Advertisment

K Kavitha: ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମଙ୍ଗଳବାର ଦିନ କେ କବିତାଙ୍କୁ ଭାରତୀୟ ରାଷ୍ଟ୍ର ସମିତି (BRS)ରୁ ନିଲମ୍ବିତ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି।

Kavitha

Kavitha

Advertisment

ତେଲେଙ୍ଗାନାର ବିଧାୟିକା କେ କବିତାଙ୍କୁ ଦଳରୁ ନିଲମ୍ବିତ କରାଯିବାର ଗୋଟିଏ ଦିନ ପରେ ବୁଧବାର ସେ ଭାରତ ରାଷ୍ଟ୍ର ସମିତି (BRS)ରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ସେ ତାଙ୍କ ଭାଇ କେଟି ରାମା ରାଓଙ୍କୁ ସମ୍ପର୍କୀୟ ଭାଇ ଟି ହରିଶ ରାଓ ଏବଂ ଜେ ସନ୍ତୋଷ ରାଓଙ୍କ ବିରୁଦ୍ଧରେ ଚେତାବନୀ ମଧ୍ୟ ଦେଇଛନ୍ତି।

Advertisment

ଶୃଙ୍ଖଳାଗତ କାରଣରୁ ଏବଂ "ଦଳ ବିରୋଧୀ" କାର୍ଯ୍ୟକଳାପ ପାଇଁ ମଙ୍ଗଳବାର ଦିନ କେ କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଭାରତ ରାଷ୍ଟ୍ର ସମିତି ବା ବିଆରଏସରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଦଳର ସଭାପତି କେ ଚନ୍ଦ୍ରଶେଖର ରାଓଙ୍କ ନିର୍ଦ୍ଦେଶକ୍ରମେ କବିତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବନ କରାଯାଇଥିଲା। ବିଆରଏସ୍‌ର ପ୍ରତିଷ୍ଠାତା ହେଉଛନ୍ତି କବିତାଙ୍କ ବାପା ତଥା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓରଫ କେସିଆର।

ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, କବିତା କେଟିଆରଙ୍କୁ ସମ୍ପର୍କୀୟ ଭାଇମାନଙ୍କୁ ବିଶ୍ୱାସ ନ କରିବାକୁ ଅନୁରୋଧ କରିଥିଲେ ଏବଂ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ସମ୍ପର୍କୀୟ ଭାଇମାନଙ୍କ ଦୁର୍ନୀତି ଯୋଗୁଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କ ବାପା କେ ଚନ୍ଦ୍ରଶେଖରଙ୍କୁ ତଦନ୍ତ କରୁଛି। କଲେଶ୍ୱମର ପ୍ରକଳ୍ପରେ ହେରଫେର ଅଭିଯୋଗର ତଦନ୍ତ ଦାୟିତ୍ୱ ଦିନକ ତଳେ ତେଲଙ୍ଗାନାର କଂଗ୍ରେସ ସରକାର ସିବିଆଇକୁ ହସ୍ତାନ୍ତର କରିଥିଲେ। ଏହାପରେ କେ କବିତା ସର୍ବସମ୍ମୁଖରେ ତତ୍କାଳୀନ ଜଳସେଚନ ମନ୍ତ୍ରୀ ହରିଶ ରାଓଙ୍କ ନାଁ ନେଇଥିଲେ। ୨୦୧୪ରେ ବିଆରଏସ କ୍ଷମତାରେ ଥିବା ବେଳେ ହରିଶ ଜଳସେଚନ ମନ୍ତ୍ରୀ ଭାବେ କାମ କରୁଥିଲେ। କବିତାଙ୍କ କହିବା କଥା ଯେ ହେରଫେରରୁ ଟଙ୍କା ହଡ଼ପ କରିବା ପରେ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ସହ ମିଶି ହରିଶ ରାଓ ଏବେ କେସିଆରଙ୍କ ଛବିକୁ ଖରାପ କରିବାକୁ ଚାହୁଁଛନ୍ତି। ସେ ପୂର୍ବତନ ରାଜ୍ୟସଭା ସାଂସଦ ଜେ ସନ୍ତୋଷ କୁମାରଙ୍କ ନାଁ ମଧ୍ୟ ନେଇଥିଲେ। ହରିଶଙ୍କୁ ସମାଲୋଚନା କରିବା ବେଳର ଭିଡିଓ ଭାଇରାଲ ହେବା ପରେ କବିତାଙ୍କୁ ବିଆରଏସ୍‌ରୁ ନିଲମ୍ବନ କରାଯାଇଥିଲା।

Advertisment

ଏପରିକି ସେ ସମ୍ପର୍କୀୟ ଭାଇମାନଙ୍କ ବିରୋଧରେ ତାଙ୍କ ପରିବାରକୁ ଧ୍ୱଂସ କରିବାର ଯୋଜନା କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଛନ୍ତି ଯେ ହରିଶ ରାଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ​​ତାଙ୍କ ବାପା ଏବଂ ଭାଇ କେଟିଆରଙ୍କୁ ପରାସ୍ତ କରିବା ପାଇଁ ଏକ କ୍ୟାମ୍ପେନକୁ ପାଣ୍ଠି ଦେଇଥିଲେ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ପାଇଁ ମାନବିକତା ଦେଖାଇଲା ଭାରତ, ଆଗୁଆ ସତର୍କ କଲା

Telangana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ