Advertisment

ମଣ୍ଡପରେ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବଢ଼ିଲେ କେମିତି ବଢ଼ିବ କରୋନା?: ପ୍ରଭାତ

ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ଆଲୋଚନାରୁ ସେମାନେ ପ୍ରସ୍ତାବରେ ସହମତ ଥିବା ଜଣାପଡୁଥିଲା। ହେଲେ ଆଜି ସରକାର ନେଇଥିବା ନିଷ୍ପତ୍ତିର କାରଣ ସମ୍ପର୍କରେ ଜାଣିବା ସମ୍ଭବ ହେଉନି। ସେପଟେ ବର୍ତ୍ତମାନ ପ୍ରସଙ୍ଗ ଆଉ ପୂଜା ଓ ଶାନ୍ତି କମିଟିରେ ସୀମିତ ରହିନାହିଁ, ଶାନ୍ତି କମିଟିକୁ ପଛରେ ପକାଇ ବହୁ ସଂଗଠନ ଆଗକୁ ଆସିଗଲେଣି।

Pravat Tripathy

Pravat Tripathy

Advertisment

କଟକ: ମଣ୍ଡପରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବଢ଼ିଲେ କେମିତି ବଢ଼ିବ କରୋନା? ଏ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ ପୂର୍ବତନ ବିଧାୟକ, ବିଜେଡିର ବରିଷ୍ଠ ନେତା ତଥା କଟକ ମହାନଗର ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ। କରୋନା ପାଇଁ ଗତବର୍ଷ ଭଳି ଏ ବର୍ଷ ବି କଟକଣା ସହ ପୂଜା ଲାଗି ସରକାରଙ୍କ ନିଷ୍ପତ୍ତି ପରେ ଏଭଳି ପ୍ରତିକ୍ରିୟା ରଖି ପ୍ରଭାତ କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତାକୁ ନେଇ ସରକାରଙ୍କ ସହ ୨ ଘଣ୍ଟା ଆଲୋଚନା ହୋଇଥିଲା। ମୂର୍ତ୍ତିର ଉଚ୍ଚତା ସହ ସଂକ୍ରମଣର ସଂପର୍କ ନାହିଁ ବୋଲି ବୁଝାଇ ଦିଆଯାଇଥିଲା।

Advertisment

ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ଆଲୋଚନାରୁ ସେମାନେ ପ୍ରସ୍ତାବରେ ସହମତ ଥିବା ଜଣାପଡୁଥିଲା। ହେଲେ ଆଜି ସରକାର ନେଇଥିବା ନିଷ୍ପତ୍ତିର କାରଣ ସମ୍ପର୍କରେ ଜାଣିବା ସମ୍ଭବ ହେଉନି। ସେପଟେ ବର୍ତ୍ତମାନ ପ୍ରସଙ୍ଗ ଆଉ ପୂଜା ଓ ଶାନ୍ତି କମିଟିରେ ସୀମିତ ରହିନାହିଁ, ଶାନ୍ତି କମିଟିକୁ ପଛରେ ପକାଇ ବହୁ ସଂଗଠନ ଆଗକୁ ଆସିଗଲେଣି ଏବଂ ସାଧାରଣ ଲୋକେ ବି ଆନ୍ଦୋଳନକୁ ଓହ୍ଲାଉଥିବା କହିଛନ୍ତି ପ୍ରଭାତ। ତେବେ ଆସନ୍ତାକାଲି କଟକରେ ଶାନ୍ତି କମିଟି ଓ ପୂଜା କମିଟିର ମିଳିତ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଦୁର୍ଗାଙ୍କ ପ୍ରତିମାର ଉଚ୍ଚତା ୪ ଫୁଟରେ ସୀମିତ ରଖିବା ଓ ଅନ୍ୟାନ୍ୟ କଟକଣାକୁ ନେଇ ଗତ ବୁଧବାର ବିଭିନ୍ନ ପୂଜା କମିଟି ସହିତ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ଆଲୋଚନା ହେଇଥିଲା ମୂର୍ତ୍ତି ଉଚ୍ଚତା ବୃଦ୍ଧି ସହ ପୂଜା ମାସରୁ ଅଧିକ ସମୟ ବାକି ଥିବାରୁ ସେତେବେଳର ସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା। ସରକାର ମଧ୍ୟ ଏସପଂର୍କରେ ସକାରତ୍ମକ ସୂଚନା ଦେଇଥିଲେ। ତେବେ ସରକାର ଅଗଷ୍ଟ ଗାଇଡଲାଇନ କାଏମ୍ ରଖିଥିବାରୁ ବିଜେପି ଏହାକୁ ଜୋରଦାର ବିରୋଧ କରିଛି। ଦଳ ଆସନ୍ତା ୧୩ ତାରିଖରେ କଟକ ସହର ବନ୍ଦ ନିଷ୍ପତ୍ତିରେ ଅପରିବର୍ତ୍ତିତ ଥିବା କହିଛି। ତେବେ ଆସନ୍ତାକାଲି ଶାନ୍ତି କମିଟି ଓ ପୂଜା କମିଟି ବୈଠକ ବସି ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଆଲୋଚନା ହେବ।

Advertisment
Odisha Festive Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ