Advertisment

ଝାରସୁଗୁଡ଼ା ନିର୍ବାଚନରେ କିଏ କରୁଛି ହିଂସା ?

ଗଣ୍ଡଗୋଳ ପରେ ଝାରସୁଗୁଡାରେ ଉଭୟ ବିଜେପି ଓ ବିଜେଡି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି। ପ୍ରଥମେ ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ବିଜେଡି ହିଂସା ଆଚରଣ କରୁଥିବା ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
undefined

Jharsuguda Violence

Advertisment

ଝାରସୁଗୁଡ଼ା ଉପନିର୍ବାଚନରେ କିଏ କରୁଛି ହିଂସା? କିଏ ସୃଷ୍ଟି କରୁଛି ଭୟର ବାତାବରଣ? ବିଜେପି-ବିଜେଡି ଦୋଷ ଲଦାଲଦି। ଝାରସୁଗୁଡ଼ାରେ ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିଜେଡି ଗୋଷ୍ଠୀର ବିରୋଧ। ଲଇକେରା ବ୍ଲକ ନିକ୍ତିମାଲରେ ପ୍ରଚାର ବେଳେ ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେଙ୍କ ଗାଡିକୁ ପଥର ଓ ଅଣ୍ଡାମାଡ଼ ଅଭିଯୋଗ ପରେ ଏନେଇ ଥାନାରେ ଏତଲା ହୋଇଛି। ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଥାନା ଆଗରେ ଧାରଣା ଦିଆଔଯାଇଛି। ଏହାର କିଛି ସମୟ ପରେ ବିଜେଡି ସମର୍ଥକଙ୍କୁ ପ୍ରଲୋଭନ ଦେଖାଇବା ସହ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲା ବିଜେଡି।

Advertisment

ଗତକାଲିର ଏହି ଗଣ୍ଡଗୋଳ ପରେ ଆଜି ଝାରସୁଗୁଡାରେ ଉଭୟ ବିଜେପି ଓ ବିଜେଡି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି। ପ୍ରଥମେ ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ବିଜେଡି ହିଂସା ଆଚରଣ କରୁଥିବା ଅଭିଯୋଗ କରିଥିଲେ। ତେଣୁ କେନ୍ଦ୍ରୀୟ ଫୋର୍ସ ମୁତାୟନ କରିବାକୁ ସେମାନେ ଦାବି କରିଛନ୍ତି। ସେପଟେ ବିଜେପି ହାରିଯିବା ଭୟରେ ହିଂସା ଘଟାଉଥିବା ଅଭିଯୋଗ ଆଣି ଉପଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଦାବିପତ୍ର ଦେଇଛି ବିଜେଡି।

କଥା ଏତିକିରେ ସରି ନାହିଁ। ଝାରସୁଗୁଡ଼ାରୁ ଭୁବନେଶ୍ବର ପର୍ଯ୍ୟନ୍ତ ଉଭୟ ବିଜେପି ଓ ବିଜେଡି ଅଭିଯୋଗ କରିବାରେ ଲାଗିଛନ୍ତି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଝାରସୁଗୁଡାରେ ବିଜେପି ହିଂସା କରୁଥିବା ନେଇ ବିଜେଡି ଫେରାଦ ହୋଇଛି। ତେଣେ ବିଜେପିର ଏକ ପ୍ରତିନିଧି ମଧ୍ୟ ସିଇଓଙ୍କ ପାଖରେ ବିଜେଡି ବିରୋଧରେ ସମାନ ଅଭିଯୋଗ କରିଛନ୍ତି।

Advertisment

ଭୋଟ୍ ତାରିଖ ଯେତିକି ପାଖଉଛି, ସେତିକି ସରଗରମ ହେଉଛି ଝାରସୁଗୁଡା ରାଜନୀତି। ହିଂସାକୁ ନେଇ ଲାଗି ରହିଥିବା ଆରୋପ ପ୍ରତ୍ୟାରୋପ ନିର୍ବାଚନକୁ କେତେ ପ୍ରଭାବିତ କରୁଛି ତା ଉପରେ ନଜର ରହିଛି।

Violence Election Campaign
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ