Advertisment

Naba Das Murder Case: ନବ ଦାସ ହତ୍ୟାକାଣ୍ଡ: ନିଷ୍ପତ୍ତି ଖୁବ୍‌ ଶୀଘ୍ର

ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ କିଏ ଓ କାହିଁକି ନବ ଦାସଙ୍କୁ ହତ୍ୟା କଲା? ଷଡ଼ଯନ୍ତ୍ରରେ କିଏ ଭାଗିଦାରୀ ? ଏସବୁ କଥା ନିଶ୍ଚିତ ଭାବେ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Naba Das Murder

Naba Das Murder

Advertisment

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କ’ଣ ହେବ, ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ସରକାର। ଆଜି ଏପରି ଚାଂଚଲ୍ୟକର ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ମନ୍ତ୍ରୀ କହିଛନ୍ତି, ନବ ଦାସଙ୍କ ହତ୍ୟା ମାମଲା ବିଚାରାଧୀନ ଅଛି। ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ। ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁ ନଥିଲେ। ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁନଥିଲେ।

ଏବେ ସେ ଭୟ ଦୂରେଇ ଯାଇଛି। ଅନେକ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ସେସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ।

Advertisment

ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ କିଏ ଓ କାହିଁକି ନବ ଦାସଙ୍କୁ ହତ୍ୟା କଲା? ଷଡ଼ଯନ୍ତ୍ରରେ କିଏ ଭାଗିଦାରୀ ? ଏସବୁ କଥା ନିଶ୍ଚିତ ଭାବେ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ:  ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି?

Advertisment

ଗତ କିଛି ଦିନ ହେବ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜନୀତି ତେଜିଛି। କିଛି ଦିନ ତଳେ ନବଙ୍କ ରକ୍ତ ଭିଜା ସାର୍ଟକୁ ଏକ ଘରୋଇ ହସପିଟାଲର କର୍ତ୍ତୃପକ୍ଷ ପୋଡ଼ି ଦେବା କଥା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ମଧ୍ୟ ଉଠିଥିଲା।

ଏକ ସଂଗୀନ ହତ୍ୟା ମାମଲାରେ ସାର୍ଟ ପୋଡ଼ିବାକୁ କିଏ ଦେଲା ଅନୁମତି ? ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ବେଳେ ରକ୍ତଭିଜା ସାର୍ଟ ପୋଡ଼ାହେଲା କେମିତି ? ସାର୍ଟ ପୋଡ଼ିବାକୁ କ୍ରାଇମବ୍ରାଞ୍ଚ ଅନୁମତି ଦେଇଥିଲା କି ? ନା ପୁଲିସକୁ ସୂଚନା ନଦେଇ ସାର୍ଟ ପୋଡ଼ି ଦିଆଗଲା। ନା ପ୍ରମାଣକୁ ପୋଡ଼ି ଦେବାକୁ ବିଧିବଦ୍ଧ ଭାବେ ଯୋଜନା ହୋଇଥିଲା ? ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୯ ତାରିଖରେ ରାଜ୍ୟର ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଏଏସଆଇ ନିଜ ସର୍ଭିସ ରିଭଲଭରରୁ କ୍ଲୋଜ୍ ରେଞ୍ଜରୁ ଫାୟାରିଂ କରି ହତ୍ୟା କରିଥିଲେ। ଏହି ପ୍ରଭାବଶାଳୀ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତଭାର ତତକାଳୀନ ବିଜେଡି ସରକାର ଦ୍ୱାରା କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା।

୨୦୨୩ ମେ’ ମାସରେ କ୍ରାଇମବ୍ରାଂଚ ୫୪୩ ପୃଷ୍ଠାର ଚାର୍ଜସିଟ୍ ମଧ୍ୟ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଦାଖଲ କଲା। କିନ୍ତୁ ନବ ଦାସଙ୍କୁ କେଉଁ କାରଣରୁ ହତ୍ୟା କରାଗଲା ତାହା ଏବେବି ରହସ୍ୟମୟ ହୋଇ ରହିଛି।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା; ଚାଂଚଲ୍ୟକର ବୟାନ ଦେଲେ ସନ୍ତୋଷ ସିଂ ସାଲୁଜା...

BJP Odisha Police Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ