Advertisment

Hemant Soren's Oath: ଆଜିଠୁ ଝାଡ଼ଖଣ୍ଡରେ ହେମନ୍ତ 4.0 ସରକାର; ଶପଥ ସମାରୋହରେ ଯୋଗଦେବେ ଏହି ସବୁ ନେତା

ଝାଡ଼ଖଣ୍ଡରେ ଆଜିଠୁ ହେମନ୍ତ ସରକାର। ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ରାଞ୍ଚିର ମୋହରାବାଡି ଗ୍ରାଉଣ୍ଡରେ ସିଏମ୍ ଭାବରେ ଶପଥ ଗ୍ରହଣ କରିବେ ହେମନ୍ତ।

Hemanta Soren

Hemanta Soren

Advertisment

ଝାଡ଼ଖଣ୍ଡରେ ଆଜିଠୁ ହେମନ୍ତ ସରକାର। ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ରାଞ୍ଚିର ମୋହରାବାଡି ଗ୍ରାଉଣ୍ଡରେ ସିଏମ୍ ଭାବରେ ଶପଥ ଗ୍ରହଣ କରିବେ ହେମନ୍ତ। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଡେପୁଟି ସିଏମ୍ ମଧ୍ୟ ଏହି କାର୍ଯ୍ୟକ୍ରମର ଅଂଶ ହେବେ। ରାଜ୍ୟପାଳ ସନ୍ତୋଷ କୁମାର ଗାଙ୍ଗୱାର ଅପରାହ୍ନ ୪ ଟାରେ ଶପଥ ଗ୍ରହଣ କରାଇବେ। ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧୀ, ଶରଦ ପାୱାର ଏବଂ ମମତା ବାନାର୍ଜୀଙ୍କ ସମେତ INDIA ବ୍ଲକର ଅନେକ ଦିଗ୍ଗଜ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ଏହା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତା ହେମନ୍ତ ସୋରେନଙ୍କ ଚତୁର୍ଥ କାର୍ଯ୍ୟକାଳ ହେବ। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ସୋରେନ ୩୯,୭୯୧ ଭୋଟ ବ୍ୟବଧାନରେ ବିଜେପିର ଗାମଲିୟାଲ ହେମ୍ବ୍ରମଙ୍କୁ ପରାସ୍ତ କରି ବାରହାଟ ଆସନ ବଜାୟ ରଖିଥିଲେ। JMM ନେତୃତ୍ୱାଧୀନ ମିଳିତ ମେଣ୍ଟ ୮୧ସଦସ୍ୟ ବିଶିଷ୍ଟ ବିଧାନସଭାରେ ୫୬ ଟି ଆସନ ଜିତିଥିବାବେଳେ ବିଜେପି ନେତୃତ୍ୱାଧୀନ NDA ୨୪ଟି ଆସନ ପାଇଛି।

ଏକାକୀ ଶପଥ ନେଇପାରନ୍ତି ହେମନ୍ତ

ବିଜୟ ପରେ ହେମନ୍ତ ସୋରେନ ତାଙ୍କ ଅଭିଭାଷଣରେ କହିଛନ୍ତି, 'ଆମର ନେତୃତ୍ୱ ଉପରେ ବିଶ୍ୱାସ କରିଥିବାରୁ ମୁଁ ଝାଡଖଣ୍ଡର ଲୋକଙ୍କ ନିକଟରେ କୃତଜ୍ଞ। ଏହି ବିଜୟ ଲୋକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରେ ଏବଂ ଆମେ ସେଗୁଡିକ ପୂରଣ ଦିଗରେ କାର୍ଯ୍ୟ କରିବୁ। ଏହା ହେଉଛି ଲୋକମାନଙ୍କର ବିଜୟ । ଶପଥ ଗ୍ରହଣ ପାଇଁ ସମଗ୍ର ରାଞ୍ଚି ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ଝାଡ଼ଖଣ୍ଡ ଦାୟିତ୍ୱରେ ଥିବା ଗୁଲାମ ଅହମ୍ମଦ ମୀର କହିଛନ୍ତି ଯେ ସୋରେନ ଏକାକୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ଏବଂ ବିଧାନସଭାରେ ଟ୍ରଷ୍ଟ ଭୋଟ୍ ପରେ କ୍ୟାବିନେଟ୍ ବିସ୍ତାର କରାଯିବ।

Advertisment

ଶପଥ ସମାରୋହରେ କେଉଁମାନେ ଯୋଗଦେବେ ?

ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ବିରୋଧୀ ଦଳର ଲୋକସଭା ନେତା ରାହୁଲ ଗାନ୍ଧୀ, ଏନସିପି ସଭାପତି ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେଘାଳୟ ସିଏମ କନରାଡ କଙ୍ଗକଲ ସଂଗମା, ପଞ୍ଜାବର ସିଏମ ଭଗବନ୍ତ ମାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୁଖବିନ୍ଦର ସିଂ ସୁଖୁ, ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଯୋଗଦେବେ।

Advertisment

ଏହାଛଡ଼ା ସମାଜବାଦି ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ, ଜାମ୍ମୁ କାଶ୍ମୀର ପିଡିପି ନେତା ମେହବୁବା ମୁଫତି, ତାମିଲନାଡୁର ଡେପୁଟି ସିଏମ ଉଦୟ ଷ୍ଟାଲିନ, କର୍ଣ୍ଣାଟକର ଡେପୁଟି ସିଏମ ଡି କେ ଶିବକୁମାର ଏହି ସମାରୋହରେ ସାମିଲ୍ ହେବେ। ଆରଜେଡି ନେତା ତେଜସ୍ୱୀ ଯାଦବ, ଏଏପି ନେତା ମନୀଷ ସିସୋଦିଆ, AAP ସାଂସଦ ସଞ୍ଜୟ ସିଂ ଏବଂ ଲୋକସଭା ସାଂସଦ ପପୁ ଯାଦବ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ରାଞ୍ଚିର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ

ଜଣେ ଅଧିକାରୀ କହିଛନ୍ତି ଯେ ଝାଡ଼ଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କ ଶପଥ ଗ୍ରହଣକୁ ଦୃଷ୍ଟିରେ ରଖି ରାଞ୍ଚି ସହରର ସ୍କୁଲ ଆଜି ବନ୍ଦ ରହିବ। ସେ କହିଛନ୍ତି ଯେ ଏହି ଘଟଣା ସହରରେ ପରିସ୍ଥିତି ପରି ଟ୍ରାଫିକ ଜାମ୍ ସୃଷ୍ଟି କରିପାରେ ଏବଂ ଛାତ୍ରମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ହେମନ୍ତ ସୋରେନ୍ ଶପଥ ସମାରୋହରେ ଯୋଗଦେବାକୁ ନିବେଦନ କରିଛନ୍ତି ଏବଂ ୟୁଟ୍ୟୁବ୍ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି, ଯେଉଁଠାରେ ଏହି କାର୍ଯ୍ୟକ୍ରମ ଲାଇଭ୍ ଦେଖାଯାଇପାରିବ ।

Jharkhand Hemant Soren JMM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ