Advertisment

ମୁଖ୍ୟମନ୍ତ୍ରୀଙ୍କ ଆଗରେ ସାଂସଦ ସଂଗୀତାଙ୍କୁ କାଉଣ୍ଟର କଲେ ଶ୍ରୀମୟୀ

ବଲାଙ୍ଗିର ପାଟଣାଗଡ଼ରେ ବିଜେପି ଓ ବିଜେଡିର ଦୁଇ ନାରୀନେତ୍ରୀ ମୁହାଁମୁହିଁ । ସାଂସଦ ସଙ୍ଗୀତା ସିଂଦେଓ ଓ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁହାଁମୁହିଁ ହୋଇଥିବା ଦେଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବେଳେ କଥା କଟାକଟି ହୋଇଥିବା ଦେଖାଯାଇଛି ।

Shreemayee -Sangita

Shreemayee -Sangita

Advertisment

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ଼ରେ ବିଜେପି ଓ ବିଜେଡିର ଦୁଇ ନାରୀନେତ୍ରୀ ମୁହାଁମୁହିଁ । ସାଂସଦ ସଙ୍ଗୀତା ସିଂଦେଓ ଓ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁହାଁମୁହିଁ ହୋଇଥିବା ଦେଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବେଳେ କଥା କଟାକଟି ହୋଇଥିବା ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ ନାରୀନେତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖାଯାଇଛି ।

Advertisment

କେନ୍ଦ୍ରର ଆୟୁଷ୍ମାନ ଯୋଜନା ଓ ରାଜ୍ୟର BSKYକୁ ନେଇ ସେମାନେ କଥା କଟାକଟି ହୋଇଛନ୍ତି । ଆୟୁଷ୍ମାନ ଯୋଜନା ଦ୍ୱାରା ସାରା ଦେଶରେ ଚିକିତ୍ସା ମିଳିପାରିବ ବୋଲି କହିଥିଲେ ସାଂସଦ ସଙ୍ଗୀତା । ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେବଳ ରାଜ୍ୟ ଭିତରେ ସୀମିତ ରହିବ ବୋଲି କହିଛନ୍ତି ସଙ୍ଗୀତା ।

Advertisment

ସେପଟେ ସାଂସଦ ସଙ୍ଗୀତା ସିଂଦେଓଙ୍କ ମନ୍ତବ୍ୟକୁ ଶ୍ରୀମୟୀ ମିଶ୍ର କାଉଣ୍ଟର କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡକୁ କପି କରୁଛନ୍ତି କେନ୍ଦ୍ର ସରକାର ବୋଲି କହିଛନ୍ତି ଶ୍ରୀମୟୀ । “ମୁଖ୍ୟମନ୍ତ୍ରୀ ଯାହା କରିଛନ୍ତି, ପରବର୍ତ୍ତୀ ସମୟରେ ଅନ୍ୟମାନେ ତାଙ୍କୁ ଅନୁକରଣ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡକୁ କପି କରୁଛନ୍ତି କେନ୍ଦ୍ର ସରକାର। ଆମେ ଯେଉଁ ଯୋଜନା କରୁଛୁ, କେନ୍ଦ୍ର ସରକାର ତାକୁ ଅନୁକରଣ କରୁଛନ୍ତି।” ଖାଲି ସେତିକି ନୁହେଁ ବଲାଙ୍ଗିର ସଭାରେ ନରସିଂହ ମିଶ୍ର ଓ ମୁକେଶ ମହାଲିଙ୍ଗ ମଧ୍ୟ ଅସନ୍ତୋଷ ଝାଡ଼ିଛନ୍ତି । BSKY ଯୋଜନା ଓ ବୀମା କଂପାନୀର ଦାୟିତ୍ୱହୀନତାକୁ ନେଇ ସେ ବର୍ଷିଲେ ।

ସଙ୍ଗୀତାଙ୍କ ରେଳ ପ୍ରକଳ୍ପ ମନ୍ତବ୍ୟକୁ ନେଇ ଶ୍ରୀମୟୀ କହିଛନ୍ତି-“ରେଲୱେ ଲାଇନ୍‌ ପାଇଁ ସାଂସଦ ଯଦି କେନ୍ଦ୍ରରୁ ଅଧିକ ବଜେଟ ଆଣିପାରିବେ, ତାହା ହେଲେ ଆମେ ଅଧିକ ଉପକୃତ ହୋଇପାରିବୁ ।”

Advertisment

ମୁଖ୍ୟମନ୍ତ୍ରୀ ଆଜି ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି । ସେ ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିର ଟାଉନ୍‌ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାର ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ମାର୍ଟ ହେଲ୍‌ଥ କାର୍ଡ ଗ୍ରହଣ କରିଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପିତ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି ।

OTDC BJD-BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ