Advertisment

Odisha Politics: ଏଠି ଅଧିକାରୀଙ୍କୁ ଭଡ଼ାରେ ସରକାର ଚଲାଇବାକୁ ଦେଇଦିଆଯାଇଛି କହିଲେ ନଡ୍ଡା

ଭବାନୀପାଟଣା ଟାଉନହଲରେ ଆୟୋଜିତ ଦଳୀୟ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରି ୨୪ ସାଧାରଣ ନିର୍ବାଚନ ପାଇଁ ବିଜୟ ମନ୍ତ୍ର ଦେଇଛନ୍ତି ନଡ୍ଡା।

JP Nadda

JP Nadda

Advertisment

ନଡ୍ଡାଙ୍କ ସିଧା ନିଶାନାରେ ସିଏମ ନବୀନ । ପୁଣି ସେଇ ଚର୍ଚ୍ଚିତ ପ୍ରଶ୍ନ- ଓଡ଼ିଶାରେ ଶାସନ ଚଳାଉଛି କିଏ ? ଏଠି ନେତା କିଏ ? ଶାସନ ନେତା ଚଳାଉଛନ୍ତି ନା ଅଫିସର ?

Advertisment

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ୨୦୧୯ ପୂର୍ବର ତେଜକୁ ଆହୁରି ଶକ୍ତଭାବେ ସାମ୍ନାକୁ ଆଣି ଆଜି ଧୁମ୍ ବର୍ଷିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଦଳର ମହାଜନସଂପର୍କ ଅଭିଯାନ ଅନ୍ତର୍ଗତ ଭବାନୀପାଟଣାରେ ଆୟୋଜିତ ଗରିବ କଲ୍ୟାଣ ମହାସମାବେଶ ମଂଚରୁ ଆଜି ରାଜ୍ୟ ଶାସନ ବ୍ୟବସ୍ଥା ଉପରେ କଡ଼ା ପ୍ରହାର କରି ନଡ୍ଡା କହିଛନ୍ତି- ଏଠି ବିଜେପି ବିଧାୟକଙ୍କ କଥା 
ଛାଡ଼, ବିଜେଡି ବିଧାୟକ ଓ ସାଂସଦଙ୍କ କଥା ବି କେହି ଶୁଣୁନାହାନ୍ତି। ଅଧିକାରୀଙ୍କ ହାତରେ ପୂରା ଶାସନ ଟେକି ଦେଇଛନ୍ତି ନବୀନ। ଏଠି ଅଧିକାରୀଙ୍କୁ ଭଡ଼ାରେ ସରକାର ଚଲାଇବାକୁ ଦେଇଦିଆଯାଇଛି।

ସରକାର ନବୀନବାବୁ ଚଳାଉ ନାହାନ୍ତି, କିଏ ଚଳାଉଛନ୍ତି- ଆପଣ ଜାଣିଛନ୍ତି, ମୁଁ ବି ଜାଣିଛି କହି କଟାକ୍ଷ କରିଛନ୍ତି ନଡ୍ଡା। ଏଥିସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଆପଣ ଭୋଟ୍ କାହାକୁ ଦେଉଛନ୍ତି, ଅନ୍ୟ କିଏ ରାଜ୍ କରୁଛି କହି, ଏଭଳି ସରକାରକୁ ହଟାଇ କେନ୍ଦ୍ର ଭଳି ରାଜ୍ୟରେ ବି ବିଜେପି କ୍ଷମତାକୁ ଆସିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ନଡ୍ଡା।

Advertisment

କେବଳ ସେତିକି ନୁହେଁ, ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମଧ୍ୟ ବଡ଼ ପ୍ରସଙ୍ଗ କରି ସରକାରଙ୍କ ଉପରେ ବର୍ଷିଛନ୍ତି ନଡ୍ଡା । କହିଛନ୍ତି ଭ୍ରଷ୍ଟାଚାର ଓ ଦୁର୍ନୀତିରେ ବୁଡ଼ି ଯାଇଛି ପୂରା ଶାସନ କଳ। ୫୦ ପର୍ସେଣ୍ଟ ପିସିରେ ଚାଲିଛି ସରକାର। ଗ୍ରାଉଣ୍ଡରେ ଯେତିକି କାମ ହେଉଛି ସେତିକି କମିଶନରେ ଯାଉଛି। ଚାଷୀଙ୍କ ଆୟ କମୁଛି, ମୁଣ୍ଡ ପିଛା ଆୟ କମୁଛି, ମହିଳା ଉତ୍ପୀଡ଼ନ ବଢୁଛି। କେନ୍ଦ୍ର 
ଯୋଜନାକୁ ନିଜ ନାଁରେ କରି ଯୋଜନାକୁ ହଡ଼ପ କରିବାର ଉଦ୍ୟମ କରୁଛନ୍ତି।  ପ୍ରତି ବ୍ଲକରେ କୋଲ୍ଟ ଷ୍ଟୋରେଜ୍ ତିଆରି କରିବା ଭଳି ନବୀନ ଯାହା ପ୍ରତିଶ୍ରୁତି ଦେଉଛନ୍ତି ତାହା ପୂରଣ ହେଉନାହିଁ ବୋଲି କହିଛନ୍ତି ନଡ୍ଡା। 

ସେହିପରି କେନ୍ଦ୍ରର ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ସାଢ଼େ ୩କୋଟି ଲୋକ ମାଗଣା ରାସନ ପାଉଥିଲା ବେଳେ ୨୩ ବର୍ଷରେ ରାଜ୍ୟକୁ ନବୀନ ସରକାର କେଉଁଠି ପହଞ୍ଚାଇଛି ବୋଲି ବି ପ୍ରଶ୍ନ କରିଛନ୍ତି।...

Advertisment

ନଡ୍ଡାଙ୍କ ଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭାଷଣରେ ଥାର୍ଡ ଫ୍ଲୋରକୁ ଟାର୍ଗେଟ୍ କରିଥିଲା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଡବଲ ଇଞ୍ଜିନ୍ କଥା ଉଠାଇଛନ୍ତି। ସେହିପରି ନଡ୍ଡାଙ୍କ ଏ ଗସ୍ତ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ସଭାରେ ଅଧ୍ୟକ୍ଷ ଜେ.ପି. ନଡ୍ଡା କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳକାହାଣୀ ବଖାଣିବା ସହ ଓଡ଼ିଶା ପାଇଁ ମୋଦି ସରକାର କଣ କରିଛନ୍ତି, ତାର ଗୋଟି ଗୋଟି ଚିଠା ରଖିଛନ୍ତି। ଏହା ପରେ ଭବାନୀପାଟଣା ଟାଉନହଲରେ ଆୟୋଜିତ ଦଳୀୟ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରି ୨୪ ସାଧାରଣ ନିର୍ବାଚନ ପାଇଁ ବିଜୟ ମନ୍ତ୍ର ଦେଇଛନ୍ତି ନଡ୍ଡା।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ