Advertisment

ନିର୍ବାଚନ ଯେତିକି ପାଖୋଉଛି, ସେତିକି ବଢୁଛି ଦଳ ଡିଆଁ ପର୍ବ

ପୂର୍ବତନ ବିଧାୟକ ପ୍ରକାଶ ବେହେରା ବି ବିଜେରେ ମିଶିବା ଚର୍ଚ୍ଚା । ବିଜେଡିକୁ ଘାରିଛି ଆମଦାନୀ ନେତାଙ୍କୁ କେମିତି କରିବ ଥଇଥାନ ।

undefined

Odisha Politics

Advertisment

ନିର୍ବାଚନ ଯେତିକି ଯେତିକି ପାଖଉଛି, ପ୍ରାର୍ଥୀ ଘୋଷଣା ଓ ଟିକେଟ୍ କସରତ୍ ଭିତରେ ସେତିକି ବଢ଼ି ଚାଲିଛି ନେତାଙ୍କ ଦଳ ଡିଆଁ ପର୍ବ। କାଲି ବିଜେଡିର ଦୁଇ ବଡ଼ ଚେହେରା ସାଂସଦ ଭର୍ତ୍ତୃହରି ମହତାବ୍ ଓ ଓଲିଉଡ୍ ଷ୍ଟାର ସିଦ୍ଧାନ୍ତ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲା ବେଳେ ଆଜି ପଦ୍ମ କ୍ୟାମ୍ପ ଛାଡ଼ିଛନ୍ତି ବିଜେପି ବିଧାୟକ ସୁକାନ୍ତ ନାୟକ ଓ ପ୍ରକାଶ ବେହେରା। ତେବେ ଟିକେଟକୁ ନେଇ ବଢୁଥିବା ଅନ୍ତର୍କନ୍ଦଳ ଭିତରେ ଶାସକ ଦଳ କିନ୍ତୁ ନିଜ ନେତାଙ୍କ ଅପେକ୍ଷା ଆମଦାନୀ ନେତାଙ୍କୁ ଦେଉଛି ବେଶି ଗୁରୁତ୍ୱ । ହେଲେ ଏହାଦ୍ୱାରା ଦଳରେ ବିଦ୍ରୋହ ବଢ଼ିବ ନା ଥମିବ, ତାହାହିଁ ବଡ଼ ପ୍ରଶ୍ନ।

Advertisment

ଆମଦାନୀ ନେତାଙ୍କ ଭରସାରେ ବିଜେଡି। କିନ୍ତୁ ଦଳପତିଙ୍କ ଚିନ୍ତା କେମିତି ହେବ ଆମଦାନୀ ନେତାଙ୍କ ଥଇଥାନ। ତେଣୁ ମାପି ଚୁପି ଚାଲ୍ ଚଳାଉଛି ବିଜେଡି। କାହିଁକି ନା, କୁହାଯାଉଛି ବର୍ତ୍ତମାନର ବହୁ ସିଟିଂ ଏମଲ୍ଏଙ୍କ ଉପରେ ଭରସା କରିପାରୁନାହାନ୍ତି ଦଳପତି। ତେଣୁ ଦଳରେ ମିଶୁ ମିଶୁ ଆମଦାନୀ ନେତାଙ୍କୁ ମିଳିଯାଉଛି ଟିକେଟ୍। ଅଂଶୁମାନ ମହାନ୍ତି କଂଗ୍ରେସ ର ବିଧାୟକ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ବି ଥିଲେ। ହେଲେ ଦଳରେ ମିଶୁ ମିଶୁ ସାଂସଦ ଟିକେଟ ନେଲେ।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ଦଳରେ ସାମିଲ ହେବାର ଘଣ୍ଟାକ ଭିତରେ ଭୁବନେଶ୍ୱର ସାଂସଦ ଟିକେଟ ପାଇଲେ। ପୂର୍ବରୁ ଏଠି ଶ୍ରୀମୟୀ ମିଶ୍ର ଟିକେଟ ପାଇବେ ବୋଲି ପ୍ରଚାର ଆରମ୍ଭ କରିଦେଇଥିଲେ। ମାତ୍ର ଏବେ ଶ୍ରୀମୟୀ ନିରାଶ। ଦଳ ତାଙ୍କୁ କେମିତି ଥଇଥାନ କରିବ ତା ଉପରେ ନଜର।

Advertisment

ସେପଟେ ଜଗତସିଂହପୁରରେ ସ୍ଥିତି ଜଟିଳ। ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଥାଉ ଥାଉ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ବିଜେଡିରେ ମିଶିଛନ୍ତି। ଏଠି ଦଳ ସମ୍ପୂର୍ଣ ଅଡ଼ୁଆରେ। ଅପରପକ୍ଷେ ବାଡ଼ ଡିଆଁ ପର୍ବରେ ଆଜି କର୍ମୀଙ୍କ ସହ ହାତ ଛାଡି ଶଙ୍ଖ ଧରିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ। ଚର୍ଚ୍ଚା ହେଉଛି ବଲାଙ୍ଗୀରରୁ ବିଜେଡି ପାଇଁ ସାଂସଦ ପ୍ରାର୍ଥୀ ହୋଇ ପାରନ୍ତି ।

ବିଜେପିରୁ ଇସ୍ତଫା ଦେଇଥିବା ପ୍ରକାଶ ବେହେରା ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ବି ବିଜେଡିରେ ଖୁବ ଶୀଘ୍ର ସାମିଲ ହେଉଥିବା ଚର୍ଚ୍ଚା ହେଉଛି। ପ୍ରଶ୍ନ ଉଠୁଛି ନିଜ ଦଳ ନେତାଙ୍କ ଉପରେ ନାହିଁ କି ସୁପ୍ରିମୋଙ୍କ ଭରସା ? ଆମଦାନୀ ନେତାଙ୍କୁ ଟିକେଟ ଦେବା ପରେ ବିଜେଡି ପାଇଁ ହେବନି ତ ବୁମେରାଂ ?

Advertisment

ସେପଟେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ବି ଦଳ ଭିତରେ ଅନେକ ଆଶାୟୀଙ୍କ ଭିଡ଼ ଓ ଅନ୍ତଃ କନ୍ଦଳ ଯୋଗୁଁ ଅନେକ ଆସନରେ ବିଜେଡିର ଟିକେଟ ଅଙ୍କ ଛିଣ୍ଡୁନି । ଏପରିକି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବ୍ରହ୍ମପୁର ବିଧାନସଭା ଓ ଲୋକସଭା ଆସନ, ସାନଖେମୁଣ୍ଡି, ଖଲ୍ଲିକୋଟ ସହ କୋରାପୁଟର ଜୟପୁର ଭଳି ଆସନର ଟିକେଟ ଘୋଷଣା ହୋଇନି।

ଏପରିକି ଭୁବନେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ସୁଦ୍ଧା ୩ ବିଧାନସଭା ମଣ୍ଡଳୀରେ ବିବାଦ ଯୋଗୁଁ ଝୁଲି ରହିଛି ଟିକେଟ ଘୋଷଣା। ଏଭଳି ସ୍ଥିତିରେ ବିଦ୍ରୋହୀଙ୍କୁ ମ୍ୟାନେଜ ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି। କଂଗ୍ରେସ କହିଛି ଦଳ ଛାଡ଼ି ବିଜେଡି ଯାଇଥିବା ନେତା ଜିତି ପାରିବେନି। ଅପରପକ୍ଷେ ବିଜେପିରୁ ପ୍ରକାଶ ଓ ସୁକାନ୍ତଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟାରେ ବିଜେପି କହିଛି, ଯାହାର କ୍ଲିନ୍ ଇମେଜ୍ ସେମାନେ ବିଜେଡି ଛାଡ଼ି ବିଜେପିକୁ ଆସୁଛନ୍ତି।

ଆଗକୁ ଅନେକ ବରିଷ୍ଠ ନେତା ବିଜେଡି ସହ ଯୋଗସୂତ୍ର ରକ୍ଷା କରି ଟିକେଟ ପାଇଁ ନିଜ ନାଁ ଚୂଡାନ୍ତ କରୁଥିବା ଚର୍ଚ୍ଚା ହେଉଛି। ତେବେ ଆମଦାନୀ ନେତାଙ୍କୁ ଟିକେଟ ଦେଇ ଦଳୀୟ ନେତାଙ୍କୁ କିପରି ମ୍ୟାନେଜ କରୁଛି ତାହା ଦେଖିବାକୁ ଅପେକ୍ଷା।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ