Advertisment

ବିଜେପି ବିକ୍ଷୋଭ ବେଳେ ତୁମୁଳକାଣ୍ଡ...ବିରୋଧୀ ଦଳ ନେତା-ଆଇଆଇସି ହାତାହାତି

ମୋ ଗୋଡରେ ଚଢ଼ିଗଲେ IIC: ଜୟନାରାୟଣ

ଅଦ୍ୟତନ ହୋଇଛି
BJP MLA Jayanarayan Mishra Manhandles Woman IIC In Sambalpur

jaynarayana

Advertisment

ସମ୍ବଲପୁରରେ ବିଜେପିର ବିକ୍ଷୋଭ ବେଳେ ମହିଳା ଆଇଆଇସି ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ତାଙ୍କୁ ପ୍ରଥମେ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Advertisment

ଜୟନାରାୟଣ କହିଛନ୍ତି, ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିଜେପି ବିକ୍ଷୋଭ କରୁଥିବା ବେଳେ ପୋଲିସ୍ କର୍ମଚାରୀମାନେ ଦଳର ମହିଳା କର୍ମୀମାନଙ୍କୁ ପ୍ରଥମେ ଦୁର୍ବ୍ୟବହାର କରୁଥିବା ସେ ଶୁଣିବାକୁ ପାଇଥିଲେ । ପରେ ସେ ବୁଝାସୁଝା ପାଇଁ ସେଠାରେ ପହଞ୍ଚିଥିଲେ ।

ହେଲେ ପହଞ୍ଚିବା ପରେ IIC ଜଣଙ୍କ ସେଠାରେ ପହଞ୍ଚି ପ୍ରଥମେ ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲେ । ଯାହାର ସେ ପ୍ରତିବାଦ କରିଥିଲେ । ଏହାପରେ IIC ତାଙ୍କୁ ଧକ୍କା ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

Advertisment

ଅନ୍ୟପକ୍ଷରେ ସେ ମହିଳା ପୋଲିସ୍ ଅଧିକାରୀଙ୍କୁ ଠେଲିଛନ୍ତି ବୋଲି ଯେଉଁ ଅଭିଯୋଗ ଆସିଛି ତାକୁ ଜୟନାରାୟଣ ଖଣ୍ଡନ କରିଛନ୍ତି। ସେପଟେ IIC କହିଛନ୍ତି ମୁଁ ଜୟନାରାୟଣଙ୍କୁ ଛୁଇଁନି କି ଧକ୍କା ମାରିନି।

Jaynarayan Mishra Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ