Advertisment

ମୋ ଚାକିରି କାଳ ଭିତରେ କେବେବି ସୀମା ଡେଇଁନି: ବିଶ୍ୱେଶ୍ୱର ଟୁଡୁ

ଖୋଲାକଥାର ହଟସିଟ୍‌ରେ କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ। ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ କଣ କହୁଛନ୍ତି, ପଢନ୍ତୁ

ଅଦ୍ୟତନ ହୋଇଛି
Union Minister Bisweshwar Tudu

Union Minister Bisweshwar Tudu

Advertisment

ପ୍ର:- ଆପଣ ଭାବୁଛନ୍ତି କି, ଓଡ଼ିଶାରେ ଶାସନ ପ୍ରଶାସନର ବ୍ୟବସ୍ଥା ବିଗିଡିଯାଇଛି ?

ଉ:-ଟିକିଏ ନୁହେଁ ବରଂ ସମ୍ପୂର୍ଣ୍ଣ ବିଗିଡିଯାଇଛି। ୯୯ ପ୍ରତିଶତ ଲୋକ ଅମଲାଙ୍କ ଉପରେ ଆସ୍ଥା ହରାଇ ବସିଛନ୍ତି। ଯଦି ସର୍ଭେ ହେବ, ଗୋଟିଏ ଲୋକବି ସନ୍ତୁଷ୍ଟ ନୁହଁନ୍ତି। 

Advertisment

ପ୍ର:- ବ୍ଲକ୍‌, ପଞ୍ଚାୟତକୁ ପରା 5T ଜଗିଛି, ସନ୍ତୁଷ୍ଟ ହେବେନି କାହିଁକି?

ଉ:-5Tର ଅର୍ଥ କଣ ମୁଁ ଜାଣିନି। ଆରଟିଆଇରେ ତଥ୍ୟ ମାଗିଲେ ମିଳିବାର ନାହିଁ, ଏହା କଣ ସ୍ୱଚ୍ଛତା? ମୋ ମତରେ 5Tର ଅର୍ଥ ହେଉଛି ୫ଜଣ ଟାଉଟର୍।  

ପ୍ର:-ଆପଣ ତ ଦେଶର ମନ୍ତ୍ରୀ କିନ୍ତୁ ଆପଣ ସବୁବେଳେ ବାରିପଦା ମୟୂରଭଞ୍ଜରେ ସମୀକ୍ଷା କରିବାର କାରଣ କଣ?

Advertisment

ଉ:-ମୋତେ ଯଦି ଲୋକମାନେ ମୋତେ ସାଂସଦ କରିନଥାଆନ୍ତେ, ତେବେ ମୁଁ କଣ ମନ୍ତ୍ରୀ ହୋଇପାରିଥାଆନ୍ତି।  ମୋତେ ଯେଉଁ ଲୋକ ନିର୍ବାଚିତ କରିଛନ୍ତି, ସେମାନଙ୍କ କଥା ବୁଝିବା ମୋର ପ୍ରଥମ କାମ। ମୋ ନିର୍ବାଚନମଣ୍ଡଳୀର ଲୋକଙ୍କ କଥା ବୁଝିସାରିବା ପରେ ଦେଶ କଥା ମୁଁ ବୁଝିଥାଏ।

ପ୍ର:- ଶାନ୍ତ ସ୍ୱଭାବର ଦେଖାଯାଉଥିବା ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ କାହିଁକି ଏତେ ରାଗୁଛନ୍ତି?

Advertisment

ଉ:-ମୁଁ ଚାହିଁନଥାଏ, ଯିଏ ତାହା କଲା, ତାହା ମୋତେ କଷ୍ଟ ଦେଇଥାଏ। ଆଉ ତାହାକୁ ଲୋକ ମୋର କ୍ରୋଧ ବୋଲି ଭାବି ଦିଅନ୍ତି। ଯେପର୍ଯ୍ୟନ୍ତ ଆମ ବିଚାରଧାରା ସତ୍‌ ହୋଇନି, ସେପର୍ଯ୍ୟନ୍ତ ଆମେ ଭୁଲ ବାଟରେ  ଯାଉଥିବା। 

ପ୍ର:- ଜଣେ ମନ୍ତ୍ରୀ ରାଗିବା ଓ ମାଡ଼ମାରିବା କେତେ ଦୂରରୁ ଗ୍ରହଣୀୟ।  

ଉ:-ମୁଁ ୩୨ ବର୍ଷ ଚାକିରି କରିଥିଲି। ମୋ ଚାକିରି କାଳ ଭିତରେ ମୁଁ କେବେବି ସୀମା ଡେଇଁନାହିଁ। ମୋତେ କେବେବି ରାଜନେତା ଦୁର୍ବ୍ୟବହାର କରିନାହାନ୍ତି। କାହିଁକିନା ମୋର କାମ ଓ ମୋ ବିଚାରଧାରକୁ ମୁଁ ପ୍ରାଥମିକତା ଦେଇଥାଏ। ଯଦି ସରକାରୀ ପିଅନ ଠୁ ଆରମ୍ଭ କରି ଅଫିସର ଠିକ୍ କାମ କରନ୍ତେ, ତେବେ ଲୋକ ଆଉ ନିର୍ଯାତନା ପାଆନ୍ତେ ନାହିଁ। ଲୋକଙ୍କୁ ନିଇତି ସରକାରୀ ଅଫିସ୍ ଦୌଡିବାକୁ ପଡ଼ନ୍ତା ନାହିଁ। ଏଠି ସେବା ନାଁରେ ଶୋଷଣ କରୁଛନ୍ତି। ବାଧ୍ୟ ହୋଇ ଏମାନଙ୍କୁ ତାଗିଦ୍‌ ନକଲେ ଶୋଷଣ କରିଚାଲୁଥିବେ। ଯେତେବେଳେ ପିଲାଟିଏ ଭୁଲ କରେ, ଶିକ୍ଷକ ମାରିଲେ ଅଭିଭାବକ କଣ ଅଭିଯୋଗ କରୁଥିଲେ? 

ପ୍ର:- ଆପଣଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି କାହିଁକି? 

ଉ:-ମୟୂରଭଞ୍ଜ ଜିଲ୍ଲାରେ ଏହା ପ୍ରଥମ ଘଟଣା ନୁହେଁ। ୟା ପୂର୍ବରୁ ବହୁତ ଘଟଣା ଘଟିଛି। ସରକାରୀ କର୍ମଚାରୀ ଓ ବାବୁମାନେ ଚୋରି, ଲୁଣ୍ଠନ, ଦୁର୍ନୀତି କରିବେ ଅଥଚ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏଠି କିଛି ଆଇନ୍‌ ନାହିଁ।  ଯଦି କେନ୍ଦ୍ରମନ୍ତ୍ରୀଙ୍କ ଅବସ୍ଥା ଏଇଆ, ତାହାହେଲେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ, ବୁଝିବା ଦରକାର। 

Kholakatha Union Minister Bisweshwar Tudu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ