Advertisment

ହରିୟାଣାରେ ଜେଜେପି ସହ ମେଣ୍ଟ ଭାଙ୍ଗି ନୂଆ ସରକାର କରିବ ବିଜେପି !

ହରିୟାଣା ମନ୍ତ୍ରିମଣ୍ଡଳରୁ ବିଜେପି ମନ୍ତ୍ରୀମାନେ ଆଜି ସାମୁହିକ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ।

ଅଦ୍ୟତନ ହୋଇଛି
Haryana Cm Manohar Lal Khattar Resigns

Haryana Politics

Advertisment

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଇସ୍ତଫା । ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ମନୋହର ଲାଲ୍ । ହରିୟାଣାରେ ନୂଆ ସରକାର ଗଠନ ସମ୍ଭାବନା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ହରିୟାଣାରେ ଏବେ ବିଜେପି ଏବଂ ଜେ.ଜେ.ପି. ଗଠବନ୍ଧନ ସରକାର ରହିଛି । କୁହାଯାଉଛି ଆସନ୍ତା ଲୋକସଭା ନିର୍ବାଚନରେ ମନୋହର ଲାଲ୍ ଖଟ୍ଟର ଲଢ଼ିପାରନ୍ତି । ଏଥିଲାଗି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ନାୟବ ସିଂ ସାଇନି କିମ୍ବା ସଞ୍ଜୟ ଭାଟିଆଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ । ଏନେଇ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ।

Advertisment

ଅଧିକ ପଢ଼ନ୍ତୁ: BJP-TDP ଆସନ ଭାଗବଣ୍ଟା କସରତ; ଚନ୍ଦ୍ରବାବୁ ନାଇଡୁଙ୍କ ସହ ବୈଜୟନ୍ତ, ଗଜେନ୍ଦ୍ରଙ୍କ ଆଲୋଚନା

ସେହିପରି ଆଜି ହରିୟାଣାରେ ବିଜେପି ଏବଂ ଜେଜେପି ବା ଜନନାୟକ ଜନତା ପାର୍ଟି ମେଣ୍ଟ ଭାଙ୍ଗିବା ଆଶଙ୍କା କରାଯାଉଛି । ବିଜେପିକୁ ଅନ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ମେଣ୍ଟ ଭାଙ୍ଗି ବିଜେପି ପୁଣି ଥରେ ସରକାର ଗଢ଼ିବ ବୋଲି କୁହାଯାଉଛି। ଏଥିସହ ହରିୟାଣା ମନ୍ତ୍ରିମଣ୍ଡଳରୁ ବିଜେପି ମନ୍ତ୍ରୀମାନେ ଆଜି ସାମୁହିକ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ।

Advertisment

ତେବେ ହରିୟାଣାରେ ସିଟ୍ ଗଣିତ ଉପରେ ନଜର ପକାଇବା ଯଦି... ଏଠାରେ ମୋଟ ୯୦ ଆସନ ରହିଥିବା ବେଳେ ବହୁମତ ପାଇଁ ଆବଶ୍ୟକ ୪୬ ଆସନ। ବିଜେପି ପାଖରେ ୪୧ ଆସନ ଥିବା ବେଳେ ୭ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୬ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି । ଫଳରେ ବିଜେପି ସପକ୍ଷରେ ରହିଛି ସଂଖ୍ୟା ଗଣିତ । ସେହିପରି କଂଗ୍ରେସ ପାଖରେ ୩୦ ଆସନ ରହିଛି । ଜନନାୟକ ଜନତା ପାର୍ଟି ବା ଜେଜେପି ପାଖରେ ରହିଛି ୧୦ ଆସନ । ସେହିପରି ଇଣ୍ଡିଆନ୍ ନାସନାଲ ଲୋକଦଳ ଏବଂ ହରିୟାଣା ଲୋକହିତ ପାର୍ଟି ପାଖରେ ଗୋଟିଏ ଲେଖାଏଁ ଆସନ ରହିଛି।

ଅଧିକ ପଢ଼ନ୍ତୁ: ୨୫ ଆସନରୁ ଟିଡିପି ୧୭- ବିଜେପି ୬- ଜନସେନା ୨ଟି ସିଟରେ ଲଢ଼ିବ

BJP General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ