Jayanarayan Mishra: ପୁଣି ଜୟନାରାୟଣଙ୍କ ବିସ୍ଫୋରକ ବୟାନ; କହିଲେ, ଏ ଗୃହକୁ କ’ଣ ଚଳାଇବେ ପାଣ୍ଡିଆନ ?

ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି । ସେମାନେ କହିଲେ ପାଣ୍ଡିଆନ କହିଲେ ବୋଲି ଏମିତି କଲୁ । ଏ ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ ବୋଲି ପଚାରିଛନ୍ତି ଜୟନାରାୟଣ ।

‘ପାଣ୍ଡିଆନ୍‌ ଚଳାଉଛନ୍ତି ଗୃହ’

ବିଧାନସଭାରେ ବିସ୍ଫୋରକ ତଥ୍ୟ ରଖିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ ବୋଲି ପ୍ରଶ୍ନ କଲେ ଜୟନାରାୟଣ । ପଏଣ୍ଟ ଅଫ୍ ଅର୍ଡର ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ସେ କହିଛନ୍ତି ଯେ, ଚାଷୀ ପ୍ରସଙ୍ଗରେ ବିରୋଧୀ ମୁଲତବି ଆଣିଥିଲେ, ଆମେ ଆଲୋଚନା ହେଉ ବୋଲି ଚାହୁଁଥିଲୁ । କିନ୍ତୁ କ’ଣ ପାଇଁ ଗୃହକୁ କାଲିଠାରୁ ମୁଲତବି କରାଯାଉଛି ।

ଅଧିକ ପଢ଼ନ୍ତୁ: ଫେରିଲେ ସୁର ... ଏବେ ପୁଣି ଶୁଭିବ ‘Congress Coming’

ସେ ଆହୁରି କହିଛନ୍ତି, ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି । ସେମାନେ କହିଲେ ପାଣ୍ଡିଆନ କହିଲେ ବୋଲି ଏମିତି କଲୁ । ଏ ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ ବୋଲି ପଚାରିଛନ୍ତି ଜୟନାରାୟଣ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦରି ବୁହା ଓ ଟେଣ୍ଟ ବୁହା ଲୋକ ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହ ବନ୍ଦ କରିଦିଆଯିବ। ପାଣ୍ଡିଆନଙ୍କ ନମ୍ବର ୱାନ ଚାମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ।

ଅନ୍ୟପକ୍ଷରେ ଜୟନାରାୟଣଙ୍କ ବିବୃତିକୁ ବାଦ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ । କହିଛନ୍ତି ବରିଷ୍ଠ ସଦସ୍ୟ ଗୃହରେ ମନ ଗଢ଼ା କାହାଣୀ କହୁଛନ୍ତି । ଗୃହର ସଦସ୍ୟ ନଥିବା ଲୋକଙ୍କ ନାମ ବିବରଣୀରୁ ବାଦ ଦିଆଯାଉ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।