Advertisment

ବିଜେଡି ପାଇଁ ବୁମେରାଂ ହେବ କି ‘ପରିକ୍ରମା ରଥ’ ? ରାଗିଲେଣି ବିଜେଡି ସରପଞ୍ଚ !

ପରିକ୍ରମା ରଥ କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କୁ ପ୍ରଶାସନର ଅବହେଳା ଆଉ ହତାଦର ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କୁ ଇସ୍ତଫା ଦେଇଛନ୍ତି ସରପଞ୍ଚମାନେ।

ଅଦ୍ୟତନ ହୋଇଛି
undefined

Parikrama Ratha Controversy

Advertisment

ବିଜେଡି ପାଇଁ ବୁମେରାଂ ହେବ କି ପରିକ୍ରମା ରଥ ? ଗାଁ ଗାଁରେ ତେଜିଲାଣି ବିବାଦ । ଦଳୀୟ ନେତାଙ୍କ ଭିତରେ ବଢିଲାଣି ଅସନ୍ତୋଷ। ପଞ୍ଚାୟତକୁ ଯାଇଥିବା ଟଙ୍କାକୁ ନେଇ ମୁହାଁମୁହିଁ ଜନ ପ୍ରତିନିଧି ଆଉ ପ୍ରଶାସନ। ତେଲକୋଇ ବ୍ଲକର ୨୨ ସରପଞ୍ଚ ଦେଇଛନ୍ତି ସମୂହ ଇସ୍ତଫା। ପରିକ୍ରମା ରଥ କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କୁ ପ୍ରଶାସନର ଅବହେଳା ଆଉ ହତାଦର ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କୁ ଇସ୍ତଫା ଦେଇଛନ୍ତି ସରପଞ୍ଚମାନେ। ବଡ଼ କଥା ହେଲା ଖୋଦ୍ ବିଜେଡି ସମର୍ଥିତ ସରପଞ୍ଚମାନେ ବି ବ୍ଲକ୍ କର୍ତ୍ତୃପକ୍ଷ ଆଉ ସରକାରଙ୍କ ବିରୋଧରେ ଝାଡିଛନ୍ତି ଅସନ୍ତୋଷ। ଅଭିଯୋଗ କରିଛନ୍ତି ବିଡିଓ ପ୍ରଥମେ କହିଲେ ପଞ୍ଚାୟତ ପିଛା ୨ ଲକ୍ଷ ଦିଆଯିବ। ହେଲେ ପୁଣି ଏବେ ୧ ଲକ୍ଷ ଟଙ୍କା ଦେବାକୁ ଚିଠି କରିଛନ୍ତି ।

Advertisment

ଭଦ୍ରକ ବାସୁଦେବପୁରରେ ବି ଦେଖା ଦେଇଛି ସମାନ ବିବାଦ। ଏଠି ସରପଞ୍ଚମାନେ ଅଭିଯୋଗ କରିଛନ୍ତି ପରିକ୍ରମା ରଥ ପାଇଁ ସେମାନେ ଖର୍ଚ୍ଚ କରିଥିଲେ। ହେଲେ ହଠାତ୍ ବିଡିଓ ମନା କଲେ। କହିଲେ ବ୍ଲକ ପ୍ରଶାସନ ନିଜେ ସବୁ କାମ କରିବ।

କଟକ ମହାନଗର ନିଗମରୁ ବି ଆସିଛି ସମାନ ଅଭିଯୋଗ। ଏଠି ୱାର୍ଡ ପିଛା ୫ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଦିଆଯାଉଥିବା ବେଳେ କର୍ପୋରେଟରମାନଙ୍କୁ କୌଣସି କାର୍ଯ୍ୟରେ ସାମିଲ କରାଯାଉନି ବୋଲି ଅଭିଯୋଗ କରିଛନ୍ତି କର୍ପୋରେଟରମାନେ। ଆଉ ନୀଳଗିରି ବାଉଁଶବଣିଆ ସରପଞ୍ଚଙ୍କ ଅଭିଯୋଗ ତ ସାଂଘାତିକ। ପ୍ରଶାସନ ଟଙ୍କା ନ ଦେଇ ବାକିରେ କରୁଛନ୍ତି ପରିକ୍ରମା ରଥ କାର୍ଯ୍ୟକ୍ରମ।

Advertisment

ଖାଲି ଜନ ପ୍ରତିନିଧି ନୁହେଁ ଅନେକ ସ୍ଥାନରେ ଅବ୍ୟବସ୍ଥାକୁ ନେଇ ତାତିଛନ୍ତି ସାଧାରଣ ଲୋକେ। ବାଲେଶ୍ୱର ରେମୁଣା ବ୍ଳକ୍ ଗୁଡଦା ପଞ୍ଚାୟତର। ବିଧାୟକଙ୍କୁ ଘେରିଛନ୍ତି ସ୍ଥାନୀୟ ବାସିନ୍ଦା। ଅର୍ପଣ ରଥର ଶୁଭାରମ୍ଭ ପାଇଁ ବିଧାୟକ ଆୟୋଜନ କରିଥିଲେ କାର୍ଯ୍ୟକ୍ରମ। ହେଲେ ପିଇବା ପାଣି ବ୍ୟବସ୍ଥା ନ ଥିବାରୁ ହନ୍ତସନ୍ତ ହୋଇ ତାତିଥିଲେ ଲୋକେ। ଖର୍ଚ୍ଚ ପାଇଁ ଆସିଥିବା କୁଆଡେ ଗଲା ବିଧାୟକ ସୁଧାଂଶୁ ପରିଡାଙ୍କୁ ପ୍ରଶ୍ନ କରିଥିଲେ। ଅନ୍ୟ ପଟେ ନୂଆପଡା ଖଡିଆଳ ଏନଏସିରେ ଅଳିଆ ବୁହା ଗାଡିରେ ପରିକ୍ରମା ରଥ ପ୍ରଚାର ପ୍ରସାରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଣେ ଅନୁଗୁଳ ବସଲା ପଞ୍ଚାୟତରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ଅର୍ପଣ ରଥରେ ମହାପ୍ରଭୁଙ୍କ ମୂର୍ତ୍ତି ନଥିବାରୁ ରାଗରେ ପରିକ୍ରମା ଗାଡିରେ ଲାଗିଥିବା ପାଣ୍ଡିଆନଙ୍କ ଫଟୋରୋ କାଳି ବୋଳିଦେଇଥିଲେ ଗ୍ରାମବାସୀ।

ଗାଁ ଗାଁରେ ଏବେ ଅର୍ପଣ ରଥ ବୁଲାଇ ଭକ୍ତଙ୍କଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ ହେଉଛି। ଉଦ୍ଦେଶ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର। ହେଲେ ଗାଁ ଗାଁରେ ଅର୍ପଣ ରଥକୁ ନେଇ ବିବାଦ ଦେଖାଦେବା ସରକାରଙ୍କ ପାଇଁ ମହଙ୍ଗା ପଡ଼ିବନି ତ ?

Advertisment

Odisha BJD Srimandir Parikrama Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ