ଚାରି ଦ୍ୱାର ନଖୋଲିଲେ ୯ରୁ କଂଗ୍ରେସ କରିବ ସଂକୀର୍ତ୍ତନ ସତ୍ୟାଗ୍ରହ !

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ମରାମତି ଦାବି । ୨୮ ତାରିଖ ସୁଦ୍ଧା ସରକାର ପଦକ୍ଷେପ ନନେବାରୁ ସତ୍ୟାଗ୍ରହ- କଂଗ୍ରେସ ।

Congress

ଆସନ୍ତା ୯ ତାରିଖରେ ରାଜ୍ୟବ୍ୟାପୀ କଂଗ୍ରେସ କରିବ ସଂକୀର୍ତ୍ତନ ସତ୍ୟାଗ୍ରହ। ଦଳ ପକ୍ଷରୁ ଆଜି ଏ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ- ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ମରାମତି ପାଇଁ କଂଗ୍ରେସ ଦାବି କରିଥିଲା। ଏମିତିକି ଗତ ୨୮ ତାରିଖ ସୁଦ୍ଧା ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକ କି ରାଜ୍ୟ ସରକାର, କେହି ନିଷ୍ପତ୍ତି ନେଲେ ନାହିଁ।

ତେଣୁ ଏହାର ପ୍ରତିବାଦରେ ଆସନ୍ତା ୯ ତାରିଖରେ କଂଗ୍ରେସ ସଂକୀର୍ତ୍ତନ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦଳର 
କର୍ମୀ ଓ ନେତା ସଂକୀର୍ତ୍ତନ ସମାବେଶ କରି ସରକାରଙ୍କୁ ନିଦରୁ ଉଠାଇବେ। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ କି ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିନାହିଁ।