ପୁଣି କଂଗ୍ରେସରେ ଯୋଗଦେବେ ଗମାଙ୍ଗ ପରିବାର

‘ବରିଷ୍ଠ ନେତା ତଥା ବିଧାୟକଙ୍କ ଉପରୁ ଉଠିବ ନିଲମ୍ବନ’ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମନ୍ତବ୍ୟ ।

Giridhar Gamago

କଂଗ୍ରେସରେ ଯୋଗଦେବେ ଗିରିଧର ଗମାଙ୍ଗ ପରିବାର । ଆସନ୍ତା ୭ ତାରିଖରେ କଂଗ୍ରେସର ହାତ ଧରିବେ ପୂର୍ବତନ ମନ୍ତ୍ରୀ ଗିରିଧରୀ ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ । AICC ତରଫରୁ ସବୁଜ ସଙ୍କେତ ମିଳିବା ସହ ପିସିସି ସଭାପତିଙ୍କ ସହ ଆଲୋଚନା ସରିଥିବା କହିଛନ୍ତି ହେମା ଗମାଙ୍ଗ। ସେହିପରି ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ଖୁବ ଶୀଘ୍ର କଂଗ୍ରେସରେ ଯୋଗଦେବେ।

ଆସନ୍ତା ୬ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ତାଙ୍କ ଉପସ୍ଥିତିରେ କଂଗ୍ରେସର ହାତ ଧରିବେ ହେମା ଗମାଙ୍ଗ । ସେପଟେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଦଳକୁ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଉଠାଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ।