Advertisment

Group Clash: ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାମାଡ଼: SDPOଙ୍କ ସମେତ ୬ ଗୁରୁତର,ପୋଲିସର ଲାଠିଚାର୍ଜ

ଆଠଗଡ ବ୍ଲକ ସମ୍ମୁଖ ପାଲଟିଲା ରଣକ୍ଷେତ୍ର । ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ଼ । ଆଠଗଡ SDPOଙ୍କ ସମେତ 6 ଜଣ ଗୁରୁତର । ସ୍ଥିତି ଅଣାୟତ୍ତ ହେବାରୁ BNS-୧୬୩ ଧାରା ଲାଗୁ କଲା ପ୍ରଶାସନ । ତଥାପି ଶାନ୍ତ ପଡିନଥିଲେ ଉଭୟ ପକ୍ଷ । ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି ।

ଅଦ୍ୟତନ ହୋଇଛି
Group Clash In Athgarh

Group Clash In Athgarh

Advertisment

ପଞ୍ଚାୟତ ସମିତି ବୈଠକ ବସିଥାନ୍ତା । ତା' ପୂର୍ବରୁ ଆଠଗଡ ବ୍ଲକ ସମ୍ମୁଖ ପାଲଟିଲା ରଣକ୍ଷେତ୍ର । ଆଠଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିବାବେଳେ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ଼ ହୋଇଥିଲା । ଉତ୍ତେଜନା ରୋକିବାକୁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ବ୍ଲକ ପରିସରରେ BNS-୧୬୩ ଲାଗୁ ସତ୍ତ୍ୱେ ଥମିନଥିଲା ଉତ୍ତେଜନା । ବ୍ଲକ ସମ୍ମୁଖରେ ଉଭୟ ବିଜେପି ଓ ବିଜେଡି ଦଳର ସମର୍ଥକମାନେ ହୋହଲ୍ଲା ଓ ନାରାବାଜି କରିଥିଲେ ।  ପରିସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ BNS-୧୬୩ ଧାରା ଲାଗୁ କରିଥିଲା । ଏହାପରେ ମଧ୍ୟ  ଉଭୟ ପକ୍ଷରୁ ଢେଲା ପଥର ମାଡ଼ ହୋଇଥିଲା । ଫଳରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା ।

Advertisment

କ'ଣ ଥିଲା ପୂରା ଘଟଣା?

ସମୟ ସକାଳ 10ଟା, ଆରମ୍ଭ ହୋଇଥାନ୍ତା ପଞ୍ଚାୟତ ସମିତି ବୈଠକ। ଠିକ୍ ପୂର୍ବରୁ ବ୍ଲକ ସମ୍ମୁଖରେ ଧୀରେ ଧୀରେ ଉଭୟ ଦଳର ସର୍ମଥକ ଏକାଠି ହେଲେ। ପୋଲିସ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଆରମ୍ଭ ହେଲା କଥା କଟାକଟି ଓ ନାରାବାଜି। ବୈଠକରେ ବିଧାୟକଙ୍କ ଉପସ୍ଥିତି ନେଇ ବିଜେପି ପକ୍ଷରୁ ବିରୋଧ  କରାଯାଉଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ପ୍ରଶାସନ ପ୍ରଥମେ ସେମାନଙ୍କୁ ବୁଝାସୁଝା କରିବା ସହ ଉକ୍ତ ଅଞ୍ଚଳରେ BNS-୧୬୩ ଧାରା ଲାଗୁ କରିଥିଲା । ଶେଷରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ଢେଲା ପଥର ମାଡ଼ରେ ପୋଲିସ ପକ୍ଷରୁ  ଆଠଗଡ SDPOଙ୍କ ସମେତ 6 ଜଣ ଗୁରୁତର ହୋଇ ପ୍ରଥମେ ଆଠଗଡ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି । 

ଆଠଗଡ଼ ବିଧାୟକଙ୍କୁ ବିରୋଧ:

ଏହାରି ମଧ୍ୟରେ ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇଥିଲେ ଆଠଗଡ଼ ବିଧାୟକ। ବୈଠକରେ ବିଭିନ୍ନ ସରପଞ୍ଚ ଓ ସମିତି ସଭ୍ୟ ଓ ବ୍ଲକ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ବୈଠକକୁ ଯୋଗ ଦେବାକୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ଢେଲା ପଥର ମାଡ଼ରୁ ବର୍ତ୍ତିନଥିଲେ ।  

Advertisment

ଘଟଣାକୁ ନିନ୍ଦା କଲେ ଜନପ୍ରତିନିଧି:

ଏହି ଘଟଣାକୁ ବିଧାୟକଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି ନିନ୍ଦା କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। "ମୋର ଶାସନ କାଳରେ ଏଭଳି ଘଟଣା କେବେ ଘଟି ନଥିଲା । ଯେଉଁମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିଛନ୍ତି ତାଙ୍କୁ ଦୃଢ଼ ଜବାବ ଦିଆହେବ" ବୋଲି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି । ପରେ ମେଡିକାଲ ଯାଇ ଆହତ ପୋଲିସ ଫୋର୍ସକୁ ଭେଟି ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି ଆଠଗଡ଼ ବିଧାୟକ।

ଅଧିକ ପଢନ୍ତୁ: ରୋଗୀ ମୃତ୍ୟୁ ନେଇ ହସ୍ପିଟାଲରେ ଉତ୍ତେଜନା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

Advertisment
Group Clash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ