Advertisment

ଶାସ୍ତି ପରେ ବି ଚୁପ୍ ହେଲେନି ସୌମ୍ୟ, କହିଲେ ନବୀନଙ୍କ ଦସ୍ତଖତ ସତ କି ମିଛ ସନ୍ଦେହ !

ପଦରେ ଥାଇ କରୁଥିଲି କଣ ବୋଲି ପଚାରିଲେ ସୌମ୍ୟ । ଆଲେଖ୍ୟ ଓ ବକ୍ତବ୍ୟରେ 5-T ସଚିବଙ୍କୁ ନିଶାନା କରୁଥିଲେ ସୌମ୍ୟ ।

undefined

Soumyaranjan Pattnaik

Advertisment

ଆଶଙ୍କା ଥିଲା, ଆକ୍ସନ ହେଲା । ବିଜେଡି ଉପସଭାପତି ପଦରୁ ସୌମ୍ୟଙ୍କୁ ହଟାଇଲେ ନବୀନ । ଆକ୍ସନ ପୂର୍ବରୁ ସୌମ୍ୟଙ୍କୁ ଘେରୁଥିଲା ବିଜେଡି । ସୌମ୍ୟ ସଂପାଦକୀୟ ଲେଖୁଥିଲେ ଓ ମନ୍ତବ୍ୟ ଦେଉଥିଲେ, ବିଜେଡି ତାକୁ ଟାର୍ଗେଟ୍ କରୁଥିଲା । ଏମିତିକି ଜଣେ କି ଦୁଇ ଜଣ ନେତା ନୁହେଁ, ଦଳର ତିନିଜଣ ହେଭିୱେଟ୍ ନେତା- ଅରୁଣ, ଅତନୁ ଓ ପ୍ରତାପ- ସୌମ୍ୟଙ୍କ ବିରୋଧରେ ବିଷୋଦଗାର କରୁଥିଲେ, ସୌମ୍ୟ ବି ସେମାନଙ୍କୁ କାଉଣ୍ଟର କରି ଜବାବ ଦେବା ସହ ଫାଇଭ-ଟିକୁ ନିଶାନା କରୁଥିଲେ।

Advertisment

ତେବେ ସୌମ୍ୟ-ବିଜେଡିର ଏ ବିବାଦ ଭିତରେ ଆଜି ପ୍ରାଥମିକ ଭାବେ ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି।ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ହଟାଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ହେଲେ କାହିଁକି ଓ କେଉଁ କାରଣରୁ ସୌମ୍ୟଙ୍କ ଉପରେ ହେଲା ଆକ୍ସନ ? ସେନେଇ କିନ୍ତୁ କିଛି ସ୍ପଷ୍ଟ କରାଯାଇନି।

ତେବେ ଗତ କିଛି ଦିନ ଧରି ଯେଉଁଭଳି ଭାବେ ସୌମ୍ୟ ନିଜର ଆଲେଖ୍ୟ ଏବଂ ବକ୍ତବ୍ୟ ବାଣରେ ଫାଇଭ୍-ଟି ସଚିବକୁ ଖୋଲାଖୋଲି ଘାଇଲା କରୁଥିଲେ। ଆଜି ବିଜେଡି ଉପସଭାପତି ପଦରୁ ହଟାଯିବା ପରେ ବି ଚୁପ୍ ରହିନାହାନ୍ତି । ପୁଣି ଦଳର ବ୍ୟବସ୍ଥାକୁ ଟାର୍ଗେଟ୍ କରିଛନ୍ତି ଓ ଉପସଭାପତି ପଦରୁ ତାଙ୍କୁ ବହିସ୍କାରକୁ ନେଇ ବିଜେଡି ପ୍ରେସ ରିଲିଜ୍ ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି ବୋଲି ବି ପ୍ରଶ୍ନ କରିଛନ୍ତି। ସୌମ୍ୟ କହିଛନ୍ତି-ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଥା ହେବାକୁ ସମୟ ମାଗିଥିଲେ, ହେଲେ ଭେଟିବାକୁ ସମୟ ନଦେଇ ପଦରୁ ବହିଷ୍କାର କରାଯାଇଥିବାରୁ ସନ୍ଦେହ ହେଉଛି।

Advertisment

ତାସହ ବିଜେଡି ଉପସଭାପତି ପଦରେ ଥାଇ କଣ କରୁଥିଲି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସୌମ୍ୟ। ଏଥିସହ ଆମ ଦଳରେ ଯେଉଁମାନେ ପଦପଦବୀରେ ଥାଆନ୍ତି ସେମାନ କଣ କରନ୍ତିକି ବୋଲି ପଚାରିବା ସହ ସେସବୁ କେବଳ ଆଳଙ୍କରିକ ବୋଲି କହିଛନ୍ତି ସୌମ୍ୟ ପଟ୍ଟନାୟକ।

ସେପଟେ ସୌମ୍ୟଙ୍କ ବିରୋଧରେ ଆକ୍ସନ ହେଉ ହେଉ କଟା ଘାରେ ଚୂନ ମାରିଥିଲେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ନିଜ ସୋସିଆଲ୍ ସାଇଟ୍ ରେ ବବି ଲେଖିଛନ୍ତି କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ। ଯେଉଁଠି କୃତଜ୍ଞତା ନଥାଏ, ସେଠାରେ ଈଶ୍ୱର ମଧ୍ୟ ସହାୟତା କରନ୍ତିନି। ସେହିପରି ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଦଳ ଭିତରେ ରହି ଦଳ ବିରୋଧରେ କହିବା ଠିକ୍ ନୁହେଁ ।

Advertisment

ତେଣେ ସୌମ୍ୟରଞ୍ଜନଙ୍କ ଉପରେ ବିଜେଡିର ଆକ୍ସନ ପରେ ତାଙ୍କ ପ୍ରତି ଅନ୍ୟଦଳ ନେତା ସମର୍ଥନ କରିବା ସହ ଶଙ୍ଖଦଳକୁ ନିଶାନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବିଜେଡିକୁ କଟାକ୍ଷ କରି କହିଛନ୍ତି-ସୌମ୍ୟ ପଟ୍ଟନାୟକ ହିମାଳୟ ସଦୃଶ, ତାଙ୍କୁ ପଥର ମାରିଲେ କଣ ହେବ। ସେହିପରି ବରିଷ୍ଠନେତା ବିଜୟ ମହାପାତ୍ର କହିଛନ୍ତି- ମୁଖ୍ୟମନ୍ତ୍ରୀ ସୌମ୍ୟଙ୍କୁ ଦଳ ଉପସଭାପତି ପଦରୁ ହଟାଯିବା କଥା ଜାଣିଥିବେ କି ନାହିଁ ସନ୍ଦେହ।

ସେମିତି ସୌମ୍ୟଙ୍କ ବଡ଼ଭାଇ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି-ସୌମ୍ୟଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଚୟନ କରିଥିଲେ ଓ କାଢ଼ିଦେଲେ। ହେଲେ ଆମ ଦଳରେ ସେମିତି ହୁଏନି ।

ଶେଷରେ ସୌମ୍ୟଙ୍କୁ ଜବାବ ଦେବାକୁ ଯାଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ସୌମ୍ୟଙ୍କୁ ଦଳ ରାଜ୍ୟସଭା ସାଂସଦ ଏବଂ ବିଧାୟକ ହେବାକୁ ସୁଯୋଗ ଦେଲା। କିନ୍ତୁ ସେ ମନ୍ତ୍ରୀ ପଦ ପାଇଁ ବ୍ଲାକମେଲିଂ କଲେ। ତେଣୁ ସୌମ୍ୟ ନିଜକୁ ସଳଖେଇ ଦିଅନ୍ତୁ, ନଚେତ୍ ଯାହା ହେବା କଥା ହେବ ବୋଲି ଚେତାବନୀ ଦେଇଛନ୍ତି ଲେନିନ୍।

BJD Odisha BJP Odisha Politics Soumyaranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ