Advertisment

ଛିଡୁଛି ଭରସା, ତୁଟୁଛି ଆଶା; ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ

ଛିଡୁଛି ଭରସା, ତୁଟୁଛି ଆଶା। ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ। ସାଂସଦ ମମତା ମହାନ୍ତ ଦଳ ଛାଡି ବିଜେପିରୁ ରାଜ୍ୟସଭା ଯିବାପରେ ଏବେ ବିଜେଡିକୁ ଲାଗିଛି ସୁଜିତ ଝଟକା।

undefined

Sujit Kumar

Advertisment

ମମତାଙ୍କ ରାସ୍ତାରେ ସୁଜିତ । ଯାହା ଆକଳନ କରାଯାଉଥିଲା ସେୟା ହେଲା । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ । ଅପ୍ରତ୍ୟାଶିତ ଭାବେ ଆଜି ସୁଜିତ କୁମାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି । ଆଉ ଇସ୍ତଫା ଦେବାର ମାତ୍ର କିଛି ସମୟ ପରେ ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରଭାରୀ ବିଜୟ ପାଲ୍ ସିଂ ତୋମରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସୁଜିତ । ଆଉ ବିଜେପିରେ ଯୋଗ ଦେବାପରେ ବିଜେଡି ଉପରେ ବର୍ଷିଛନ୍ତି ।

Advertisment

କିଛି ଦିନ ତଳେ ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ପୁଣିଥରେ ତାଙ୍କୁ ରାଜ୍ୟ ସଭାକୁ ପଠାଇଛି। ସେହିପରି ଆଜି ସୁଜିତ କୁମାରଙ୍କ ଇସ୍ତଫା ଅନେକ କିଛି ସମୀକରଣକୁ ଇସାରା ଦେଉଛି । ୨୪ ନିର୍ବାଚନରେ ବିଜେଡି ଲୋକସଭାରେ ଖାତା ଖୋଲିପାରିନି । କିନ୍ତୁ ରାଜ୍ୟସଭାର ୧୦ ସାଂସଦଙ୍କ ଭିତରୁ ୯ ଜଣ ସାଂସଦଙ୍କୁ ନେଇ ବିଜେଡି କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ରଖିବାକୁ ପ୍ରସ୍ତୁତି କରୁଥିଲା ।

କିନ୍ତୁ ମମତା ଓ ସୁଜିତ ଯିବା ପରେ ଏବେ ବିଜେଡ଼ି ପାଖରେ ୭ ସାଂସଦ ରହିଲେ। ଧୀରେ ଧୀରେ ଦିଲ୍ଲୀରେ ଦଳ ଦୁର୍ବଳ ହେଉଥିବାରୁ ଆଗାମୀ ଦିନରେ ବିଜେଡି ଗଡ ଭୁଷୁଡିବା ଏକପ୍ରକାର ନିଶ୍ଚିତ। ବିଜେଡି କହିଛି, ବିଜେପି ଚକ୍ରାନ୍ତ କରି ଏପରି କରୁଛି ମାତ୍ର ଏହାର କିଛି ପ୍ରଭାବ ଦଳ ଉପରେ ପଡ଼ିବନି। ସେପଟେ ବିଜେପି କହିଛି ଅଣ ନିଶ୍ବାସୀ ହୋଇ ବିଜେଡି ଛାଡୁଛନ୍ତି ସାଂସଦ । ଚର୍ଚ୍ଚା ହେଉଛି ବିଜେଡିର ଏହି ଟ୍ରେଣ୍ଡ ଆଗକୁ ବି ଜାରି ରହିପାରେ। ଆଉ କିଛି ବିଜେଡି ସାଂସଦ ଦଳୀୟ କାର୍ଯ୍ୟରେ ଅସନ୍ତୁଷ୍ଟ । ସେଥିପାଇଁ ସେମାନେ ବି ଦଳ ଛାଡ଼ିପାରନ୍ତି ।

Advertisment

BJD BJP Rajya Sabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ