Advertisment

ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ସିଧା ନିଶାନା; ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ?

କୁଆଡୁ ଆସିଲା ଏ ବିପୁଳ କଳା ଟଙ୍କା ? ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ? ନଗଦ ଟଙ୍କାର ଏ ପାହାଡ଼ରେ ଥିଲା କାହା କାହା ଭାଗ ? ଆଇଟି ରେଡ୍ ଓ ଟଙ୍କା ଗଣତି ସହ ତାଳ ଦେଇ ଏମିତି ସବୁ ପ୍ରଶ୍ନକୁ ନେଇ ଚଢ଼ି ଚାଲିଛି ରାଜ୍ୟ ରାଜନୀତିର ପାରା । ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ମଦ ସାମ୍ରାଜ୍ୟ ଓ କଳା ଟଙ୍କାର ଭଣ୍ଡାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ନିଶାନା ସାଧିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଟାଣି ପ୍ରଶ୍ନ କରିଛନ୍ତି,

ଅଦ୍ୟତନ ହୋଇଛି
undefined

Manmohan Samal

Advertisment

କିଏ କହୁଛି ୨ ଶହ କୋଟି, କାହାର ଆକଳନ ୫ ଶହ କୋଟି । ରାଜ୍ୟର ଦେଶୀ ମଦଭାଟି ଉପରେ ଆଇଟି ରେଡରୁ ପ୍ରଥମ କରି ଏମିତି ଟଙ୍କାର ପାହାଡ଼ ଠାବ ହେବାକୁ ନେଇ ସାରା ଦେଶରେ ଚହଳ, ହୁଲସ୍ତୁଲ ରାଜ୍ୟ ରାଜନୀତି । ରାଜ୍ୟ ବିଜେପିର ସିଧା ନିଶାନାରେ ନବୀନ ସରକାର । ଏତେ କଳା ଟଙ୍କା ବାବଦରେ ରାଜ୍ୟ ସରକାରଙ୍କ ପାଖରେ କେମିତି ଖବର ନଥିଲା ? ନା ମିଳିମିଶି କାରବାର ଚାଲିଥିଲା ? ଏକ୍ସାଇଜ୍, ପୋଲିସ୍ ଟିମ୍ କଣ କରୁଥିଲା ? ବିଜେଡି ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତ ନାହିଁ ତ ଭଳି ପ୍ରଶ୍ନବାଣରେ ଛନ୍ଦି ରାଜ୍ୟ ବିଜେପି ସଭାପତି, ମୁଖ୍ୟମନ୍ତ୍ରୀଙ୍କ ସତସାହସ ଥିଲେ ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ ବୋଲି ସିଧା ଚ୍ୟାଲେଞ୍ଜ୍ କରିଛନ୍ତି । ଯାହାର ଜବାବ ରଖିଛି ବିଜେଡି ।

Advertisment

କୁଆଡୁ ଆସିଲା ଏ ବିପୁଳ କଳା ଟଙ୍କା ? ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ? ନଗଦ ଟଙ୍କାର ଏ ପାହାଡ଼ରେ ଥିଲା କାହା କାହା ଭାଗ ? ଆଇଟି ରେଡ୍ ଓ ଟଙ୍କା ଗଣତି ସହ ତାଳ ଦେଇ ଏମିତି ସବୁ ପ୍ରଶ୍ନକୁ ନେଇ ଚଢ଼ି ଚାଲିଛି ରାଜ୍ୟ ରାଜନୀତିର ପାରା । ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ମଦ ସାମ୍ରାଜ୍ୟ ଓ କଳା ଟଙ୍କାର ଭଣ୍ଡାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ନିଶାନା ସାଧିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଟାଣି ପ୍ରଶ୍ନ କରିଛନ୍ତି, ରାଜ୍ୟର ମଦ ଭାଟିରେ ବର୍ଷ ବର୍ଷ ଧରି ଏତେ ପରିମାଣର କଳା କାରବାର ଚାଲିଥିଲା ରାଜ୍ୟ ପୋଲିସ୍, ଇଓଡବ୍ଲୁ, ଏକ୍ସାଇଜ୍, ଇଣ୍ଟେଲିଜେନ୍ସ, ବିଶେଷ କରି ହୋମ୍ ଡିପାର୍ଟମେଣ୍ଟ କରୁଥିଲା କ’ଣ ? ୨୫ ବର୍ଷ ଧରି ଦେଶୀ ମଦଭାଟିଗୁଡ଼ିକ କାହିଁକି ଅକ୍ସନ୍ ହୋଇନାହିଁ ? ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟର ବାର୍ଷିକ ଟର୍ଣ୍ଣଓଭର ୧୨୦ କୋଟି ଟଙ୍କା ଥିଲା ବେଳେ ୫ଶହ କୋଟିର କଳାଧନ ଆସିଲା କେମିତି ? ସେହିପରି ମଦ ବେପାରୀ ସାହୁ ବ୍ରଦର୍ସ ସହ ବିଜେଡି ନେତା ଓ ମନ୍ତ୍ରୀଙ୍କ ଲିଙ୍କ ଅଭିଯୋଗ ନେଇ ବି ବର୍ଷିଛି ବିଜେପି ।

ରାଜ୍ୟ ସରକାର ଜାଣିଶୁଣି ସାହୁ ବ୍ରଦର୍ସ ଆଣ୍ଡ କଂପାନୀକୁ ସୁରକ୍ଷା ଦେଉଥିଲେ କି ବୋଲି ପ୍ରଶ୍ନ କରିବା ସହ ଓଡ଼ିଶା ପାଇଁ ଲଜ୍ଜାକର ସ୍ଥିତି ସୃଷ୍ଟି କରିଥିବା ଏ ଘଟଣାର ସତ ଖୋଜିବାକୁ ମୁଖ୍ୟମନ୍ତ୍ରୀଙ୍କ ସତ୍ ସାହସ ଥିଲେ ସିବିଆଇ ତଦନ୍ତ ପାଇଁ ଲେଖିବାକୁ ଆହ୍ୱାନ ଦେଇଛନ୍ତି ମନମୋହନ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଟଙ୍କାର ମୂଳ ଉତ୍ସ କେଉଁଠି ? ଓଡ଼ିଶାର କେଉଁ ବ୍ୟକ୍ତିଙ୍କ ସଂପୃକ୍ତି ଅଛି କି । ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକ ଏହି ଘଟଣାରେ ଚୁପ୍ କାହିଁକି ବୋଲି ନିଶାନା କରି ଦୁର୍ନୀତି ବିରୋଧରେ ମୋଦିଙ୍କ ଗ୍ୟାରେଣ୍ଟିକୁ ଦୋହରାଇ ଲୁଟ୍ ହେଉଥିବା ଜନତାଙ୍କ ଟଙ୍କା ଗୋଟି ଗୋଟି କରି ଅସୁଲ କରାଯିବ ବୋଲି କହିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜଣାତରେ ଏସବୁ ହେବା ସମ୍ଭବ କି ବୋଲି ସୋସିଆଲ୍ ମିଡିଆ ପୋଷ୍ଟରେ ପ୍ରଶ୍ନ କରିଛନ୍ତି । ଏସବୁ ଦେଖିଲେ ଲାଗୁଛି, ସତେ ଯେମିତି ଓଡ଼ିଶା ଏବେ ଅଣଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି ବୋଲି ସେ ଲେଖିଛନ୍ତି ।

Advertisment

ଏପଟେ ବିଜେପି ଅଭିଯୋଗର ଜବାବରେ ବିଜେଡି କହିଛି ଘଟଣାରେ ଦଳର ନେତା ଓ ମନ୍ତ୍ରୀଙ୍କର କିଛି ସଂପୃକ୍ତି ନାହିଁ । କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । ତେବେ ଏଠି ପ୍ରଶ୍ନ ଦେଶୀ ମଦ ଭାଟି ବ୍ୟବସାୟରୁ ଏତେ ନଗଦ ଟଙ୍କା ଆସିଲା କେମିତି । ପୂର୍ବତନ ଅବକାରୀ କମିଶନ୍ ଏଥିପାଇଁ ରାଜ୍ୟର ଅବକାରୀ ନୀତିକୁ ଦାୟୀ କରିଛନ୍ତି । ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରଠୁ ରାଜ୍ୟର ଦେଶୀ ମଦ ଦୋକାନ ଲାଇସେନ୍ସ କେବେ ରି-ଟେଣ୍ଡରିଂ କି ରି-ଅକ୍ସନିଂ ହୋଇନାହିଁ । ତେଣୁ ଦେଶୀ ମଦଭାଟି ମାଲିକଙ୍କ ଏକଚାଟିଆ ବେଆଇନ୍ କାରବାର ପାଇଁ ବର୍ଷ ବର୍ଷ ଧରି ଏଭଳି ବିପୁଳ କଳାଧନ ସୃଷ୍ଟି ହେଉଛି ।

ଏହାବାଦ୍ ବେଆଇନ୍ ମଦ ବ୍ୟବସାୟ ଅର୍ଥ ସହ ୨୪ ନିର୍ବାଚନ ପାଇଁ ମଧ୍ୟ ଅନ୍ୟ ଉତ୍ସରୁ ଦେଶୀମଦ ଭାଟି ଦେଇ ଟଙ୍କା ଗଚ୍ଛିତ ରଖାଯାଉଥିବାର ବି ଅଭିଯୋଗ ହେଉଛି । ହେଲେ ଏବେ ଯାଏଁ ରେ଼ଡ୍ ସରି ନଥିବା ବେଳେ, ତଦନ୍ତ ଆଗକୁ କେଉଁ ପର୍ଯ୍ୟନ୍ତ ଯାଉଛି, ତା ଉପରେ ନଜର ।

Advertisment
Naveen Patnaik BJD BJP Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ