/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756110829.jpg)
Governor visits Naveen Nivas
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ନବୀନ ନିବାସ ଯାଇ ନବୀନଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ରାଜ୍ୟପାଳ । ନିକଟରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ଫେରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଗତ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ମେଡିକାଲରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପାଖରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଥିଲେ । ଗତ ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମଧ୍ୟ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ ମୋହନ ମାଝୀ । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ।
ସୂଚନାଯୋଗ୍ୟ, ଡିହାଇଡ୍ରେସନ କାରଣରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହେବା ପରେ ସେ ନବୀନ ନିବାସ ଫେରିଛନ୍ତି । ସେବେଠାରୁ ଦଳମତ ନିର୍ବିଶେଷରେ ଅନେକ ନେତା ଓ ସମର୍ଥକ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏହି କ୍ରମରେ ଆଜି ରାଜ୍ୟପାଳ ନିଜେ ଯାଇ ନବୀନଙ୍କୁ ଭେଟିଛନ୍ତି ।
ଅନ୍ୟପଟେ ଗତ ଶୁକ୍ରବାର ନବୀନ ନିବାସରେ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ପରେ ନବୀନ ନିବାସକୁ ଆସିବା ସହ ସାନ ଭାଇ ନବୀନଙ୍କ ସହ ଆଲୋଚନା କରିଥିଲେ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସ୍ୱାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଥିଲେ ବଡ଼ ଭାଇ । ତେବେ ପ୍ରେମଙ୍କ ହଠାତ୍ ଓଡିଶା ଗସ୍ତ ନେଇ ମଧ୍ୟ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)