Advertisment

୬୦ ବର୍ଷରେ ନିର୍ବାଚନୀ କାଳି; କିଏ କରିଥିଲେ ଏହି ନିୟମ

ଭୋଟ୍ ଦେଉଥିବା ଲୋକଙ୍କ ଆଙ୍ଗୁଠିରେ ଲାଗିଥାଏ ଏକ ନୀଳ ରଙ୍ଗର କାଳି। କିଛି ଦିନ ପାଇଁ ଏହା ଲିଭି ନଥାଏ। ଯାହା ଫଳରେ କି କୌଣସି ଭୋଟର ଦ୍ୱିତୀୟ ଥର ପାଇଁ ଭୋଟ୍ ଦେଇ ପାରିବେ ନାହିଁ। ତେବେ ଭାରତୀୟ ନିର୍ବାଚନରେ ଏହି କାଳି ବ୍ୟବହାର ହେବାର ୬୦ ବର୍ଷ ହେବାକୁ ଯାଉଛି। ଆସନ୍ତୁ ଏହାର ଇତିହାସର ରୋଚକ କାହାଣୀ।

author-image
Pramod Behera
ଅଦ୍ୟତନ ହୋଇଛି
History of the vote ink, who used first

History of the vote ink, who used first

ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ। ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଛଳରେ ଏହା ଅନୁଷ୍ଠିତ ହେବ। ଲୋକେ ନିର୍ବାଚନ କେନ୍ଦ୍ରକୁ ଯିବେ ଆଉ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ। ତେବେ ପ୍ରତ୍ୟେକ ନିର୍ବାଚନରେ ଏକ ମୁଖ୍ୟ ଆକର୍ଷଣ ହେଉଛି ନିର୍ବାଚନ କାଳି।

Advertisment

ଆଙ୍ଗୁଠିରେ ଲଗାଯାଉଥିବା ଏହି ନୀଳ ରଙ୍ଗର କାଳି ବର୍ତ୍ତମାନ ଆମ ନିର୍ବାଚନର ପ୍ରତୀକ ଭାବେ ବିବେଚନା କରାଯାଉଛି। କିଏ ଭୋଟ୍ ଦେଇଛି ଏବଂ କିଏ ଦେଇ ନାହିଁ ତାହା ଏହି କାଳି ହିଁ ଜଣେଇଦିଏ। ଅତି କମରେ ଏହି ଚିହ୍ନ ୧୫ ଦିନ ପୂର୍ବରୁ ଲିଭେ ନାହିଁ। ତେବେ ଏହି କାଳି ଆଉ କେବେ ଠାରୁ ଏହା ଆମ ନିର୍ବାଚନର ଅଂଶ ହେଇ ଆସିଛି ଆସନ୍ତୁ ସେ ବିଷୟରେ ଜାଣିନେବା।

ଭୋଟ୍ କାଳିର ଇସିହାସ:

କର୍ଣ୍ଣାଟକର ଏକ ଜାଗା ଅଛି ଯାହାର ନାମ ମୈସୁର୍। ଏହି ସ୍ଥାନ ପୂର୍ବରୁ ୱାଡିୟାର ରାଜବଂଶ ଦ୍ୱାରା ଶାସିତ ହେଉଥିଲା। ସ୍ୱାଧୀନତା ପୂର୍ବରୁ ଏହାର ଶାସକ ମହାରାଜା କୃଷ୍ଣରାଜ ୱାଡିୟାର୍ ଥିଲେ। ୱାଡିୟାର ରାଜବଂଶ ଦୁନିଆର ସବୁଠାରୁ ଧନୀ ରାଜବଂଶୀ ମଧ୍ୟରୁ ଅନ୍ୟତମ। ଏହି ରାଜବଂଶ ପାଖରେ ନିଜସ୍ୱ ସୁନା ଖଣି ଥିଲା। ୧୯୩୭ ମସିହାରେ କୃଷ୍ଣରାଜ ୱାଡିୟାର୍ ‘ମୈସୁର ଲେକ୍ ଆଣ୍ଡ୍ ପେଣ୍ଟସ୍’ ନାମକ ଏକ କାରଖାନା ସ୍ଥାପନ କଲେ। ଏହି କାରଖାନାରେ ରଙ୍ଗ ଏବଂ ବାର୍ନିସ୍‌ ତିଆରି କରାଯାଉଥିଲା।

Advertisment

ଭାରତ ସ୍ୱାଧୀନତା ପରେ ଏହି କାରଖାନା କର୍ଣ୍ଣାଟକ ସରକାରଙ୍କ ଅଧିକାରକୁ ଚାଲିଗଲା। ବର୍ତ୍ତମାନ କର୍ଣ୍ଣାଟକ ସରକାର ଏହି କାରଖାନାର ୯୧ ପ୍ରତିଶତ ଅଂଶଧନ ପାଉଛନ୍ତି। ୧୯୮୯ରେ ଏହି କାରଖାନାର ନାମ ‘ମୈସୁର୍ ପେଣ୍ଟ୍‌ ଆଣ୍ଡ୍‌ ବାର୍ନିସ୍‌ ଲିମିଟେଡ୍‌ରେ’ ପରିବର୍ତ୍ତନ କରାଗଲା।

କେବେ ଓ କାହିଁକି ଆସିଲା ଭୋଟ୍ କାଳି:

୧୯୫୧-୫୨ ମସିହାରେ ଭାରତରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ​​ଭୋଟରଙ୍କ ଆଙ୍ଗୁଠିରେ କାଳି ଲଗାଇବା ନେଇ କୌଣସି ନିୟମ ନ ଥିଲା। କିନ୍ତୁ ନିର୍ବାଚନ ଆୟୋଗ ପାଖକୁ ଅଭିଯୋଗ ଆସିଲା ଯେ ଜଣେ ବ୍ୟକ୍ତି ଗୋଟିଏ ଜାଗାରେ ଭୋଟ୍ ଦେଇ ଅନ୍ୟ ଜାଗାରେ ମଧ୍ୟ ଦେଉଥିଲେ। ଖାଲି ଏତିକି ନୁହେଁ, ଗୋଟିଏ ଜାଗରେ ଦୁଇ ଦୁଇ ଥର ମଧ୍ୟ ଭୋଟ୍ ଦେଉଥିଲେ। ଏହି ଅଭିଯୋଗ ପରେ ଏହାକୁ ରୋକିବା ନେଇ ନିର୍ବାଚନ ଆୟୋଗ ଅନେକ ବିକଳ୍ପ ଉପରେ ବିଚାର କରିଥିଲେ। ଶେଷରେ ଏହି କାଳି ବ୍ୟବହାର କରିବାକୁ ନିଶ୍ଚିତ କରାଗଲା।

ନିର୍ବାଚନ ଆୟୋଗ ନ୍ୟାସ୍‌ନାଲ୍‌ ଫିଜିକାଲ୍ ଲାବୋରେଟୋରୀ ଅଫ୍ ଇଣ୍ଡିଆ (ଏନ୍‌ପିଏଲ୍) ସହିତ ଏଭଳି କାଳି ତିଆରି କରିବା ନେଇ କଥାବାର୍ତ୍ତା କରିଥିଲେ। ଏହି କାଳି ତିଆରି କରିବାକୁ ଏନ୍‌ପିଏଲ୍ ମୈସୁର୍ ପେଣ୍ଟ୍‌ ଆଣ୍ଡ୍ ବାର୍ନିସ୍‌ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲା। ୧୯୬୨ ମସିହାରେ ଅନୁଷ୍ଠିତ ନିର୍ବାଚନରେ ​​ଏହି କାଳି ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଥିଲା। ସେବେଠାରୁ ପ୍ରତ୍ୟେକ ନିର୍ବାଚନରେ ​​କେବଳ ଏହି କାଳି ବ୍ୟବହୃତ ହୋଇ ଆସୁଛି।

କିପରି ତିଆରି ହୁଏ ଏହି କାଳି:

ଏନ୍‌ପିଏଲ୍ କିମ୍ବା ମୈସୁର୍ ପେଣ୍ଟ୍‌ ଆଣ୍ଡ୍ ବାର୍ନିସ୍‌ କମ୍ପାନୀ। ଏହି କାଳି ତିଆରି କରିବାର ପଦ୍ଧତି କେବେବି ସାର୍ବଜନୀନ କରି ନାହିଁ। ଏହା ପଛର କାରଣ ହେଲା, ଯଦି ଏହି ଗୁପ୍ତ ସୂତ୍ର ସାର୍ବଜନୀନ କରାଯାଏ, ତେବେ ଲୋକମାନେ ଏହାକୁ ଲିଭାଇବା ପାଇଁ ଅନ୍ୟ ଉପାୟ ଖୋଜିନେବେ ଏବଂ ଏହାର ଉଦ୍ଦେଶ୍ୟ ନଷ୍ଟ ହୋଇଯିବ। କିନ୍ତୁ ବିଶେଷଜ୍ଞଙ୍କ ମତରେ, ଏହି କାଳିରେ ରୂପା ନାଇଟ୍ରେଟ୍ ମିଶା ଯାଇଥାଏ, ଯାହା ଫଟୋସେନ୍‌ସିଟିଭ୍ ନେଚରରେ ଏହି କାଳିକୁ ତିଆରି କରିଥାଏ। ଏହି କାରଣରୁ, ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିବା ମାତ୍ରେ ଏହା ଅଧିକ ଦୃଢ ହୋଇଯାଏ, ଯାହା ସହଜରେ ଛାଡେ ନାହିଁ।

ଘୁଷୁରୀର ଚର୍ବି ବ୍ୟବହାର ଗୁଜବ:

ଯେତେବେଳେ ଏହି କାଳି ନଖରେ ଲଗାଯାଏ, ଏହା ବାଦାମୀ ହୋଇଯାଏ। କିନ୍ତୁ ପରେ ଏହା ଗାଢ ବାଇଗଣୀ ରଙ୍ଗରେ ପରିଣତ ହୁଏ। ସୋସିଆଲ ମିଡିଆରେ ଏକ ଗୁଜବ ଆସିଥିଲା ଯେ ଏହି କାଳି ତିଆରି କରିବା ପାଇଁ ଘୁଷୁରୀର ଚର୍ବି ବ୍ୟବହାର କରାଯାଏ। କିନ୍ତୁ ଏହି ଗୁଜବକୁ ମିଥ୍ୟା ପ୍ରମାଣିତ କରାଯାଇଛି। ଏହି କାଳିକୁ ପ୍ରସ୍ତୁତ ପାଇଁ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ।

ମୈସୁର୍ ପେଣ୍ଟ୍‌ ଆଣ୍ଡ୍ ବାର୍ନିସ୍ ଲିମିଟେଡ୍ ଅନୁଯାୟୀ ଏହି କାଳି ୨୮ଟି ଦେଶକୁ ଯୋଗାଣ ହୋଇଥାଏ। ଏଥିମଧ୍ୟରେ ଆଫଗାନିସ୍ତାନ, ତୁର୍କୀ, ଦକ୍ଷିଣ ଆଫ୍ରିକା, ନାଇଜେରିଆ, ନେପାଳ, ଘାନା, ପପୁଆ ନ୍ୟୁ ଗିନି, ବୁର୍କିନା ଫାସୋ, ବୁରୁଣ୍ଡି, କାନାଡା, ଟୋଗୋ, ସିଆରା ଲିଓନ୍, ମାଲେସିଆ, ମାଲଦ୍ୱୀପ ଏବଂ କାମ୍ବୋଡିଆ ରହିଛି। ତେବେ ଏହି କାଳିର ସବୁଠାରୁ ବଡ ଗ୍ରାହକ ହେଉଛି ଭାରତ।

Panchayat Election
Advertisment
Advertisment