Advertisment

ସରଗରମ କବିସୂର୍ଯ୍ୟନଗର ପଲିଟିକ୍ସ, ଚାଲିଛି ହାଇଡ୍ରାମା...

ନିୟମ ଅନୁସାରେ ଉପାଧ୍ୟକ୍ଷଙ୍କୁ କାହିଁକି ଏତେ ଦିନ ଯାଏ ଦାୟିତ୍ୱ ଦିଆଯାଇନଥିଲା ବୋଲି କହି ବିଡିଓଙ୍କୁ ଘେରିଥିଲେ ନିର୍ବାଚନ ଜନପ୍ରତିନିଧି ।

Kabisurya Nagar

Kabisurya Nagar

Advertisment

କବିସୂର୍ଯ୍ୟନଗରରେ ପଲଟିକାଲ ହାଇଡ୍ରାମା। ବ୍ଲକ ପରିସର ପାଲଟିଲା ରଣ ଭୂମି। ବ୍ଲକ ଉପାଧ୍ୟକ୍ଷଙ୍କ ସମର୍ଥକ, ନିର୍ବାଚିତ ଜନପ୍ରତିନିଧି ବ୍ଲକ ଉନ୍ନୟନ ଅଧିକାରୀଙ୍କ ଚାମ୍ବରରେ ପଶି ହୋହାଲ୍ଲା କରିବା ସହ ଇସ୍ତଫା ଦେଇଥିବା ଚେୟାରମ୍ୟାନଙ୍କ ସ୍ଥାନରେ ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ ପ୍ରଦାନ ପାଇଁ ଦାବି କରିଥିଲେ । କିଛି ସମୟ ଯାଏ ବିଡିଓଙ୍କ ଅଫିସରେ ହୋହାଲ୍ଲା ନାରାବାଜି ଓ ଯୁକ୍ତି ତର୍କ ପରେ ବିଡିଓ ବ୍ଲକ ଉପାଧ୍ୟକ୍ଷଙ୍କୁ ଚେୟାରମ୍ୟାନ୍ ଦାୟିତ୍ୱ ପ୍ରଦାନ କରିଛନ୍ତି ।

Advertisment

ଆସନ୍ତା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଯାଏ ବ୍ଲକ ଉପାଧ୍ୟକ୍ଷ ବୀରେନ୍ଦ୍ର ଖଟାଇ ଦାୟିତ୍ବ ସମ୍ଭାଳିବେ । ସୂଚନା ଥାଉ କି କିଛି ଦିନ ତଳେ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାଇଁ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଏକ ଚିଠି ଭାଇରାଲ ହୋଇଥିଲା। ତେବେ ନିୟମ ଅନୁସାରେ ଉପାଧ୍ୟକ୍ଷଙ୍କୁ କାହିଁକି ଏତେ ଦିନ ଯାଏ ଦାୟିତ୍ୱ ଦିଆଯାଇନଥିଲା ବୋଲି କହି ବିଡିଓଙ୍କୁ ଘେରିଥିଲେ ନିର୍ବାଚନ ଜନପ୍ରତିନିଧି ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ