ଯାହାର କେହି ନାହିଁ, ତା’ ପାଖରେ ମୋଦି ଅଛି; ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗରିବଙ୍କ କଥା ଉଠାଇଛନ୍ତି । ସେ କହିଛନ୍ତି, ବିଜେପି ସରକାର, ଗରିବଙ୍କ କଲ୍ୟାଣକାରୀ ସରକାର । ଓଡ଼ିଶାର ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି ।

‘ଯାହାର କେହି ନାହିଁ, ତା’ର ମୋଦି ଅଛି’

ସମ୍ବଲପୁର ରେମେଡ୍‌ ସଭାରେ ମହାମହିମ ରାଷ୍ଟ୍ରପତିଙ୍କ କଥା ଉଠାଇଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ନିଜ ବକ୍ତବ୍ୟରେ କହିଛନ୍ତି, ଆଜି ବିଜେପି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି । କଂଗ୍ରେସ ଓ ତା’ ସହଯୋଗୀ ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରିଥିଲା । ତାହା ଦ୍ରୌପଦୀଙ୍କ ଅପମାନ ନୁହେଁ ସାରା ଆଦିବାସୀଙ୍କ ଅପମାନ । ଯାହା ଦ୍ରୌପଦୀଙ୍କ ଅପମାନ, ସାରା ଓଡ଼ିଶାବାସୀଙ୍କ ପ୍ରତି ଅପମାନ ବୋଲି ମୋଦି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗରିବଙ୍କ କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି, ବିଜେପି ସରକାର, ଗରିବଙ୍କ କଲ୍ୟାଣକାରୀ ସରକାର । ଓଡ଼ିଶାର ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଗୁଜରାଟର ବିକାଶରେ ଓଡ଼ିଶା ଲୋକଙ୍କ ଯୋଗଦାନ ବହୁତ । ନୂଆ ଭାରତର ନିର୍ମାଣ ବିଜେପି ସରକାରର ବଡ଼ ପରିଚୟ ।

ଏବେ ଯୁବକଙ୍କ ପଛରେ ବିଶ୍ୱସ୍ତ ବିଜେପି ସରକାର ଛିଡ଼ା ହୋଇଛି । ଆଜିର ଯୁବକଙ୍କୁ ଋଣ ନେବାକୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡୁନି । କାରଣ ଆଜିର ଯୁବକଙ୍କ ପଛରେ ମୋଦିଙ୍କ ଗ୍ୟାରେଣ୍ଟି ରହିଛି । ଯାହା ପାଖରେ କାହାର ସାହାରା ନାହିଁ, ତା ପାଖରେ ମୋଦିର ଗ୍ୟାରେଣ୍ଟି ଅଛି । ଯାହାର କେହି ନାହିଁ, ତା ପାଖରେ ମୋଦି ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ଭିତ୍ତିଭୂମି ବିକାଶ ପାଇଁ ବଜେଟରେ ୧୧ ଲକ୍ଷ କୋଟିର ବ୍ୟବସ୍ଥା ଅଛି । ଦିଲ୍ଲୀରେ କଂଗ୍ରେସ ସରକାର ବେଳେ ଓଡ଼ିଶାକୁ ତା’ର ହକ୍‌ ମିଳୁନଥିଲା । ଏବେ ଓଡ଼ିଶାର ବିକାଶ ପାଇଁ କୌଣସି ଅର୍ଥ ଅଭାବ ନାହିଁ । ପୂର୍ବ ସରକାର ଓଡ଼ିଶାର ଗରିବୀକୁ ନେଇ ପ୍ରଚାର କରୁଥିଲା । ସମୃଦ୍ଧ ଓଡ଼ିଶାକୁ କିଛି ରାଜନୈତିକ ଦଳ ବିକାଶରୁ ବଞ୍ଚିତ କରିଥିଲା ବୋଲି ମୋଦି କହିଛନ୍ତି ।

ଖାଲି ଏତିକି ଯେ ତାହାନୁହେଁ ମୋଦି ଆହୁରି କହିଛନ୍ତି, ଆମ ସରକାର ଓଡ଼ିଶାର ବିକାଶ ପାଇଁ ଅହରହ ଉଦ୍ୟମ କରୁଛି । ଦେଶର ବିକାଶ ପାଇଁ ବିଜେପି ପାଖରେ ରୋଡ୍‌ମ୍ୟାପ୍‌ ଅଛି । ବିଜେପି ସରକାର ଆସିଲେ ହୀରାକୁଦରେ ପର୍ଯ୍ୟଟନର ବିକାଶ ହେବ ବୋଲି ମୋଦି କହିଛନ୍ତି ।