Advertisment

CMO ଏବେ କରପସନ୍ ମୋବିଲାଇଜେସନ ଅଫିସ୍: ବିଜେପି

ଡିିଏନ କମ୍ପାନୀ ଉପରେ ଆଇଟି ରେଡ୍ ପ୍ରସଙ୍ଗକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ। ବ୍ୟବସାୟୀଙ୍କ ସହ ତୃତୀୟ ମହଲାର ସଂପର୍କ ରହିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ।

ଅଦ୍ୟତନ ହୋଇଛି
Income Tax dept raid

Income Tax dept raid

Advertisment

ବ୍ୟାବସାୟିକ ପ୍ରତିଷ୍ଠାନ ଡି.ଏନ୍ ଗ୍ରୁପରେ ରେଡ୍ । ଆୟକର ବିଭାଗ ଚଢ଼ାଉ କରିବା ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ୩ଟି ଟ୍ରଙ୍କରୁ ୩୦ କୋଟି ଟଙ୍କା ମିଳିବା ପରେ ଇଡି ଖୁବଶୀଘ୍ର ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିବ। DN ଗ୍ରୁପର ବେଆଇନ୍ ଆର୍ଥିକ କାରବାରକୁ ନେଇ ତଦନ୍ତ କରିବ। ଗତକାଲି ଆଇଟି ରେଡ୍ ବେଳେ ୩୦ କୋଟି ଜବତ ହୋଇଥିଲା। ଆଜି ୩ଟି ଟ୍ରଙ୍କରୁ ଜବତ ୩୦ କୋଟି ଟଙ୍କାକୁ ଆୟକର ଅଫିସକୁ ନିଆଯାଇଛି।

Advertisment

ତାସହ ମିଳିଥିବା ସୁଟକେଶ, ଯେଉଁଥିରେ ଡିଏନ୍ ହୋମସର କାଗଜପତ୍ର ଥିଲା, ତାକୁ ମଧ୍ୟ ନିଆଯାଇଛି। କମ୍ପାନୀର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ନେଇଛନ୍ତି ଆୟକର ଅଧିକାରୀ। ଆଜି ଲଗାତର ଦ୍ବିତୀୟ ଦିନରେ DN GROUP ଉପରେ ଆୟକର ବିଭାଗର ଚଢାଉ ଜାରି ରହିଛି। ଗତକାଲି ଭୁବନେଶ୍ବର ସମେତ ପ୍ରାୟ ୨୦ଟି ସ୍ଥାନରେ ଥିବା DN GROUPର ବ୍ୟବସାୟିକ ପ୍ରତିଷ୍ଠାନ, ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକଙ୍କ ସମେତ ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀଙ୍କ ଘର ଉପରେ ଏକକାଳୀନ ଛାପା ମାରିଥିଲା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ। ଭୁବନେଶ୍ବର ଆଇଆରସି ଭିଲେଜରେ ଥିବା ଡିଏନ୍ ଗ୍ରୁପର ମୁଖ୍ୟ ଅଫିସରେ ହୋଇଥିଲା ରେଡ୍। ତେବେ ଏନେଇ ଡିଏନଗ୍ରୁପ୍ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ। 

ଡିିଏନ କମ୍ପାନୀ ଉପରେ ଆଇଟି ରେଡ୍ ପ୍ରସଙ୍ଗକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ। ବ୍ୟବସାୟୀଙ୍କ ସହ ତୃତୀୟ ମହଲାର ସଂପର୍କ ରହିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ। ରିଅଲ ଇଷ୍ଟେଟ ମାଧ୍ୟମରେ ଅଣଓଡ଼ିଆ IASଙ୍କ କଳା ଟଙ୍କା ଧଳା ହେଉଥିଲା। ଏହି କଂପାନୀ ବିଜେଡି ନେତା ଓ ବିଧାୟକଙ୍କର ବି ମନି ଲଣ୍ଡ୍ରିଂ ମାଧ୍ୟମ ସାଜିଥିଲା ବୋଲି ଅଭିଯୋଗ କରିଛନ୍ତି। CMO ଏବେ କରପସନ୍ ମୋବିଲାଇଜେସନ ଅଫିସ୍ ସାଜିଛି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ସେପଟେ କଂଗ୍ରେସ କହିଛି, ମିଳିଥିବା ଏହି କୋଟି କୋଟି ଟଙ୍କା କାହାର, କେଉଁ ଦଳର। ଏ ଟଙ୍କା ବଡ଼ ବଡ଼ ଅଫିସର ଓ ଶାସକ ଦଳର । ନିର୍ବାଚନରେ ଖଟେଇବା ପାଇଁ ଏ ଟଙ୍କା ରଖାଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ସାଲୁଜା। କଂଗ୍ରେସ ଓ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି।

IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ