Advertisment

୨୪ ଲଢ଼େଇ ପାଇଁ ସମର ସଜ୍ଜା; ଓଡ଼ିଶାକୁ ମାଡ଼ି ଆସୁଛନ୍ତି ବିଜେପିର କେନ୍ଦ୍ର ନେତା

କ୍ଲଷ୍ଟର ଜଗିବା ସହ କରିବେ ବୁଥ୍ ମ୍ୟାନେଜମେଣ୍ଟ । କଂଗ୍ରେସକୁ ବଳ ଦେବାକୁ ଆସିବେ ପ୍ରିୟଙ୍କା, ପାଇଲଟ୍ ।

undefined

Odisha Politics

Advertisment

କ୍ଲଷ୍ଟର ଜଗିବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ମୋଦି, ନଡ୍ଡା, ଶାହ ଓ ରାଜନାଥ ରହିବେ ଦାୟିତ୍ୱରେ। ଓଡ଼ିଶାରେ ବିଜେପି ଯେପରି ଡବଲ ଇଞ୍ଜିନ୍ ସରକାର ଗଢ଼ିବ, ରାଜ୍ୟ ପଦାଧିକାରୀ ବୈଠକରେ ଏହି ମିଶନକୁ ସଫଳ କରିବାକୁ ପର୍ଯ୍ୟାଲୋଚନା ହୋଇଛି। ଗାଁକୁ ଚାଲ ଓ ବୁଥ୍ ସମ୍ପର୍କ ଅଭିଯାନର ସମୀକ୍ଷା କରିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର। ନୂଆ ଦାୟିତ୍ୱ ପାଇବା ପରେ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସି ରାଜ୍ୟ ନେତୃତ୍ୱ ସହ ଆଲୋଚନା କରିଛନ୍ତି।

Advertisment

କେନ୍ଦ୍ରୀୟ ନେତାଙ୍କ ଗସ୍ତର କାର୍ଯ୍ୟସୂଚୀ ନିର୍ବାଚନ ପୂର୍ବରୁ କିପରି ରହିବ ଏବଂ ତୃଣମୂଳ ସ୍ତରର ସ୍ଥିତି କେମିତି ରହିଛି ସେନେଇ ସମୀକ୍ଷା କରିଛନ୍ତି। ଏହାରି ଭିତରେ ଆସନ୍ତାକାଲି ଓଡିଶା ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ କଟକ ଓ ଜଗତସିଂହରେ ହେବାକୁ ଥିବା ଜନସମାବେଶ ତଥା କର୍ମୀ ସମ୍ମିଳନୀରେ ସେ ଯୋଗ ଦେବେ।

ସେପଟେ କଂଗ୍ରେସ କ୍ୟାଂପ୍ ବି ଚଳଚଞ୍ଚଳ। କର୍ମୀଙ୍କୁ ଉତ୍ସାହିତ କରି ୯ରୁ ୯୦ ମିଶନକୁ ରାଜ୍ୟରେ ସଫଳ କରିବାକୁ ଖୁବ ଶୀଘ୍ର ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି ଓ ସଚିନ୍ ପାଇଲଟ୍। ରାହୁଲ ଓ ଖଡଗେ ବି ପୁଣିଥରେ ଓଡ଼ିଶା ଆସିପାରନ୍ତି ପ୍ରଚାର କରିବାକୁ। ଦଳ ଏବେଠାରୁ ଟିକେଟ କସରତ ଆରମ୍ଭ କରିଦେଇଛି। କିଛି ନେତାଙ୍କୁ ପକ୍କା ଟିକେଟ୍ ମିଳୁଥିବା ନେଇ ଭିତିରିଆ ସିଗନାଲ୍ ଦିଆଯାଇଛି। ନିର୍ବାଚନର ଯଥେଷ୍ଟ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଦଳ ୬୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଯୋଜନା ରଖିଛି।

Advertisment

ସେପଟେ ବିଜେଡି ମଧ୍ୟ କିଛି ନେତାଙ୍କୁ ଗ୍ରୀନ ସିଗନାଲ୍ ଦେଇସାରିଲାଣି। ଶାସକ ଦଳର ଟିକେଟ ପ୍ରସ୍ତୁତି ବି ଜୋରଦାର ଅଛି। ତେବେ ଏଥର ଆଶାୟୀ ଅଧିକ ଥିବାରୁ ଦଳ ପାଇଁ ଟିକେଟ ବଣ୍ଟନ ଚ୍ୟାଲେଞ୍ଜ ହୋଇପାରେ। ଦଳର ଦମ୍ଭୋକ୍ତି, ସରକାରଙ୍କ ଲୋକାଭିମୁଖୀ ଯୋଜନା ପାଇଁ ନବୀନ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ