jaynarayana
ସମ୍ବଲପୁରରେ ବିଜେପିର ବିକ୍ଷୋଭ ବେଳେ ମହିଳା ଆଇଆଇସି ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ତାଙ୍କୁ ପ୍ରଥମେ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ଜୟନାରାୟଣ କହିଛନ୍ତି, ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିଜେପି ବିକ୍ଷୋଭ କରୁଥିବା ବେଳେ ପୋଲିସ୍ କର୍ମଚାରୀମାନେ ଦଳର ମହିଳା କର୍ମୀମାନଙ୍କୁ ପ୍ରଥମେ ଦୁର୍ବ୍ୟବହାର କରୁଥିବା ସେ ଶୁଣିବାକୁ ପାଇଥିଲେ । ପରେ ସେ ବୁଝାସୁଝା ପାଇଁ ସେଠାରେ ପହଞ୍ଚିଥିଲେ ।
ହେଲେ ପହଞ୍ଚିବା ପରେ IIC ଜଣଙ୍କ ସେଠାରେ ପହଞ୍ଚି ପ୍ରଥମେ ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲେ । ଯାହାର ସେ ପ୍ରତିବାଦ କରିଥିଲେ । ଏହାପରେ IIC ତାଙ୍କୁ ଧକ୍କା ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ସେ ମହିଳା ପୋଲିସ୍ ଅଧିକାରୀଙ୍କୁ ଠେଲିଛନ୍ତି ବୋଲି ଯେଉଁ ଅଭିଯୋଗ ଆସିଛି ତାକୁ ଜୟନାରାୟଣ ଖଣ୍ଡନ କରିଛନ୍ତି। ସେପଟେ IIC କହିଛନ୍ତି ମୁଁ ଜୟନାରାୟଣଙ୍କୁ ଛୁଇଁନି କି ଧକ୍କା ମାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676458672.jpg)