ଯାଜପୁର ବିଧାୟିକାଙ୍କ ବଡ଼ ବୟାନ...ମୁଁ ଇସ୍ତଫା ଦେବାର ନାହିଁ କି ପ୍ରଣବ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ

ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସୁଜାତା ସାହୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି ।

Sujata Sahu

କାଲି ଯାଜପୁରରେ ବିଜେଡି ନେତା ବବି ଦାସଙ୍କ ରଣହୁଙ୍କାର ପରେ ଆଜି ଯାଜପୁର ବିଧାୟିକା ସୁଜାତା ସାହୁ ଦେଇଛନ୍ତି ଏକ ବଡ଼ ବୟାନ । ସେ କହିଛନ୍ତି ମୋର ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ । ଯାହାଙ୍କ ପାଇଁ ମୁଁ ଏ ଯାଏ ଆସିଛି, ସେମାନେ ଏ କଥା କହିନାହାନ୍ତି । ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସୁଜତା ସାହୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି । ସେ ଯାଜପୁର ପାଇଁ ଲଢ଼ିବେ ବୋଲି କହିଛନ୍ତି, ଉପନିର୍ବାଚନରେ ନୁହେଁ’ ।

ସୂଚନା ଅନୁସାରେ ଯାଜପୁର ଉପନିର୍ବାଚନ ଚର୍ଚ୍ଚାରେ ଖୋରାକ ଯୋଗାଇଥିଲା ପ୍ରଣବ ପ୍ରକାଶ ଦାସ ତଥା ବବି ଦାସଙ୍କ ମନ୍ତବ୍ୟ । ଗତକାଲି ଦଶରଥପୁରରେ ବିଜେଡି ପଦଯାତ୍ରା ବେଳେ ଭାଷଣ ରଖି ବବି ଦାସ କହିଥିଲେ, ମୁଁ ଲଢ଼ିବାକୁ ପ୍ରସ୍ତୁତ । ତେବେ କେଉଁ ଲଢ଼େଇକୁ ବବିଙ୍କ ଇସାରା ? ଉପନିର୍ବାଚନ ଜରିଆରେ ପୁଣି ଯାଜପୁର ଅକ୍ତିଆର ପାଇଁ ଚାଲିଛି କି ଚାଲ୍ ? ସେନେଇ ବଢ଼ିଥିଲା ନାନା ଚର୍ଚ୍ଚା ।

ବବି କହିଥିଲେ, ଯେତେବେଳେ ପୁଅ ମାଆ ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି । ଆପଣମାନଙ୍କୁ ଦେଖି ଶତ ସିଂହର ବଳ ଆସିଛି, ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ବୋଲି ଉପସ୍ଥିତ କର୍ମୀଙ୍କୁ ସମ୍ବୋଧନ କରି କହିଥିଲେ ବବି । ତା’ସହ ବିଜେପିକୁ ନିଶାନା କରି କହିଥିଲେ, ବିଜେପି ଯାଜପୁରର ବିକାଶ ଚାହୁଁନି ।