• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ନେତା ଜୟବୀର ଶେରଗିଲ ଆଜି ଦଳର ଜାତୀୟ ମୁଖପାତ୍ର ପଦ ସମେତ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ସେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଇସ୍ତଫା ପତ୍ରରେ ଶେରଗିଲ ଲେଖିଛନ୍ତି ଯେ ବର୍ତ୍ତମାନ ଦେଶର ସ୍ୱାର୍ଥରେ ଦଳରେ ନିଷ୍ପତ୍ତି ନିଆଯାଉ ନାହିଁ । କିନ୍ତୁ ଯେଉଁମାନେ ଚାଟୁକାରିତା କରୁଛନ୍ତି, ସେମାନଙ୍କ କଥାରେ ଦଳ ଚାଲୁଛି । ଏପରିକି ବର୍ଷେ ହେଲା ସେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କୁ ସମୟ ମାଗୁଥିବା ବେଳେ ତାଙ୍କୁ ଅନୁମତି ମିଳିନାହିଁ ।

ସେ ଗତ ୮ ବର୍ଷ ଧରି ଦଳର ସେବା କରିଆସୁଛନ୍ତି କିନ୍ତୁ ତାଙ୍କୁ ଅଣଦେଖା କରାଯାଉଥିବା ସେ କହିଛନ୍ତି । ଯେଉଁମାନେ ଦଳକୁ ଅବହେଳା କରୁଛନ୍ତି, ସେମାନଙ୍କ ସ୍ୱାର୍ଥରେ ନିଷ୍ପତ୍ତି ନିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ଜୟବୀର ଶେରଗିଲ କଂଗ୍ରେସର ସର୍ବ କନିଷ୍ଠ ଜାତୀୟ ମୁଖପାତ୍ର ଥିଲେ । ତେବେ ତାଙ୍କୁ ଗତ କିଛି ମାସ ଧରି ସାମ୍ବାଦିକ ସମ୍ମିଳନୀ କରିବାକୁ ଅନୁମତି ଦିଆ ଯାଇନଥିଲା ।

ସେପଟେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ଅଫର ଖବରକୁ ଅସ୍ୱୀକାର କରିଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଦଳର ଅଧ୍ୟକ୍ଷ ପଦବୀ ଯଚାଯିବା କଥା କେବଳ ମୁଁ ଗଣମାଧ୍ୟମରୁ ଶୁଣୁଛି ବୋଲି ସେ କହିଛନ୍ତି । ଦଳର ପଦସ୍ଥ ଅଧିକାରୀ ତାଙ୍କ ଉପରେ କର୍ତ୍ତବ୍ୟ ନ୍ୟସ୍ତ କରିଛନ୍ତି ସେସବୁର ଦାୟିତ୍ୱ ର୍ନିବାହ କରୁଛି । ହାଇ କମାଣ୍ଡ୍ ମୋତେ କାମ ଦେଇଛନ୍ତି ଆଗାମୀ ର୍ନିବାଚନ ନିମନ୍ତେ ମତେ ଗୁଜରାଟର ନିରୀକ୍ଷକ ଦାୟିତ୍ତ୍ୱ ଦିଆଯାଇଛି । କିନ୍ତୁରାଜସ୍ଥାନ ପ୍ରତି ଥିବା ମୋ କର୍ତ୍ତବ୍ୟରେ ଊଣା କରୁନାହିଁ ବୋଲି ସେ କହିଛନ୍ତି ।