Advertisment

BJP Workshop In Puri: ଆଜିଠୁ ପୁରୀରେ ବିଜେପି କର୍ମଶାଳା, ନେତାଙ୍କ କ୍ଲାସ୍ ନେବେ ନଡ୍ଡା

ଆଜିଠୁ ପୁରୀରେ ବିଜେପିର ତିନି ଦିନିଆ କର୍ମଶାଳା ଆରମ୍ଭ ହେଉଛି । ଏହାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉଦ୍‌ଘାଟନ କରିବା ସହ ଦଳୀୟ ସାଂସଦ ଓ ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର ।

ଅଦ୍ୟତନ ହୋଇଛି
BJP Workshop

BJP Workshop

Advertisment

ଆଜିଠୁ ପୁରୀରେ ଆରମ୍ଭ ହେବାକୁ ଯାଉଛି ବିଜେପିର ତିନି ଦିନିଆ କର୍ମଶାଳା । ଏହାକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । କର୍ମଶାଳାରେ ଦଳୀୟ ସାଂସଦ, ବିଧାୟକ ଏବଂ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା । ଏକାଧିକ କେନ୍ଦ୍ରୀୟ ନେତା ମଧ୍ୟ ଏଥିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ବିଷୟରେ ବୈଠକରେ ଆଲୋଚନା ହେବ । ପୁରୀ କୋଣାର୍କ ରୋଡ୍ ସ୍ଥିତ ଏକ ହୋଟେଲରେ ଏହି ବୈଠକ ହେବ । 

Advertisment

ଅଧିକ ପଢ଼ନ୍ତୁ:  ଓଡ଼ିଶା ସ୍ବାସ୍ଥ୍ୟସେବା ଇତିହାସରେ ନୂଆ ଫର୍ଦ୍ଦ, କଟକରେ ବହୁ ପ୍ରତୀକ୍ଷିତ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ

ଗତକାଲି ରାତିରେ କିଛି ମନ୍ତ୍ରୀ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସହ ଅନୌପଚାରିକ ଆଲୋଚନା କରିଛନ୍ତି ନଡ୍ଡା । ଆଜିର ଏହି କର୍ମଶାଳାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ କୋର କମିଟି ସଦସ୍ୟ ଯୋଗ ଦେବେ । ସେହିଭଳି କର୍ମଶାଳାରେ ଏକାଧିକ କେନ୍ଦ୍ରୀୟ ନେତା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Advertisment

ଶୁକ୍ରବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜେପି ନଡ୍ଡା । ଗତକାଲି ଗସ୍ତର ପ୍ରଥମ ଦିନରେ ସେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିଲେ ।  ଏହା ଇନସୁରାନ୍ସ ନୁହେଁ ବରଂ ଆସୁରାନ୍ସ ବୋଲି କହିବା ସହ ଏଭଳି ମହତ୍ତ୍ବାକାଂକ୍ଷୀ ଯୋଜନା ଲାଗୁରେ ୭ ବର୍ଷ ବିଳମ୍ବ ପାଇଁ ସିଧା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଦିନକୁ ଐତିହାସିକ ବୋଲି ବର୍ଣ୍ଣନା କରିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ପୂର୍ବ ସରକାର ଏ ଯୋଜନାକୁ ଲାଗୁ କରିନଥିବା ମଧ୍ୟ ଆରୋପ ଲଗାଇଥିଲେ । 

ଅଧିକ ପଢ଼ନ୍ତୁ: କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

JP Nadda BJP Odisha Workshop Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ