Advertisment

ମୁଁ ମନ୍ତ୍ରୀ ରେସ୍‌ରେ ନଥିଲି: ସୁଶାନ୍ତ ସିଂ

ମନ୍ତ୍ରୀ ପଦ ନମିଳିବା ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ସମର୍ଥକଙ୍କ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ସୁଶାନ୍ତଙ୍କ ମାନଭଞ୍ଜନ ପାଇଁ ବିଜେଡି ପ୍ରୟାସ ଚଳାଇଛି ।

ଅଦ୍ୟତନ ହୋଇଛି
Susanta Singh On Cabinet Reshuffle

Susanta Singh

Advertisment

ଅସନ୍ତୁଷ୍ଟ ଖବରକୁ ଖଣ୍ଡନ କରିଛନ୍ତି ବିଧାୟକ ସୁଶାନ୍ତ ସିଂ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ପଶ୍ଚିମ ଓଡ଼ିଶା ଦାୟିତ୍ୱ ବୁଝିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୁଶାନ୍ତ କହିଛନ୍ତି । ସମର୍ଥକ ଅସନ୍ତୋଷ ଝାଡ଼ିବା ନେଇ ସେ କହିଛନ୍ତି ଯେ ଭାବାବେଗରେ କିଛି ନେତା ଓ କର୍ମୀ ଅସନ୍ତୋଷ ପ୍ରକାଶ କରିଥିଲେ, ତାଙ୍କୁ ବୁଝାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ପଶ୍ଚିମ ଓଡ଼ିଶାରେ ସବୁ ପ୍ରୋଜେକ୍ଟ ହେଉଛି ।

Advertisment

ଅଧିକ ପଢ଼ନ୍ତୁ: ଅସନ୍ତୁଷ୍ଟ ସୁଶାନ୍ତଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ

ସେ ଆହୁରି କହିଛନ୍ତି ଯେ, ମନ୍ତ୍ରୀ ନ ଥିଲେ ବି ଆମର ଅଧିକ କାମ ହେଉଛି । ଷ୍ଟ୍ରାଟେଜି ଠିକ୍‌ ରହିଲେ ୩୧ରୁ ଅଧିକ ସିଟ୍‌ ଜିତିବୁ । ଲୋକସଭାରେ ମଧ୍ୟ ଆମେ ୫ରୁ ୫ ସିଟ୍‌ ଜିତିବୁ । ପ୍ରେସର ଟାକ୍ଟିସ୍‌ରେ ମୁଁ ବିଶ୍ୱାସ କରେ ନାହିଁ । ମନ୍ତ୍ରୀପଦ ପାଇଁ ଆଶାୟୀ ନଥିଲି ନିଜ ଆଡ଼ୁ ସଂଗଠନ ବୁଝିବାକୁ ନିଷ୍ପତ୍ତି ନେଇଥିଲି ବୋଲି
କହିଛନ୍ତି ସୁଶାନ୍ତ ।

ମନ୍ତ୍ରୀ ପଦ ନମିଳିବା ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ସମର୍ଥକଙ୍କ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ସୁଶାନ୍ତଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ ଚଳାଇଛି । ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମାନଭଞ୍ଜନ ପାଇଁ ଶଙ୍ଖ ଭବନରେ ଆଲୋଚନା ଚାଲିଥିବା ସୂଚନା ମିଳିଛି । ଗତକାଲି ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରିବା ପରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରିଥିଲେ । ମନ୍ତ୍ରୀ ପଦ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ସୁଶାନ୍ତଙ୍କ ସମର୍ଥକ ।

Advertisment

ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବାରୁ ବିଜେଡି ବିଧାୟକ ସୁଶାନ୍ତ ସିଂ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କ ସମର୍ଥକ ଏବଂ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଯୁବ ବିଜେଡି ସଭାପତି ଏନେଇ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପଶ୍ଚିମ ଓଡ଼ିଶାର ଟାଣୁଆ ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ନଦେଇ ସାରଦା ନାୟକଙ୍କୁ ଦିଆଯାଇଥିବାରୁ ଦଳ ଭିତରେ ଏକ ପ୍ରକାର ବିଦ୍ରୋହ ସ୍ଥିତି ଉପୁଜିଛି ।

ମନ୍ତ୍ରିମଣ୍ଡଳ ବଦଳିଲା, ହେଲେ ସ୍ଥାନ ପାଇଲେନି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂ। କୁହାଯାଉଛି, ନବ ଦାସଙ୍କ ଦେହାନ୍ତ ପରେ ମନ୍ତ୍ରିମଣ୍ଡଳରେ ଯେଉଁ ସ୍ଥାନ ଖାଲି ପଡ଼ିଥିଲା ସେହି ସ୍ଥାନରେ ବସିବାକୁ ବହୁ ଆଶାୟୀ ଥିଲେ ସୁଶାନ୍ତ। ତେବେ ତାଙ୍କୁ ଗ୍ରୀନ ସିଗନାଲ୍ ନମିଳିବାରୁ ସୁଶାନ୍ତ ଘୋର ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏପରିକି ଶପଥ ଗ୍ରହଣ ସମରୋହରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା। କୁହାଯାଉଛି ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ସୁଶାନ୍ତ ପୁଣିଥରେ ମନ୍ତ୍ରୀ ହେବା ନେଇ ବେଶ୍ ଆଶାବାଦୀ ଥିଲେ। ଏପରିକି ଗତବର୍ଷ ଜୁନ ମାସରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିବା ବିକ୍ରମ ଆରୁଖ ଓ ସୁଦାମ ମାରାଣ୍ଡିଙ୍କୁ ପୁଣିଥରେ ସୁଯୋଗ ମିଳିଲା, କିନ୍ତୁ ସୁଶାନ୍ତଙ୍କ କ୍ଷେତ୍ରରେ ତାହା ହେଲାନାହିଁ।

Advertisment
BJD Susanta Singh Cabinet Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ