Advertisment

୬୦ରୁ ଅଧିକ ନେତାଙ୍କୁ ବିଜେଡି ଦେଇସାରିଲାଣି ଟିକଟ ଥୋପ !

ନିର୍ବାଚନ ମଣ୍ଡଳୀରେ ରହି କାମ କରିବାକୁ ସୁପ୍ରିମୋ ପରାମର୍ଶ । ଯାହାକୁ ଡକରା ଆସିନି, ସେମାନଙ୍କ ଛାତି ଧଡ୍ ଧଡ୍ ।

ଅଦ୍ୟତନ ହୋଇଛି
undefined

Odisha Politics, BJD

Advertisment

ବିଜେଡିରେ ଆରମ୍ଭ ହେଲା ଟିକଟ୍ କସରତ । ୨୪ ନିର୍ବାଚନ ଟିକଟ୍ ନେଇ କିଛିନେତାଙ୍କୁ ମିଳିଲା ଗ୍ରୀନ୍ ସିଗନାଲ୍ । ଶେଷ ମୁହୂର୍ତ୍ତରେ ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବିଧାୟକଙ୍କୁ ଆଗୁଆ ଟିକଟ ଥୋପ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିବା ବେଳେ ଏବେଠୁ ବିଜେଡିରେ ଟିକଟ୍ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଥିବା ଚର୍ଚ୍ଚା ହେଉଛି । ପାଖାପାଖି ୬୦ରୁ ଅଧିକ ବିଧାୟକଙ୍କୁ ନିବାସ ଡାକି ନିର୍ବାଚନ ମଣ୍ଡଳୀରେ ପଡି ରହି କାମ କରିବାକୁ ଦଳର ସୁପ୍ରିମୋ ପରାମର୍ଶ ଦେଇଥିବା କୁହାଯାଉଛି। ତେବେ ଯେଉଁମାନଙ୍କୁ ଡକାଯାଇ ନାହିଁ ସେମାନଙ୍କ ଛାତି କିନ୍ତୁ ଧଡ୍ ଧଡ୍ ।

Advertisment

ସାଧାରଣ ନିର୍ବାଚନ ଆହୁରି ପାଖାପାଖି ବର୍ଷେ ଅଛି, ହେଲେ ଏଥିଲାଗି ନବୀନ ନିବାସରେ ଆରମ୍ଭ ହୋଇଗଲାଣି ଅଙ୍କକଷା । ଏପ୍ରିଲ୍ ୨୩, ଅକ୍ଷୟ ତୃତୀୟାରେ ଶଙ୍ଖ ଭବନ ଲୋକାର୍ପିତ ଦିନ, ତାପୂର୍ବ ଓ ପରଦିନ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବିଜେଡିର ବିଧାୟକ ଓ କିଛି ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ନବୀନ ନିବାସ ଡକାଯାଇଥିଲା । ନବୀନଙ୍କ ସହ ନେତାମାନଙ୍କ ଏହି ଭେଟଘାଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ସର୍ଭେ ଓ ଗୁଇନ୍ଦା ରିପୋର୍ଟ ଆଧାରରେ ସେମାନଙ୍କର ସ୍ଥିତି ଭଲ ଅଛି ବୋଲି ନବୀନ ସେମାନଙ୍କୁ କହିଥିଲେ ବୋଲି ଜଣାପଡିଛି । ଆଗକୁ ନିର୍ବାଚନ ଅଛି, ତେଣୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଦିନରାତି ରହିବାକୁ ପରାମର୍ଶ ଦେବା ସହ ଲୋକଙ୍କ ସହ ଯୋଡି ହୋଇ ରହିବାକୁ କୁହାଯାଇଥିବା ସୂଚନା ମିଳିଛି। 

ସମୟ ନଷ୍ଟ ନକରି ନିଜ ଏରିଆ ଉପରେ ଫୋକସ୍ କରିବା ସହ ରାଜ୍ୟ ସରକାରଙ୍କ ସଫଳ ଯୋଜନା କଥା ଲୋକଙ୍କ ପାଖରେ ରଖିବାକୁ କୁହାଯାଇଛି । ଯେଉଁମାନଙ୍କୁ ନବୀନଙ୍କ ଏଭଳି ପରାମର୍ଶ ମିଳିଛି, ସେମାନେ ଏବେ ପୁରା ଖୁସ୍ । ଆଗାମୀ ନିର୍ବାଚନରେ ଟିକଟ ମିଳିବା ନେଇ ଏହା ସବୁଜ ସଙ୍କେତ ବୋଲି ଭାବି ନେତାମାନେ କାମରେ ଲାଗି ଗଲେଣି । ତେବେ ୬୦ରୁ ଅଧିକ ବିଧାୟକଙ୍କୁ ଗ୍ରୀନ୍ ସିଗନାଲ୍ ମିଳିବାପରେ ଅନ୍ୟମାନଙ୍କ ଛାତି ଏବେ ଧଡ୍ ଧଡ୍ । କାହାକୁ ଡକା ହୋଇଥିଲା, କାହାକୁ ନାହିଁ ତାକୁ ନେଇ ଟୁପୁରୁଟାପୁରୁ ହେଉଛନ୍ତି ନେତା ।

Advertisment

ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, କାହିଁକି ଏତେ ଦିନ ପୂର୍ବରୁ ଦିଆଯାଉଛି ଗ୍ରୀନ୍ ସିଗନାଲ୍ ? ବିଜେଡି ରାଜନୀତିରେ ଆଗରୁ ଏଭଳି କେବେ ହୋଇନଥିବା ବେଳେ ଏବେ କଣ ପାଇଁ ? ଦଳକୁ ବିଦ୍ରୋହର ଭୟ ଘାରିଛି କି ? ସେନେଇ କିଛି ଗୁପ୍ତ ତଥ୍ୟ ମିଳିଛି କି ? କୁହାଯାଉଛି ବିଜେଡି ଷଷ୍ଠଥର କ୍ଷମତା ଦଖଲ କରିବା ସେତେଟା ସହଜ ହେବ ନାହିଁ । କାରଣ ସରକାର ବିରୋଧୀ ହାୱା, ଦଳ ଭିତରେ କହୁଳୁଥିବା ଅସନ୍ତୋଷ, ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦଳ ଭିତରୁ ଏକାଧିକ ବିଧାୟକ ପ୍ରାର୍ଥୀ ଆଶାୟୀ ଚିନ୍ତାର କରାଣ ହୋଇଛି । କାଳେ ଆଗକୁ ସେମାନେ ଅଡୁଆରେ ପକାଇବେ ତେଣୁ ଏବେଠୁ ଟିକଟ୍ ଥୋପ ପକାଯାଉଛି ବୋଲି ଚର୍ଚ୍ଚା ହେଉଛି ।

ଗତ ପାଂଚ ଥରର ବିଧାନସଭା ନିର୍ବାଚନକୁ ଅନୁଧ୍ୟାନ କଲେ ଭୋଟ୍ ସମୟ ପାଖାପଖି ହିଁ ବିଜେଡି କିଛି ନେତାଙ୍କୁ ଗ୍ରୀନ୍ ସିଗନାଲ୍ ଦେଇଥିଲା । ହେଲେ ଚଳିତ ଥର ଏବେଠୁ ଗ୍ରୀନ୍ ସିଗନାଲ୍ ଦେବା ଅର୍ଥ, ବିଜେଡି ଆଗୁଆ ବିଧାନସଭା ନିର୍ବାଚନକୁ ଯିବାକୁ ଚାହୁଁନି ତ ଏ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି ।

Advertisment

Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ