Advertisment

କେଜ୍ରିୱାଲଙ୍କ ଗିରଫ ପ୍ରସଙ୍ଗ: ଜର୍ମାନୀର ମନ୍ତବ୍ୟ ଉପରେ ଭାରତର କଡ଼ା ଆପତ୍ତି

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ହୋଇଥିବା ଏକ ପ୍ରଶ୍ନରେ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଥିଲେ ଯେ, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଆମେ ଆଶା କରୁଛୁ ଏହି ମାମଲାରେ ନ୍ୟାୟପାଳିକାର ସ୍ବତନ୍ତ୍ରତତା ଏବଂ ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ଧ୍ୟାନ ରଖାଯିବ।

ଅଦ୍ୟତନ ହୋଇଛି
India Protests Germany's Remarks

India Protests Germany's Remarks

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରିକୁ ନେଇ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ବିବୃତିକୁ ନେଇ ଆପତ୍ତି ଜଣାଇଲା ଭାରତ । ଜର୍ମାନୀର ମନ୍ତବ୍ୟ ଭାରତୀୟ ନ୍ୟାୟପ୍ରଣାଳୀରେ ହସ୍ତକ୍ଷେପ କରିବା ଭଳି ବୋଲି ଭାରତ ପକ୍ଷରୁ କୁହାଯାଇଛି । ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଜର୍ମାନୀର ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ।

Advertisment

ଏ ନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଥିବା ଜର୍ମାନୀ ଦୂତାବାସର ଉପମୁଖ୍ୟଙ୍କୁ ସମନ ମଧ୍ୟ କରାଯାଇଛି । ଜର୍ମାନୀ ଦୂତାବାସର ଉପମୁଖ୍ୟ ଜର୍ଜ ଏଞ୍ଜିୱିଲର ସାଉଥ୍ ବ୍ଲକରେ ଥିବା ବିଦେଶ ମନ୍ତ୍ରଣାଳୟ ଅଫିସକୁ ଆସିବା ପରେ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ଦିଆଯାଇଥିଲା ।

ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏ ସମ୍ପର୍କରେ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଥିଲେ । ସେ ଦର୍ଶାଇଥିଲେ ଯେ,ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ବିବୃତି ଭାରତର ଆଇନଗତ ପ୍ରକ୍ରିୟାରେ ହସ୍ତକ୍ଷେପ । ଆଉ ଏହା ଆମର ନ୍ୟାୟପାଳିକାର ସ୍ବାୟତତ୍ତାକୁ ହ୍ରାସ କରାଇବାକୁ ଚେଷ୍ଟା କରୁଛି।

Advertisment

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ହୋଇଥିବା ଏକ ପ୍ରଶ୍ନରେ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଥିଲେ ଯେ, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଆମେ ଆଶା କରୁଛୁ ଏହି ମାମଲାରେ ନ୍ୟାୟପାଳିକାର ସ୍ବତନ୍ତ୍ରତତା ଏବଂ ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ଧ୍ୟାନ ରଖାଯିବ। ମାମଲାର ନିରପେକ୍ଷ ଶୁଣାଣି ହେବ । କେଜ୍ରିୱାଲଙ୍କୁ ନିଜର ପକ୍ଷ ରଖିବାର ସୁଯୋଗ ପ୍ରଦାନ କରାଯିବ। କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ନ୍ୟାୟ ପ୍ରଣାଳୀ ପାଇଁ ଅପରିହାର୍ଯ୍ୟ ବୋଲି ଜର୍ମାନୀ ବିଦେଶ ମନ୍ତ୍ରଣାଳୟ କହିଥିଲା।

Advertisment

Arvind Kejriwal Delhi CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ