଁ କର୍ଣ୍ଣାଟକ ବାଚସ୍ପତି ୟୁଟି ଖାଡେର ୧୮ ବିଧାୟକଙ୍କୁ ଗୃହରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଧାୟକ ବାହାରକୁ ନଯିବାରୁ ଶେଷରେ ମାଶଲ ଲଗାଇ ଟେକି ଟେକି ସେଠୁ ବହାରକୁ ବାହାର କରିଛନ୍ତି। ଖାଲି ଏତିକି ନୁହେଁ ବିଜେପି ବିଧାୟକମାନେ କାଗଜପତ୍ର ମଧ୍ୟ ଚିରିଥିଲେ । ଯେଉଁଥିରେ ଏହି ୧୮ ଜଣ ବିଜେପି ବିଧାୟକଙ୍କୁ ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ୬ ମାସ ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଛି। ଏହା ତତକ୍ଷଣାତ୍ ଲାଗୁ ହେବ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସମୟସୀମା ମଧ୍ୟରେ ବିଧାନସଭା ଗୃହ, ଲବି ଓ ଗ୍ୟାଲେରୀକୁ ଏହି ବିଜେପି ବିଧାୟକମାନେ ପଶିପାରିବେ ନାହିଁ । ବିଧାନସଭା ଷ୍ଟାଣ୍ଡିଂ କମିଟିର କୌଣସି ବୈଠକରେ ଭାଗ ନେଇପାରିବେ ନାହିଁ । ଏହି ସମୟରେ ଦୈନିକ ଆଲାଉନ୍ସ ପାଇବେ ନାହିଁ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ରାଜନୀତି ତେଜିଛି।

Advertisment

ଅଧିକ ପଢ଼ନ୍ତୁ : ଆଜି ବି ଅଚଳ ବିଧାନସଭା, ଗୃହରେ ଘଣ୍ଟ-ପେଁକାଳୀ ବଜାଇଲେ କଂଗ୍ରେସ ବିଧାୟକ

Karnataka Opposition In Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ