Advertisment

ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଜୟ ନାରାୟଣ ମିଶ୍ର

ଧନୁପାଲି ଥାନାର ମହିଳା IICଙ୍କ ସହ ମୁହାଁମୁହିଁ ଘଟଣାରେ ଜୟନାରାୟଣ ଏବଂ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା ।

Jayanarayan Mishra

Jayanarayan Mishra

Advertisment

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଦୁଇଟି ମାମଲାରେ ଆଗୁଆ ଜାମିନ ପାଇଁ ଜୟ ନାରାୟଣ ଆବେଦନ କରିଥିବା ସୂଚନା ମିଳିଛି । ଚଳିତ ବର୍ଷ ସମ୍ବଲପୁର ଟାଉନ ଥାନାରେ ଦାୟର ଏକ ମାମଲା ଓ ଗତ ବର୍ଷ କ୍ଷେତରାଜପୁର ଥାନା ମାମଲାରେ ଜୟନାରାୟଣ ଜାମିନ ଆବେଦନ କରିଛନ୍ତି ।

Advertisment

ଚଳିତ ବର୍ଷ ଫେବୃଆରୀ ମାସରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଧନୁପାଲି ଥାନାର ମହିଳା IICଙ୍କ ସହ ମୁହାଁମୁହିଁ ଘଟଣାରେ ଜୟନାରାୟଣ ଏବଂ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା ।

କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏହି ମାମଲା ଦାୟର ହୋଇଥିଲା । ସେହିପରି ଅନ୍ୟ ଏକ ଘଟଣାରେ ଗତବର୍ଷ କ୍ଷେତରାଜପୁର ଥାନା ଅଂଚଳରେ ଏକ ବସ୍ତି ଉଛେଦ ସମୟରେ ସଦର ତହସିଲଦାରଙ୍କୁ କର୍ତ୍ତବ୍ୟ ପାଳନରେ ଅବରୋଧ କରିବା ଅଭିଯୋଗରେ ମାମଲା ଦାୟର ହୋଇଥିଲା । ଉଭୟ ମାମଲାରେ ଆଗୁଆ ଜାମିନ ପାଇଁ ଜୟ ନାରାୟଣ ଗତକାଲି ଆବେଦନ କରିଥିବା ସ୍ପଷ୍ଟ ହୋଇଛି ।

Advertisment
BJD BJP Congress Odisha Politics Jayanarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ