Advertisment

PM Modi:ମୋଦୀ କହିଲେ “ମୁଁ ଭଗବାନ ଶିବଙ୍କର ଭକ୍ତ, ମୁଁ ସବୁ ବିଷ ପିଇଦେଇ ପାରେ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଦରାଙ୍ଗରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ଜୋରଦାର୍ ଆକ୍ରମଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମାଆଙ୍କୁ ଦିଆଯାଇଥିବା ଗାଳିକୁ ନେଇ ବିରୋଧିଙ୍କୁ ଟାର୍ଗେଟ୍ କରିଛନ୍ତି।

PM Modi

PM Modi

Advertisment

“ମୁଁ ଜଣେ ଶିବ ଭକ୍ତ, ମୁଁ ସବୁ ବିଷ ପିଇ ଦେଇପାରେ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ଦରାଙ୍ଗରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏମିତି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ କଂଗ୍ରେସ ଉପରେ ଜୋରଦାର୍ ଆକ୍ରମଣ କରିଛନ୍ତି।

Advertisment

 ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଅପରେସନ୍ ସିନ୍ଦୂର ପରେ ଏହା ତାଙ୍କର ପ୍ରଥମ ଆସାମ ଗସ୍ତ।' ମା କାମାକ୍ଷାଙ୍କ ଆଶୀର୍ବାଦରେ, ଅପରେସନ ସିନ୍ଦୂର ଏକ ବଡ଼ ସଫଳତା ପାଇଛି। ତେଣୁ ମା କାମାକ୍ଷାଙ୍କ ଭୂମିକୁ ଆସିବା ଏକ ଭିନ୍ନ ପ୍ରକାରର ପବିତ୍ର ଅଭିଜ୍ଞତା ବୋଲି ସେ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମାଆଙ୍କୁ ଦିଆଯାଇଥିବା ଗାଳିକୁ ନେଇ ବିରୋଧିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, “ମତେ ଯେତେ ବି ଗାଳି ଦିଆଯାଉ, ମୁଁ ଭଗବାନ ଶିବଙ୍କର ଭକ୍ତ, ମୁଁ ସବୁ ବିଷ ପିଇଦେଇ ପାରେ। କିନ୍ତୁ ଯେତେବେଳେ ଅନ୍ୟ କାହାକୁ ଅପମାନିତ କରାଯାଏ, ମୁଁ ଏହାକୁ ସହି କରିପାରେ ନାହିଁ” ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଭାରତରତ୍ନ ଭୁପେନ ହଜାରିକାଙ୍କ କଥା ଉଠାଇ କଂଗ୍ରେସକୁ ତେର୍‌ଛା ବାଣ ମାରିଛନ୍ତି। ସେ କହିଛନ୍ତି ଯେ ଭୁପେନ ହଜାରିକାଙ୍କୁ ଭାରତ ରତ୍ନ ଦେବା ନେଇ କଂଗ୍ରେସ ଅଧ୍ୟକ୍ଷ ଅପମାନଜନକ କଥା କହିଥିଲେ। ଏହା ସହ ସେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।

ଏହାଛଡା ଆସାମରେ ହେଉଥିବା ବିକାଶକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଦ୍ରୁତ ବିକାଶଶୀଳ ଦେଶ, ଏବଂ ଆସାମ ଏହାର ଦ୍ରୁତ ବିକାଶଶୀଳ ରାଜ୍ୟ ମଧ୍ୟରୁ ଗୋଟିଏ।' ବିକାଶ ସହିତ ତାଳ ଦେଇ ଚାଲିବା ପାଇଁ ସଂଘର୍ଷ କରୁଥିବା ଆସାମ ଏବେ ନିଜକୁ ପରିବର୍ତ୍ତନ କରିଛି ଏବଂ ୧୩ ପ୍ରତିଶତ ଅଭିବୃଦ୍ଧି ହାର ସହିତ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି ବୋଲି ମୋଦୀ କହିଛନ୍ତି।

Advertisment
Assam Congress Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ