Advertisment

'ସୀମା ବିବାଦ' ପ୍ରସଙ୍ଗ ଉଠାଇବା ପାଇଁ ନବୀନଙ୍କୁ ବଡ଼ ସୁଯୋଗ !

ଓଡ଼ିଶାରୁ ଜମିର ଆବଶ୍ୟକତା, ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ଏବଂ ପ୍ରକଳ୍ପ ହେଲେ ଉପୁଜିବାକୁ ଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ, ସେ ନେଇ ଜଗନ ପ୍ରସ୍ତାବ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Naveen Jagan Meet

Naveen Jagan Meet

Advertisment

ଭୁବନେଶ୍ୱର: ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋକସେବା ଭବନରେ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ବରିଷ୍ଠ ଅଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି। ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ୫ ଜଣ ଲେଖାଏଁ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ସଂଧ୍ୟାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବା ପୂର୍ବରୁ ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକରେ ଏନେଇ ଆଲୋଚନା ହେଉଛି। ସଂଧ୍ୟା ୫ଟା ୫୦ରୁ ୭ଟା ଯାଏ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍ ଜଗନମୋହନ ରେଡ୍ଡି ଆଲୋଚନା କରିବେ। ଏହି ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ, ପୋଲାଭରମ ପ୍ରକଳ୍ପ ଓ ବଂଶଧାରା ଜଳ ବିବାଦ ପ୍ରସଙ୍ଗରେ ଆଲୋଚନା ହୋଇପାରେ।

Advertisment

ଏ ପ୍ରକଳ୍ପ ପାଇଁ ଓଡ଼ିଶାରୁ ଜମିର ଆବଶ୍ୟକତା, ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ଏବଂ ପ୍ରକଳ୍ପ ହେଲେ ଉପୁଜିବାକୁ ଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ, ସେ ନେଇ ଜଗନ ପ୍ରସ୍ତାବ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତା ସହ ପୋଲାଭରମ୍ ବିବାଦ ମଧ୍ୟ ଆଲୋଚନା ପରିସରକୁ ଆସିବା ଆଶା କରାଯାଉଥିଲେ ବି ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଥିବାରୁ ଏହା ସ୍ଥାନ ପାଇନପାରେ ବୋଲି ଅନୁମାନ କରାଯାଉଛି।

ଏପଟେ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ନେଇଛି। ତାସହ କୋରାପୁଟର ସାନବାଇ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ ସମେତ ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଶାସନର ରୀତିମତ ହୁକୁମାତି ଓ ଅନୁପ୍ରବେଶ ଘଟଣା ବାରମ୍ବାର ସାମ୍ନାକୁ ଆସିଛି। ବିଶେଷକରି କୋଟିଆର ୨୮ ଗ୍ରାମପୁଞ୍ଜରୁ ୧୬ଟି ଗାଁକୁ ନେଇ ଦୁଇ ରାଜ୍ୟର ମଧ୍ୟରେ ଟଣାଓଟରା ଲାଗି ରହିଛି। ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ଥିବା ବେଳେ ଏଭଳି ସମୟରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ହେଉଥିବାରୁ ଏ ପ୍ରସଙ୍ଗ ଉତ୍ଥାପନ ଓ ଆଲୋଚନା ପାଇଁ ଏହା ବଡ ସୁଯୋଗ ହୋଇପାରେ।

Advertisment
Odisha Andhra Pradesh Naveen Pattnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ