Advertisment

ନବୀନ ନିଦାବିଷ୍ଣୁ ସାଜିଛନ୍ତି: ବୈଜୟନ୍ତ

ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର। ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ?

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

ଭୁବନେଶ୍ୱର: ମମିତା ରାଜନୀତି ପ୍ରସଙ୍ଗ ନେଇ ଟ୍ୱିଟ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ଲେଖିଛନ୍ତି, ଜଣେ ମହିଳାଙ୍କୁ ହତ୍ୟା କରାଗଲା, ଯୁବତୀମାନଙ୍କୁ ଶୋଷଣ କରାଯାଇଖଥିବାର ଅଭିଯୋଗ ରହିଛି। ଏହାକୁ ନେଇ ରାଜ୍ୟରେ ନିଆଁ ଜଳୁଛି, କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ମନ୍ତ୍ରୀଙ୍କୁ ବାଦ ଦେବାକୁ ମନା କରୁଛନ୍ତି। ଏସବୁ ପଢ଼ି କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ।

Advertisment

ମମିତା ହତ୍ୟା ମାମଲାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରେସମିଟ୍ କରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। ଏହାସହ ସେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି। ମମିତାଙ୍କ ମୋବାଇଲ୍, ଲାପଟପ୍, ପେନ୍ ଡ୍ରାଇଭରୁ ଖୋଳତାଡ଼ କରାଯାଉ। ପୋଲିସ ମନଗଢ଼ା କାହାଣୀ କହି ଘଟଣାକୁ ବାଟବଣା କରୁଛି ବୋଲି ସେ କହିଛନ୍ତି। 

ପ୍ରକାଶଥାଉକି, ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର। ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? ତାଙ୍କୁ କିଏ ଘୋଡାଉଛି ଘଣ୍ଟ ? କାହା ଚାପରେ କାର୍ଯ୍ୟାନୁଷ୍ଠାନ ହେଉନି, ତାକୁ ନେଇ ଉଠିଛି ପ୍ରଶ୍ନ। ଦିବ୍ୟଶଙ୍କର ଏକ କ୍ଷମତାଶାଳୀ କୋଟେରୀରେ ଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଚର୍ଚ୍ଚା ହେଉଛି।

Advertisment
BJP Baijayant Panda Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ