Advertisment

ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟିଂ; ୯୬ଟି ଲୋକସଭା ଆସନରେ ଚାଲିଛି ମତଦାନ

ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ତେଲେଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧ ଏବଂ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ସଂସଦୀୟ କ୍ଷେତ୍ରରେ ହେଉଛି ଭୋଟ ଗ୍ରହଣ । ଏଥିସହ ବିହାରର ୫, ଛାଡ଼ଖଣ୍ଡର ୪, ଓଡ଼ିଶାର ୪ ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ କରୁଛନ୍ତି ଜନତା ।

ଅଦ୍ୟତନ ହୋଇଛି
India General Elections 2024 Phase 4 Voting

fourth-phase-of-voting-has-started in India

Advertisment

ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ୧୦ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ଚାଲିଛି ଭୋଟ୍‌ ଗ୍ରହଣ। ମୈଦାନରେ ଅଛନ୍ତି ୧୭୧୭ ଜଣ ସାଂସଦ ପ୍ରାର୍ଥୀ। ସମସ୍ତଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧୭ କୋଟି ୭୦ ଲକ୍ଷ ଭୋଟର୍। ଏଥିପାଇଁ ୧ ଲକ୍ଷ ୯୨ ହଜାର ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୮.୯୭ କୋଟି ପୁରୁଷ ଏବଂ ୮.୭୩ କୋଟି ମହିଳା ରହିଛନ୍ତି । ସେହିପରି ନିର୍ବାଚନରେ ନିୟୋଜିତ ରହିଛନ୍ତି ୧୯ଲକ୍ଷ ପୋଲିଂ ଅଧିକାରୀ ।

Advertisment

ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ତେଲେଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧ ଏବଂ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ସଂସଦୀୟ କ୍ଷେତ୍ରରେ ହେଉଛି ଭୋଟ ଗ୍ରହଣ । ଏଥିସହ ବିହାରର ୫, ଛାଡ଼ଖଣ୍ଡର ୪, ଓଡ଼ିଶାର ୪ ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ କରୁଛନ୍ତି ଜନତା । ଏଥିସହ ଆନ୍ଧ୍ରପ୍ରଦେଶର ୧୭୫, ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ବି ହେଉଛି ଭୋଟିଂ ।

 Live Updates: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ; ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

Advertisment

ଚତୁର୍ଥ ପର୍ଯ୍ୟାୟରେ ଜାତୀୟ ରାଜନୀତିର ଅନେକ ଚିହ୍ନା ଚେହେରାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ହେଭିୱେଟ୍‌ଙ୍କ ମଧ୍ୟରେ ଅଛନ୍ତି ଉତ୍ତରପ୍ରଦେଶ କନୌଜ ଆସନରୁ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ହାଇଦ୍ରାବାଦରୁ ଏମଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓୱେସି, ପଶ୍ଚିମବଙ୍ଗ ବାହରମପୁର ଆସନରୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, କ୍ରିଷ୍ଣାନଗର ଆସନରୁ ଟିଏମସି ନେତ୍ରୀ ମହୁଆ ମୋଇତ୍ର, ବିହାର ବେଗୁସରାଇରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ଆନ୍ଧ୍ର କଡ୍ଡପା ଆସନରୁ ୱାଇଏସ ଶର୍ମିଲା ।

ଚତୁର୍ଥ ପର୍ଯ୍ୟାୟ ପାଇଁ ୮୫ ବର୍ଷରୁ ଅଧିକ ବୟସ୍କ ୧୨.୪୯ ଲକ୍ଷ ଏବଂ ୧୯.୯୯ ଲକ୍ଷ ଭିନ୍ନକ୍ଷମ ପଞ୍ଜୀକୃତ ଭୋଟର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କ ଘରେ ବସି ଭୋଟ୍ ଦେବାର ବିକଳ୍ପ ପ୍ରଦାନ କରାଯାଇଛି। ଭୋଟରଙ୍କୁ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ସକ୍ରିୟ ଭାବେ ମୁକାବିଲା କରିବା ପାଇଁ ମୋଟ ୪୬୬୧ଟି ଫ୍ଲାଇଂ ସ୍କ୍ୱାଡ୍, ୪୪୩୮ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍, ୧୭୧୦ଟି ଭିଡିଓ ସର୍ଭିଲାନ୍ସ ଟିମ୍ ଓ ୯୩୪ଟି ଭିଡିଓ ଭ୍ୟୁଭିଙ୍ଗ୍ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି ।ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ଶୌଚାଳୟ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସମସ୍ତ ସୁବିଧା ରହିଛି ।

Advertisment

ଅଧିକ ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟ ଭୋଟିଂ; ବାଜିରେ ଲାଗିଛି ବହୁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ

General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ