Advertisment

ପାଣି-ଶିକ୍ଷା-ରୋଜଗାର-ରାସ୍ତାଘାଟ-ସ୍ୱାସ୍ଥ୍ୟସେବାରେ ବହୁତ ପଛରେ ଜୟପୁର

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଜୟପୁର ଓ ବୋରିଗୁମା ବ୍ଲକର ଲୋକ। ଜଳ ଜୀବନ ମିଶନ ଜରିଆରେ ହେଉଥିବା ଏ ପ୍ରକଳ୍ପ କାମରେ ଅହେତୁକ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ।

ଅଦ୍ୟତନ ହୋଇଛି
Jeypore Politics

Jeypore Politics

Advertisment

ଜୟପୁର ବିଧାନସଭା କ୍ଷେତ୍ରରେ ମୁଦ୍ଦା ଅନେକ। ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା,ଗମନାଗମନ, ନିଯୁକ୍ତି ଭଳି ମୌଳିକ ପ୍ରସଙ୍ଗ ଆଜି ବି ନେତାଙ୍କ ପାଇଁ ମୁଦ୍ଦା ଓ ଲୋକଙ୍କ ପାଇଁ ଚିର ସମସ୍ୟା ହୋଇ ରହିଛି। ବିଗତ ଦିନରେ କିଛି ସମସ୍ୟା ଦୂର ହୋଇଛି, ଆହୁରି ଅନେକ ସମସ୍ୟା ସେମିତି ଛିଡ଼ା ହୋଇ ରହିଥିବା ଜନତାଙ୍କ ଅଭିଯୋଗ। ତେବେ ଏଥର ନିର୍ବାଚନରେ ନେତାଙ୍କ ପାଇଁ କଣ ରହିଛି ପ୍ରସଙ୍ଗ ।

Advertisment

ଜୟପୁର ନିର୍ବାଚନ ମଣ୍ଡଳୀର ଅନେକ ଲୋକଙ୍କ ପାଇଁ ଆଜି ବି ମୁଖ୍ୟ ସମସ୍ୟା ପିଇବା ପାଣି। ବର୍ଷ ବର୍ଷ ଧରି ଲାଗି ରହିଥିବା ଏ ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର କୋରାପୁଟ ଜିଲ୍ଲାରେ ଆରମ୍ଭ କରିଥିଲେ ମେଗା ପାନୀୟ ଜଳ ପ୍ରକଳ୍ପ। ୫ ବର୍ଷ ତଳେ ନିଜେ ମୁଖ୍ୟମନ୍ତ୍ରୀ ଏ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏ ପ୍ରକଳ୍ପ ଜୀବନ୍ୟାସ ପାଇପାରିନି। ଫଳରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଜୟପୁର ଓ ବୋରିଗୁମା ବ୍ଲକର ଲୋକ। ଜଳ ଜୀବନ ମିଶନ ଜରିଆରେ ହେଉଥିବା ଏ ପ୍ରକଳ୍ପ କାମରେ ଅହେତୁକ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ।

ଅଧିକ ପଢ଼ନ୍ତୁ: କାହାର ହେବ ଜୟପୁର ? ହାଟ୍ରିକ ମାରିବ କଂଗ୍ରେସ, ବିଜେଡି ଫେରିବ ନା ଇତିହାସ ରଚିବ ବିଜେପି..?

Advertisment

କୋରାପୁଟ ଜିଲ୍ଲାର ସବୁଠୁ ବଡ଼ ବ୍ଲକ୍ ବୋରିଗୁମ୍ମାକୁ ଏନଏସି ଦାବି ମଧ୍ୟ ବହୁ ପୁରୁଣା। ବୋରିଗୁମ୍ମାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା, ପ୍ରତି ନିର୍ବାଚନରେ ପ୍ରସଙ୍ଗ ସାଜୁଥିବା ବେଳେ ଏଥର ବି ସାଜିବ। ତେବେ ନିର୍ବଚନ ବେଳେ ପ୍ରତିଶ୍ରୁତି, ଆଉ ସରିଲେ ଭୁଲି ଯିବାର ପ୍ରବୃତ୍ତି ଅନେକ ଥର ପ୍ରତିଫଳିତ ହେବା ପରେ ଏଥର ଏହାକୁ ନେଇ ଖପ୍ପା ଭୋଟର

ଏପଟେ ଜୟପୁରରେ ରାସ୍ତାଘାଟ, ସ୍ୱାସ୍ଥ୍ୟସେବା ଓ ନିଯୁକ୍ତି କ୍ଷେତ୍ରରେ ସେଭଳି କିଛି ବଡ଼ ପରିବର୍ତ୍ତନ ଆସିନଥିବା ଅଭିଯୋଗ ହୁଏ। ଜୟପୁର ସହରରେ ଏକ ଆଇଟି ପାର୍କ, ସାଇନ୍ସ ପାର୍କର ନିର୍ମାଣ କାର୍ଯ୍ୟ ବହୁ ବର୍ଷ ତଳୁ ଆରମ୍ଭ ହୋଇଥିଲେ ବି ଏଯାଏଁ ସରିନି। ୮ ବର୍ଷ ହେଲାଣି ସରୁନି ଜାତୀୟ ସ୍ତରର ବସ୍ ଟର୍ମିନାଲ୍ । ସେହିଭଳି ଆଜିକୁ ୭ ବର୍ଷ ଧରି ଶେଷ ହୋଇପାରୁନି ଜାତୀୟ ସ୍ତରର ସ୍ପୋର୍ଟ୍ସ କଂପ୍ଲେକ୍ସ।

Advertisment

ଜୟପୁରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘୋଷଣା ହୋଇଥିଲେ ବି ୫ ବର୍ଷ ହେବ ନିର୍ମାଣ ସରୁନି। ଏପଟେ କୋରାପୁଟ ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୁର ଥାଇ ବି ଲୋକେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଧାରା ବନ୍ଦ ହୋଇନି। ତେଣୁ ଏସବୁ ପ୍ରସଙ୍ଗକୁ ନେଇ ଆଜି ଜର୍ଜରିତ ଜୟପୁରର ଜନମାନସ। ଏବେ ଦେଖିବାର କଥା ଜୟପୁର ଜନତାଙ୍କ ଯତ୍ନ ନେବାକୁ କେଉଁ ନେତା ପ୍ରତିଶ୍ରୁତି ଦେଉଛନ୍ତି ଏବଂ ଲୋକେ କାହାକୁ ଭରସା କରି କାହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି।

BJD BJP Congress Odisha Politics General Election 2024 Sattara Satranj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ